• ମୁଖ୍ୟ ଆକର୍ଷଣ ରୂପେ ମେଚିଂ ଧୋତି ସାର୍ଟ ଏବଂ ଶାଢ଼ୀ ଏଠାରେ ଉପଲବ୍ଧ
ବ୍ରହ୍ମପୁର,୧୩/୩ (ଅଭିଜିତ କର): ସ୍ଥାନୀୟ ଅନ୍ନପୂର୍ଣ୍ଣା ମାର୍କେଟ୍ ଛକ, ଅର୍ବନ ବ୍ୟାଙ୍କ ରୋଡ୍ ଠାରେ ପ୍ରସିଦ୍ଧ ପାରମ୍ପରିକ ପୋଷାକ ବ୍ରାଣ୍ଡ “ରାମରାଜ” କଟନ୍ ର ନୂତନ ଶୋ ରୁମ ଭବ୍ୟ ଭାବେ ଶୁଭ ଉଦ୍ଘାଟନ ହୋଇଛି। ଏହି ଶୋ ରୁମର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଶଲ୍ୟ ଚିକିତ୍ସକ ଡ଼ା. ରାଜେନ୍ଦ୍ର କୁମାର ସାହୁ ଏବଂ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା. ସୁଚିତ୍ରା କୁମାରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୋ ରୁମର ଶୁଭ ଉଦ୍ଘାଟନ କରିବା ସହ ପ୍ରଥମ କ୍ରୟ ମଧ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ସ୍ବତନ୍ତ୍ର ରୂପେ ସମ୍ମାନିତ ଅତିଥି ରୂପେ ରାମରାଜ କଟନର ଅଧ୍ୟକ୍ଷ କେ. ଆର୍. ନାଗାର୍ଜୁନ ଗାରୁ ଯୋଗଦାନ କରି ବ୍ରାଣ୍ଡର ପାରମ୍ପରିକ ଭାରତୀୟ ପୋଷାକ ସଂସ୍କୃତିକୁ ଆଗକୁ ନେବାର ଦୃଷ୍ଟିକୋଣ ବିଷୟରେ ମତ ପ୍ରକାଶ କରିଥିଲେ। ଶୋ ରୁମର ଫ୍ରାଞ୍ଚାଇଜି ମାଲିକ ବାଳକୃଷ୍ଣ ସାହୁ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସାହୁ ଉଭୟ ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ, ଅତିଥି ମାନେ ଉଭୟ ଦମ୍ପତିଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ମାଲିକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ, ଏହି ନୂତନ ଶୋ ରୁମରେ ଉଚ୍ଚ ଗୁଣବତ୍ତାର ପାରମ୍ପରିକ କଟନ୍ ଧୋତି, ଶର୍ଟ ଓ ଅନ୍ୟାନ୍ୟ ପାରମ୍ପରିକ ପୋଷାକର ବିଶାଳ ସଂଗ୍ରହ ଉପଲବ୍ଧ ରହିଛି।

ଏହା ବ୍ରହ୍ମପୁର ଓ ପାଖପାଖି ଅଞ୍ଚଳରେ ପାରମ୍ପରିକ ପୋଷାକ ପ୍ରେମୀ ମାନଙ୍କ ପାଇଁ ଏକ ନୂଆ ଗନ୍ତବ୍ୟ ସ୍ଥାନ ହେବ, ଏଠାରେ ପ୍ରମୁଖ ୧୧ଟି ବ୍ରାଣ୍ଡର ପୋଷାକ ଉପଲବ୍ଧ ରହିଥିବା ସହ ଅନ୍ୟ ବହୁ ବ୍ରାଣ୍ଡ ଗୁଡ଼ିକର ପୋଷାକ ଆଗାମୀ ଦିନରେ ମଧ୍ୟ ଉପଲବ୍ଧ ହେବ। ତେବେ ଅନ୍ୟ ଗୁଡ଼ିକ ମଧ୍ୟରେ ଏହି ଶୋ ରୁମରେ ସମସ୍ତ ପ୍ରକାର ଧୋତି, ବିବାହ ସିଲ୍କ ଧୋତି ଓ ସାର୍ଟ, କୁର୍ତ୍ତା, ପାଇଜାମା, କଲର ସାର୍ଟ, ରେଡିମେଡ ପକେଟ୍ ଧୋତି, ଟିଶୁ ଧୋତି, ସାର୍ଟ, ଫେବ୍ରିକ୍ ଟୱାଲ, ଭେଷ୍ଟ୍ ବ୍ରିଫ୍ ଓ ଟ୍ରଙ୍କସ୍ ସହ ବାଉଁଶ ତିଆରି କପଡା ମଧ୍ୟ ରହିଛି। ତେବେ ମୁଖ୍ୟ ଆକର୍ଷଣ ରୂପେ ମେଚିଂ ଧୋତି ସାର୍ଟ ଏବଂ ଶାଢ଼ୀ ଏଠାରେ ଉପଲବ୍ଧ ରହିଛି ଯାହା ବ୍ରହ୍ମପୁର ସହରବାସୀଙ୍କୁ ପସନ୍ଦ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ସହରର ବହୁ ସମ୍ମାନୀୟ ବ୍ୟକ୍ତି, ଅତିଥି ଓ ଗ୍ରାହକ ମାନେ ଉପସ୍ଥିତ ରହି ନୂତନ ଶୋ ରୁମକୁ ସ୍ୱାଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଡାଇରେକ୍ଟର ଅମରେଶ ସାହୁ ଓ ଅନୁରାଗ ସାହୁଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ, ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
