ବ୍ରହ୍ମପୁର,୧୬/୩ (ଅଭିଜିତ କର): ସ୍ଥାନୀୟ ହିଲପାଟଣା ନେହରୁ ପାର୍କ ନିକଟସ୍ଥ ଓମ୍ ସାଇ ଗାର୍ଡେନ ସମ୍ମୁଖ ମହଲାରେ ସୋମବାର ସନ୍ଧ୍ୟାରେ ‘ଶିକ୍ସା ନିକେତନ’ ନାମକ ଏକ ମଲ୍ଟି ପର୍ପଜ ସ୍କୁଲର ଶୁଭ ଉଦ୍ଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଗୌରୀ ପାଣିଗ୍ରାହୀ ଏବଂ ଦେବରାଜ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିକ୍ଷାନୁଷ୍ଠାନର ଶୁଭ ଉଦ୍ଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ନିର୍ଦ୍ଦେଶିକା ରୋଲାଣ୍ଡ ଜେ. ଶୃତି ଏବଂ ପ୍ରଫେସର ମଧୁଲତା ପଣ୍ଡା ଯୋଗଦାନ କରି ସମସ୍ତ କତୃପକ୍ଷ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ଉନ୍ନତି ପାଇଁ ଉତ୍ତରାଉତ୍ତର କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନର ମିଳିତ ମୁଖ୍ୟ ପରିଚାଳକ ତଥା ମାଲିକ ମାନେ ଯଥା ଶ୍ରୀ ସବ୍ୟସାଚୀ ମିଶ୍ର, ଶ୍ରୀ କେ କଲ୍ୟାଣ ଆଚାରୀ, ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ଶ୍ରୀମତୀ କେ ହରପ୍ରିୟା ପ୍ରମୁଖ କତୃପକ୍ଷ ରୂପେ ସୂଚନା ଦେଇଛନ୍ତି ଯେ, ଏହି ସ୍କୁଲରେ ଅନ୍ୟ ସ୍କୁଲ ଅପେକ୍ଷା କିଛିଟା ନୂତନତ୍ବ ବା ସ୍ବତନ୍ତ୍ର ଶିକ୍ଷାର ମଧ୍ୟ ବ୍ୟବସ୍ଥା ରହିଛି, ଯାହା ଅନ୍ୟ କୌଣସି ଠାରେ ଏହି ସୁବିଧା ରହିଥିବା ଜନ ସାଧାରଣଙ୍କ ନଜରରେ ନଥାଇ ପାରେ।
ତେବେ ଏହି ସ୍କୁଲରେ ପ୍ଲେ ଗ୍ରୁପ, ନର୍ସରୀ, ଏଲ୍କେଜି ଓ ୟୁକେଜି ପାଠ୍ୟ କ୍ରମର ବ୍ୟବସ୍ଥା ସହ ସ୍ବତନ୍ତ୍ର ରୂପେ ପିଲାମାନଙ୍କ ପାଇଁ ଜୁମ୍ବା, ଆଇରବିକ୍ସ, ଡ୍ରଇଂ ଏବଂ ଡ୍ୟାନ୍ସ ଶିକ୍ଷାର ସୁବ୍ୟବସ୍ଥା ଉପଲବ୍ଧ ରହିଛି । ଏହି ସମସ୍ତ ଶିକ୍ଷା ଗୁଡ଼ିକୁ ସହରର ପ୍ରତିଷ୍ଠିତ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦେଉଥିବା କହିଛନ୍ତି, ଏହାସହ ସେ ସହରବାସୀଙ୍କ ଠାରେ ଆଶା ପ୍ରକଟ କରିଛନ୍ତି ଯେ, ନିଜ ନିଜ ପିଲା ମାନଙ୍କ ପାଠ ପଢା ସହ ଅନ୍ୟାନ୍ୟ ଶିକ୍ଷାର ସୁବ୍ୟବସ୍ଥା ରହିଥିବା ଏହି ସ୍କୁଲକୁ ପରିଦର୍ଶନ କରନ୍ତୁ । ଏବଂ ନିଜ ପିଲାମାନଙ୍କୁ ଏଠାରେ ବିନା ସଙ୍କୋଚରେ ନାମ ଲେଖାନ୍ତୁ ବୋଲି କହିଥିଲେ । ତେବେ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରି ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ସହ ଶୁଭକାମନା ଜଣାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସ୍କୁଲର କର୍ମଚାରୀ ମାନେ ପରିଚାଳନା କରିଥିଲେ ।
