ବ୍ରହ୍ମପୁର,୨୩/୧୦(ଅଭିଜିତ୍ କର): ସ୍ଥାନୀୟ ରାମକୃଷ୍ଣ ନଗର ଷଷ୍ଠ ଲାଇନ ବାସିନ୍ଦା ସ୍ୱର୍ଗତ ରାମକୃଷ୍ଣ ସାମନ୍ତରାୟଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ପରିବାର ଏବଂ ବନ୍ଧୁ ସୃଜନଙ୍କ ସହଯୋଗରେ ଗୁରୁବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିରକୁ ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର ଶୁଭାରମ୍ଭ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହନଗର ନିଗମ ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୂରଲୀ ମୋହନ, କର୍ପୋରେଟର୍ ଡି.କରୁଣାକର, ଶିବ ଶଙ୍କର ପ୍ରଧାନ, ଡକ୍ଟର ଅବିନାଶ, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ। ଏନେଇ ପରିବାର ବର୍ଗଙ୍କ ଏହି ଜନହିତକର କାର୍ଯ୍ୟକୁ ବହୁ ପ୍ରଶଂସା କରିବା ସହ ପ୍ରତ୍ୟେକ ବଦାନ୍ୟ ବକ୍ତି ନିଜର ଜନ୍ମଦିନରେ ରକ୍ତଦାନ କରିପାରିଲେ, ଅନେକ ପୀଡ଼ିତଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଝିଅ ଗାୟତ୍ରୀ ପଣ୍ତା, ଜ୍ୟାଇଁ ପ୍ରତାପ ପଣ୍ତା, ତିନି ବୋହୁ କବିତା, ଅନୀତା, ରଶ୍ମିତା ଓ ସାତ ନାତି ନାତୁଣୀ ଗଣେଶ, ମୋହନ, ରାଜଲକ୍ଷ୍ମୀ, ମହେଶ, ପ୍ରଜ୍ଞା, ମଦନ ଓ ଗୌରାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଥିଲା। ତେବେ ଏପରି ଶିବିର ଦ୍ୱାରା ରକ୍ତ ଭଣ୍ଡାରରେ ଅଭାବ ଥିବା ରକ୍ତ କିଛି ମାତ୍ରାରେ ରୋଗୀଙ୍କ ସହାୟ ହୋଇପାରିବ ବୋଲି ପରିବାର ବର୍ଗ ମାନଙ୍କ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ବୃକ୍ଷରୋପଣ, ପୋଷକ ଏବଂ ଖାଦ୍ୟ ବଣ୍ଟନ ଭଳି ଅନ୍ୟାନ୍ୟ ଜନ ହିତକର କାର୍ଯ୍ୟକ୍ରମ ଶ୍ରାଦ୍ଧ ବାର୍ଷିକୀରେ ଆୟୋଜନ କରିବେ ବୋଲି ପୁଅ କହିଛନ୍ତି । ଉକ୍ତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତରଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ ରକ୍ତ ସଂଗୃହୀତ କରିଥିବା ବେଳେ, ରକ୍ତଦାନ ଶିବିରରେ ସ୍ୱର୍ଗତ ସାମନ୍ତରାୟଙ୍କ ତିନି ପୁଅଙ୍କ ସମେତ ଅନ୍ୟ ବନ୍ଧୁ ବାନ୍ଧବ ଓ ପରିଜନ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
