• ବ୍ରହ୍ମପୁରରେ ନୂଆ ପଞ୍ଚକର୍ମା ୱେଲନେସ୍ ସେଣ୍ଟରର ଶୁଭ ଉଦ୍ଘାଟନ
ବ୍ରହ୍ମପୁର,୧୭/୧୦(ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ପ୍ରଥମ ଗଳି ଠାରେ “D SAVORRA” ନାମକ ଏକ ୱେଲନେସ୍ ହବ୍ ର ଶୁଭ ଉଦ୍ଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ବ୍ରହ୍ମପୁର କେ ଅନିଲ କୁମାର ଯୋଗଦାନ କରି ଉକ୍ତ ପ୍ରତିଷ୍ଠାନକୁ ରିବନ୍ କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେହିପରି ମୁଖ୍ୟ ଆକର୍ଷଣ ରୂପେ ଖ୍ୟାତିନାମା ଓଡ଼ିଆ ସିନେମା ଜଗତର ଯୁବ ପ୍ରତିଷ୍ଠିତ ସିନେ ତାରକା ସୂର୍ଯ୍ୟମୟୀ ମହାପାତ୍ର ଏବଂ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ତଥା ଗୁରୁ ଡି କ୍ରିଷ୍ଣା ରେଡ୍ଡୀ, କ୍ରାଇମ୍ ବ୍ରାଞ୍ଚ ଡିଏସପି ସନ୍ତୋଷ କୁମାର ପ୍ରମୁଖ ସମ୍ମାନିତ ଅତିଥି ଯୋଗଦାନ କରି ପ୍ରତିଷ୍ଠାନର ମୁଖ୍ୟ ପରିଚାଳକ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ଶୁଭ ଉତ୍ତରାଉତ୍ତର କାମନା କରିଥିଲେ। ଏନେଇ ମାନ୍ୟବର ବିଧାୟକ ନିଜ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଦେଇ କହିଥିଲେ ଯେ, ଏହିଭଳି ଏକ ଚିକିତ୍ସା ବ୍ୟବସ୍ଥା ଅନୁଷ୍ଠାନ ବ୍ରହ୍ମପୁର ସହରରେ ନଥିବା ବେଳେ, ଏହାକୁ ପ୍ରତିଷ୍ଠିତ କରି ବ୍ରହ୍ମପୁର ସହରକୁ ଏକ ସୁସ୍ଥ ଓ ନିରାମୟ ଜୀବନର ଉପହାର ପ୍ରଦାନ କରିଛନ୍ତି ଅଭିଲିପା ଓ ସ୍ବିଟି ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ପରିଚାଳିକା ତଥା ଡ ଅଭିଲିପ୍ସା ଲାୟକ୍ ସୂଚନା ଦେଇଛନ୍ତି ଯେ, ବ୍ରହ୍ମପୁର ସହରରେ ଏକ ଅତ୍ୟାଧୁନିକ ହୋଲିଷ୍ଟିକ୍ ୱେଲନେସ୍ ସେଣ୍ଟର ଶୁଭାରମ୍ଭ ହୋଇଛି। “Purify, Rejuvenate, Restore” ଲକ୍ଷ୍ୟ ନେଇ ଏଠାରେ ପଞ୍ଚକର୍ମା ମାଧ୍ୟମରେ ଶରୀରକୁ ପ୍ରାକୃତିକ ଉପାୟରେ ସୁସ୍ଥ କରାଯିବ। ଏଠାରେ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ଦ୍ୱାରା Safe & Natural ଚିକିତ୍ସା ଯୋଗାଇ ଦିଆଯାଉଛି। ପଞ୍ଚକର୍ମା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ହଜମ ଶକ୍ତି ବଢାଇବା ଏବଂ ମାନସିକ ଶାନ୍ତି ମିଳିଥାଏ। ଏଠାରେ ପଞ୍ଚକର୍ମାର ୫ଟି ପ୍ରମୁଖ ଚିକିତ୍ସା ଯଥା ବମନ, ବିରେଚନ, ବସ୍ତି, ନସ୍ୟ ଓ ରକ୍ତ ମୋକ୍ଷଣ ସହିତ ଲେଜର ସ୍କିନ୍ ଟ୍ରିଟମେଣ୍ଟ, ହେୟାର ଟ୍ରିଟମେଣ୍ଟ, ଅଭ୍ୟଙ୍ଗମ, ଶିରୋଧାରା, କଟି ବସ୍ତି, ଜାନୁ ବସ୍ତି ଏବଂ ସନା ବାଥ୍, ଷ୍ଟିମ୍ ବାଥ୍ ଭଳି ଅତ୍ୟାଧୁନିକ ସେବା ଉପଲବ୍ଧ ରହିଛି। ବ୍ରହ୍ମପୁର ତଥା ଗଞ୍ଜାମ ଜନ ସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ଜୀବନର ଉପହାର ନେଇ ପ୍ରାଚୀନ ଜ୍ଞାନ, ପ୍ରାକୃତିକ ଚିକିତ୍ସା, ସୁନ୍ଦର ଭବିଷ୍ୟତ ନେଇ ଏହି ପଞ୍ଚକର୍ମା ଚିକିତ୍ସା ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି ।

ଅଭିଳିପ୍ସା ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ସ୍ୱତନ୍ତ୍ର ରୂପେ ପ୍ରାୟ ୧୦ଟି ରୁ ଅଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜ୍ଞାନ କୌଶଳ ବ୍ୟବହାର ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍ ଟ୍ରିଟମେଣ୍ଟ ଲେଜର ସ୍କିନ୍ ହ୍ୱାଇଟେନିଂ, ଫ୍ରାକ୍ସନାଲ୍ ସ୍କିନ୍ ରିଜୁଭେନେସନ, ସ୍କିନ୍ ଲାଇଟେନିଂ, ସ୍କିନ୍ ହ୍ୱାଇଟେନିଂ, ମେଡ୍ ଫେସିଆଲ୍, ସ୍କିନ୍ ଲାଇଟେନିଂ ଫେସିଆଲ୍, ଲେଜର ଫଟୋ ଫେସିଆଲ୍, ମଲ୍ଟିଭିଟାମିନ୍ ଫେସିଆଲ୍, ହାୟାଲୁରାନିକ୍ ଫେସିଆଲ୍, ବ୍ରଣ ଫେସିଆଲ୍, ବ୍ରଣ ଦାଗ ଚିକିତ୍ସା, କେମିକାଲ୍ ପିଲ୍ସ, ମାଇକ୍ରୋଡର୍ମାବ୍ରାସନ, ମାଇକ୍ରୋନିଡଲିଂ, ଗ୍ଲୁଟାଥାୟୋନ୍, ସ୍କିନ୍ ହ୍ୱାଇଟେନିଂ ଇଞ୍ଜେକ୍ସନ କରାଯାଉଥିବା ସହ ଗ୍ରାହକଙ୍କ ଆବଶ୍ୟକତା ପୂରଣ ଅନୁସାରେ ଆହୁରି ଅଧିକ ମଧ୍ୟ ମେସିନ୍ ଉପଲବ୍ଧି କରାଯିବ ବୋଲି ସେ କହିଛନ୍ତି।

ତେବେ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ଜନ ସାଧାରଣଙ୍କ ଏକ ସନ୍ଦେହ ପ୍ରକାଶ ପାଉଥିବା ଦେଖିବାକୁ ମିଳିଥିବା ବେଳେ, ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଏଠାରେ ସ୍ୱତନ୍ତ୍ର ରୂପେ ଆୟୁର୍ବେଦ ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଅଭ୍ୟଙ୍ଗମ, ଶିରୋଧାରା, ରୋଜ୍ ହନି ମସାଜ୍, ପତ୍ର ପିଣ୍ଡ ସ୍ୱେଦ, ଷଷ୍ଟିକ ଶାଳି ପିଣ୍ଡ ସ୍ୱେଦ, ନସ୍ୟମ, କଟିବସ୍ତି, ଗ୍ରୀବାବସ୍ତି, ନାଭିବସ୍ତି, ପୃଷ୍ଠବସ୍ତି, ହୃଦୟବସ୍ତି, ଜାନୁବସ୍ତି, ଅକ୍ଷିତର୍ପଣ, ଶିରୋପିଚୁ, ଲେପମ, ବମନ, ବିରେଚନ, ମାତ୍ରାବସ୍ତି ଭଳି ବହୁ ଚିକିତ୍ସା ବ୍ୟବସ୍ଥା ରହିଛି। ସେହିପରି ଅନ୍ୟାନ୍ୟ ସେବା ମଧ୍ୟରେ ପିଲାଟସ୍ ସେବା, ବାଥ୍ ସେବା ବା କୋରିଆନ୍ ହେୟାର ସ୍ପା, ସନା ବାଥ୍, ଆଇସ୍ ବାଥ୍, ମଡ୍ ବାଥ୍, ଷ୍ଟିମ୍ ବାଥ୍, ମିଲ୍କ ବାଥ୍ ଇତ୍ୟାଦି ରହିଛି ବୋଲି ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପିତା ଧ୍ରୁବ କୁମାର ଲାୟକ, ମାଁ ଅନୁ ଲାୟକଙ୍କ ସମେତ ସାଗର, ଲିଙ୍ଗରାଜ, ପୱନ୍, ଇନ୍ଦୁ, କାର୍ତ୍ତିକ ଏବଂ ରିଚୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
