ବ୍ରହ୍ମପୁର,୨୦/୧୦(ଅଭିଜିତ୍ କର): ସ୍ଥାନୀୟ ଜନନା ହସ୍ପିଟାଲ ରୋଡ ଠାରେ ଜଣାଶୁଣା ବିୟୁଟି ବ୍ରାଣ୍ଡ Mehaks Makeover Unisex Salon & Makeup Studio ର ଆଉ ଏକ ନୂଆ ଶାଖାର ଭବ୍ୟ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଉକ୍ତ ପ୍ରତିଷ୍ଠାନର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠାନର ଶୁଭ ଉଦଘାଟନ କରିଥିଲେ।

ଏହି ଅବସରରେ ମେୟର ଶ୍ରୀମତି ଦଳେଇ କହିଥିଲେ ଯେ, “Mehaks Makeover” ଭଳି ଏକ ପ୍ରଫେସନାଲ ସ୍ୟାଲନ ବ୍ରହ୍ମପୁରରେ ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବୀ ହେବାର ଏକ ଉଦାହରଣ। ମନୋରମା ଦଳେଇଙ୍କ ଏହି ପ୍ରୟାସ ଏକ ପ୍ରଶଂସନୀୟ, ଏଣୁ ପ୍ରତିଷ୍ଠାନର ଶୁଭ ଉତ୍ତରାଉତ୍ତର ହେଉ ବୋଲି କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ Mehaks Makeover ର ପ୍ରତିଷ୍ଠାତା ଓ ମାଲିକାନୀ ମନୋରମା ଦଳେଇ ଅତିଥି ଓ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ, ନୂଆ ଶାଖାରେ Unisex ପାଇଁ ସବୁ ପ୍ରକାର ଆଧୁନିକ ସେବା ଯଥା Bridal Makeup, Hair Spa, Keratin, Hydra Facial ସହ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

ତେବେ ଦିଲ୍ଲୀ ଓ ପରେ ମୁମ୍ବାଇ ସହରରେ ଶିକ୍ଷା ଲାଭ କରି ବର୍ତ୍ତମାନ ବ୍ରହ୍ମପୁରରେ ନିଜ ଦକ୍ଷତା ସହ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ମହିଳା ଓ ଯୁବତୀ ମାନଙ୍କୁ ନେଇ ପୂର୍ବରୁ ଜନତା ସିଟି ସେଣ୍ଟର ଠାରେ ଏକ ବୀୟୁଟି ଟ୍ରେନିଙ୍ଗ କେନ୍ଦ୍ର ପରିଚାଳିତ ହେଉଥିବା ବେଳେ, ଏହାକୁ ସୋନ୍ଦର୍ଯ୍ୟ ପ୍ରେମୀ ମାନଙ୍କ ସାଜସଜ୍ଜା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଶୁଭାରମ୍ଭ କରାଯାଇଛି ବୋଲି ମନୋରମା କହିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡି କ୍ରିଷ୍ଣା ମୋହନ ପରିଚାଳନା କରୁଥିବା ବେଳେ, ପ୍ରିନ୍ସ ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶୁଭେଚ୍ଛୁ ଓ ପରିବାର ବର୍ଗ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ମନୋରମା ଦଳାଇଙ୍କ ମା ଶ୍ରୀମତୀ ଝୁନୁ ଦଳାଇ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
