• ପୋଷାକ ପ୍ରେମୀଙ୍କ ପାଇଁ ଏକ ନୂଆ ଠିକଣା ପାଲଟିବ ବୋଲି ଆଶା
ବ୍ରହ୍ମପୁର,୧୧/୧୦(ଅଭିଜିତ କର): ରେଶମ ସହରବାସୀଙ୍କ ପାଇଁ ଖୁସି ଖବର ଆସିଛି । ପୂଜା ପୂର୍ବରୁ ବ୍ରହ୍ମପୁରରେ ଭବ୍ୟ ଉଦଘାଟନ ହେଲା ଫ୍ୟାମିଲି ସପିଂ ଡେଷ୍ଟିନେସନ୍ ‘କସମୋ ବଜାର’। ରବିବାର ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ରୋଡ଼ ସ୍ଥିତ ଜନତା ସିଟି ସେଣ୍ଟର ମଲ୍ରେ ଏହାର ନୂଆ ଷ୍ଟୋର ଖୋଲିଥିବା ବେଳେ, ଏହା ହେଉଛି ସଂସ୍ଥାର ୮୫ ତମ ଷ୍ଟୋର । ଏହା ପୂର୍ବରୁ ଓଡ଼ିଶାର ଅନ୍ୟ ଦୁଇଟି ଜିଲ୍ଲାରେ ରହିଥିବା ବେଳେ, ୫ଟି ରାଜ୍ୟରେ ଯଥା ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଆସାମ ରାଜ୍ୟରେ ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଆଜି ଅନୁଷ୍ଠିତ ହୋଇଥିବା ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥି ରୂପେ କୋଠା ଗୃହ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜ କରକମଳ ଏହାର ରିବନ୍ କାଟି ଶୁଭ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏଥିରେ ସଂସ୍ଥାର ଏରିଆ ମ୍ୟାନେଜର ଜ୍ଞାନ ରଞ୍ଜନ ନାୟକ, ଷ୍ଟୋର ମ୍ୟାନେଜର ପ୍ରଶାନ୍ତ କୁମାର ପ୍ରଧାନ ଓ ଭି ଏମ ମ୍ୟାନେଜର ପ୍ରଳୟ ଦାସ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଓଡ଼ିଶାର ଅନ୍ୟ ଦୁଇଟି ସହରରେ ଏହାର ବ୍ୟବସାୟ ଅତି ସୁନ୍ଦର ଭାବରେ ପରିଚାଳିତ ହେଉଥିବା ବେଳେ, ବ୍ରହ୍ମପୁର ସହର ଭଳି ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟର ପେଣ୍ଠସ୍ଥଳୀ ଠାରେ ବ୍ରହ୍ମପୁର ସହରର ପୋଷାକ ପ୍ରେମୀ ମାନଙ୍କୁ ଏକ ନୂଆ ସୁଯୋଗ ଓ ବହୁ ନୂଆ ପସନ୍ଦର ପୋଷାକ ପ୍ରଦାନ କରି ଆକର୍ଷଣୀୟ କରିବା ଲକ୍ଷ୍ୟରେ ଏହାର ଉଦ୍ଘାଟନ ହୋଇଛି । ତେବେ ଷ୍ଟୋର ଓ ଏହାର ବିଶେଷତ୍ୱ ଉପରେ କହିବାକୁ ଗଲେ ପୂଜା ଷ୍ଟୋରିଜ୍ ଅଫର, ଏଥର ଜମିବ ପୂଜା ଶପିଂ, ଏହି ଅବସରରେ କମ୍ପାନୀ ପକ୍ଷରୁ ପୂଜା ଉପଲକ୍ଷେ ଗ୍ରାହକଙ୍କ ପାଇଁ ଧମାକାଦାର ଅଫର ରଖାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଯେମିତି କି, ଲେଡିସ୍ ୱେୟାର, ମେନ୍ସ ୱେୟାର, ବଏଜ ୱେୟାର, ଗର୍ଲ୍ସ ୱେୟାର ଏବଂ ଶାଢୀ ଉପରେ ବାଏ ୱାନ୍ ଗେଟ୍ ୱାନ୍ ଫ୍ରି ଅଫର ରହିଛି। ସେହିପରି ଆସ୍ୟୁର୍ଡ ଗିଫ୍ଟ ରୂପେ ୧୯୯୯ ଟଙ୍କା ସପିଂ ଉପରେ ଫ୍ରି କପ୍ ସେଟ୍ (୪ ପିସ୍), ୩୯୯୯ ଟଙ୍କା ଉପରେ ଫ୍ରି ଟି ସେଟ୍ (୬ ପିସ୍), ୭୯୯୯ ଟଙ୍କା ଉପରେ ଫ୍ରି ଡଫଲ୍ ଟ୍ରଲି, ୧୪୯୯୯ ଟଙ୍କା ଉପରେ ଫ୍ରି ଡବଲ ବେଡ୍ କ୍ୱିଲ୍ଟ, ୨୪୯୯୯ ଟଙ୍କା ଉପରେ ଫ୍ରି ହାର୍ଡ-କେସ୍ ଟ୍ରଲି ଉପଲବ୍ଧ ରହିଛି ।

ଏହାସହ ଗ୍ରାହକ ତଥା ପୋଷାକ ପ୍ରେମୀ ମାନଙ୍କ ପାଇଁ ଲକି ଡ୍ର’ ରେ ପ୍ରତିଦିନ ୫ ଜଣ ବିଜେତା ମାନଙ୍କୁ ୧୦୦୦ ଟଙ୍କାର ଫ୍ରି ସପିଂ ଜିତିବାର ସୁଯୋଗ ପାଇ ପାରିବେ ବୋଲି କହିଥିଲେ। ତେବେ ସବୁଠୁ ଶସ୍ତା ଦରରେ ଫ୍ୟାସନ ଯଥା ମେନ୍ସ ସାର୍ଟ ୧୪୯/- ଠାରୁ, ଜିନ୍ସ ୨୯୯/- ଠାରୁ ଲେଡିସ୍ ଟପ୍ ୭୯/- ଠାରୁ, ଜିନ୍ସ ୧୯୯/- ଠାରୁ, ଗକିଡ୍ସ ୱେୟାର ୭୯/- ଠାରୁ, ୯୯/- ଠାରୁ ଆରମ୍ଭ, ଶାଢୀ ଓ ଲେହେଙ୍ଗା ୨୫୦/- ଠାରୁ ଆରମ୍ଭ । ଏହା ବ୍ୟତୀତ ହୋମ୍ ଆଣ୍ଡ ଲାଇଫ ଷ୍ଟାଇଲ୍ ସାମଗ୍ରୀ ଯେପରି ନଷ୍ଟିକ୍, ମିକ୍ସର ଗ୍ରାଇଣ୍ଡର, ଟ୍ରଲି ବ୍ୟାଗ, ବେଡଶିଟ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ରହିଛି। ପୂଜା ଶପିଂ ପାଇଁ ଏହା ବ୍ରହ୍ମପୁର ବାସୀଙ୍କ ପାଇଁ ଏକ ନୂଆ ଠିକଣା ପାଲଟିବ ବୋଲି ଅତିଥି ମାନେ ଆଶା ପ୍ରକଟ କରିଥିଲେ। ଯୋଗାଯୋଗ 9038324036
