• ଉଦ୍ଘାଟନ ଉପଲକ୍ଷେ ପ୍ରତ୍ୟେକ କ୍ରୟ ଉପରେ ରହିଛି ସ୍ବତନ୍ତ୍ର ରିହାତି
ବ୍ରହ୍ମପୁର,୧୧/୫(ଅଭିଜିତ କର): ସ୍ଥାନୀୟ ଖାଲାସୀ ସାହି ଠାରେ ରବିବାର ସନ୍ଧ୍ୟାରେ ସହରର ସୁପରିଚିତ ବ୍ୟବସାୟୀ ପ୍ରତିଷ୍ଠାନ ଜଗନ୍ନାଥ ଏଣ୍ଟରପ୍ରାଇଜେସ୍ ଦ୍ଵାରା “ପ୍ରୋଟିନ୍ ୱାର୍ଲ୍ଡ’ ନାମକ ଏକ ପ୍ରୋଟିନ୍ ସପ୍ଲିମେଣ୍ଟ ନୂତନ ଷ୍ଟୋରର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ମାନନୀୟ କର୍ପୋରେଟର ଶ୍ରୀ ଧିରେଶ ସାବତ ଏବଂ ମାନନୀୟ କର୍ପୋରେଟର ଶ୍ରୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି ଉଭୟ ଯୋଗଦାନ କରି ଷ୍ଟୋରର ରିବନ୍ କାଟି ଶୁଭାରମ୍ଭ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ରୂପେ କମ୍ପାନୀର ମୁଖ୍ୟ ଶାଖାର ପରିଚାଳକ ତଥା ପ୍ରବନ୍ଧକ ବୃନ୍ଦ ଯୋଗଦାନ କରିଥିଲେ। ଏହି ଅବସରରେ ଷ୍ଟୋରର ଦ୍ବୟ ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ସାହୁ ଏବଂ ବିକ୍ରମ ନାୟକଙ୍କୁ ଅତିଥି ମାନେ ଅଭିନନ୍ଦନ ଜଣାଇବା ସହ ଶୁଭକାମନା ନେଇ ଉତ୍ତରାଉତ୍ତର କାମନା କରିଥିଲେ।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ, ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ ସୁନ୍ଦର ସ୍ବାସ୍ଥ୍ୟ ତଥା ଜିମ୍ ପ୍ରେମୀ ମାନଙ୍କ ବେଶ୍ ଚାହିଦା ବୃଦ୍ଧି ପାଇଛି। ସେମାନେ ନିଜ ନିଜ ସୁନ୍ଦର ସ୍ବାସ୍ଥ୍ୟ ଗଠନ ପାଇଁ ଅନ୍ୟାନ୍ୟ କମ୍ପାନୀର ବିଭିନ୍ନ ପ୍ରକାର ପ୍ରୋଟିନ ଖାଇବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଗଠନରେ ବେଳେ ବେଳେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରରେ ରହିଛି । ତେଣୁ ଆମର ଏହି ପ୍ରୋଟେନ୍ ୱାର୍ଲ୍ଡ ଷ୍ଟୋରରେ ସେସବୁକୁ ଅସୁବିଧାକୁ ଦୃଷ୍ଟିରେ ରଖି ବିନା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସହ ବହୁ ପରୀକ୍ଷଣ ପରେ ବିକ୍ରୟ ପାଇଁ ମାର୍କେଟକୁ ଅଣାଯାଇଛି । ଯାହା ସମସ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ସୁଯୋଗ ଦେବ, ଯାହାଦ୍ଵାରା ସମସ୍ତେ ଏହାକୁ ବ୍ୟବହାର କରି ନିଜର ସୁନ୍ଦର ସ୍ବାସ୍ଥ୍ୟ ଗଠନ କରି ପାରିବେ ବୋଲି କହିଥିଲେ।

ସେହିପରି ଶ୍ରୀ ନାୟକ କହିଛନ୍ତି ଯେ, ଏହି ଷ୍ଟୋରରେ ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପ୍ରଶଂସିତ ପ୍ରାୟ ୪୦ରୁ ଅଧିକ ବ୍ରାଣ୍ଡ ଗୁଡ଼ିକର ସାମଗ୍ରୀ ଉପଲବ୍ଧ ରହିଥିବା ବେଳେ, ୩ଶହରୁ ଅଧିକ ଭେରାଇଟି ମଧ୍ୟ ରହିଛି ଯାହା ଜିମ ପ୍ରେମୀ ମାନଙ୍କୁ ନିଜ ପସନ୍ଦ ଅନୁସାରେ ବାଛି ତାହାକୁ ବ୍ୟବହାର କରି ପାରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ହରି, ସନ୍ତୋଷ, ଅଙ୍କିତ ଏବଂ ଓଁକାର ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଉଭୟ ପରିଚାଳକ ମାନଙ୍କୁ ଅଭିନନ୍ଦନ ସହ ଶୁଭକାମନା ଜଣାଇଥିଲେ ।
