• LAXMIRA VILLAS ଫାର୍ମ ଭିଲା ପ୍ରକଳ୍ପର ଘୋଷଣା
• ଏକ ଶାନ୍ତିପୂର୍ଣ୍ଣ ଜୀବନ ଶୈଳୀ ପ୍ରଦାନ କରିବା ଲକ୍ଷ୍ୟ – ଅଜିତ୍
ବ୍ରହ୍ମପୁର,୨୬/୧୦(ଅଭିଜିତ୍ କର): ଆଜି ବ୍ରହ୍ମପୁର ସହରର ଗାନ୍ଧୀ ନଗର ସ୍ଥିତ ସ୍ପେକ୍ଟ୍ରମ କଲୋନୀ ଠାରେ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା “Vihaan Realcon” ର ନୂଆ କାର୍ଯ୍ୟାଳୟ ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି। ଏହି ଭବ୍ୟ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ମାନନୀୟ କର୍ପୋରେଟର ଧୀରେଶ ସାବତ, ବରିଷ୍ଠ ନେତା ଭଗବାନ ଗନ୍ତାୟତ, ପ୍ରମୋଦ ଜେନା, ଗାଗୁନି ପଣ୍ଡା, ଦୁର୍ଗା ପ୍ରସାଦ ପଣ୍ଡା, ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ଓ ଫିତା କାଟି ନୂଆ ଅଫିସକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ସହରର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପାତ୍ର ଏବଂ ପ୍ରୋଜେକ୍ଟର ଷ୍ଟ୍ରାଟେଜିକ୍ ପାର୍ଟନର ଶଙ୍କର ପାତ୍ର ଉଭୟଙ୍କୁ ସଂସ୍ଥାର ଶୁଭ ମନାସି ଉତ୍ତରାଉତ୍ତର କାମନା କରିଥିଲେ ।

ଏହି ପରିପ୍ରେକ୍ଷୀରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପାତ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରି କହିଥିଲେ ଯେ, “Vihaan Realcon ର ଲକ୍ଷ୍ୟ କେବଳ ଘର ବିକ୍ରି କରିବା ନୁହେଁ, ଏକ ଶାନ୍ତିପୂର୍ଣ୍ଣ ଜୀବନ ଶୈଳୀ ପ୍ରଦାନ କରିବା । ସହରର ବ୍ୟସ୍ତତା ଭିତରେ ପ୍ରକୃତି କୋଳରେ ରହିବାର ଅନୁଭୂତି ହିଁ ଆମର ଭିଜନ” ବୋଲି କହିଥିଲେ । ସେହିପରି ଶ୍ରୀଯୁକ୍ତ ଶଙ୍କର ପାତ୍ର, କମ୍ପାନୀ ପକ୍ଷରୁ ନିଜର ନୂଆ ଫ୍ଲାଗସିପ୍ ପ୍ରୋଜେକ୍ଟ LAXMIRA VILLAS Luxury Farm Villas ବିଷୟରେ ଘୋଷଣା କରିଥିଲେ । ଏବଂ ଏହା ବ୍ରହ୍ମପୁର ଠାରୁ ମାତ୍ର ୧୨ କି.ମି., ରିଙ୍ଗ ରୋଡ ଠାରୁ ୪ କି.ମି., NH-16 ଠାରୁ ୧୫ କି.ମି. ଦୂର ବୁରିଗାଁ, ମହୁଡା, ଗଞ୍ଜାମ, କେରାଣ୍ଡିମାଳ ପାହାଡ ନିକଟରେ ଅବସ୍ଥିତ ରହିଥିବା ବେଳେ, ଏହା ଏକ ଚିନ୍ତାପୂର୍ଣ୍ଣ ଭାବେ ପରିକଳ୍ପିତ ଫାର୍ମ ହାଉସ୍ କମ୍ୟୁନିଟି, ଯାହା ପ୍ରକୃତି-କୈନ୍ଦ୍ରିକ ପରିବେଶ, ଆରାମ ଦାୟକ ଜୀବନ, ସୁନ୍ଦର ଦୃଶ୍ୟ ଓ ଶାନ୍ତିପୂର୍ଣ୍ଣ ଜୀବନ ଶୈଳୀକୁ ନେଇ ଡିଜାଇନ୍ କରାଯାଇଛି ବୋଲି କହିଥିଲେ।

ତେବେ ଏହା ପାହାଡ ଉପରେ ୩୬୦° ଦୃଶ୍ୟ, ସହର ଠାରୁ ୧୫ ମିନିଟ୍ ଦୂରରେ ସୁନ୍ଦର ସିନିକ୍ ରିଙ୍ଗ ରୋଡ୍ ଫାର୍ମ-ଟୁ-ଟେବୁଲ୍ କନସେପ୍ଟ, ନିଜ ବଗିଚାରୁ ସତେଜ ପନିପରିବା, ଲଗ୍ଜରୀ ସ୍ୱିମିଂ ପୁଲ୍, ପ୍ରାକୃତିକ ହ୍ରଦ, ପକ୍ଷୀଙ୍କ ଶବ୍ଦରେ ସକାଳ, Proposed 2BHK Farm Villa, ପ୍ଲଟ୍ ଏରିଆ ୧୫୦୦ ସ୍କୋୟାର ଫୁଟ, ବିଲ୍ଟ-ଅପ୍ ଏରିଆ ୧୦୨୭ ସ୍କୋୟାର ଫୁଟ ହୋଇଥିବା ବେଳେ, ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, “This isn’t just a second home. It’s your reset button” ଅଟେ । ଏହି ନୂଆ ଅଫିସରେ One-to-One Meeting ସହ Project Details & Plans, Site Visit ଓ Booking Process ର ସୁବିଧା ଉପଲବ୍ଧ ରହିବ, ଅଧିକ ଜାଣିବା ପାଇଁ ଏହି ନମ୍ବର 9938070473, 8895149605 ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିବା ସହ ଶେଷରେ ଶ୍ରୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରୋଜେକ୍ଟ କୋଡିନେଟର ବର୍ଷା ପ୍ରିୟର୍ଶିନୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିବା ବେଳେ, ଚିତ୍ତରଞ୍ଜନ ପାଢ଼ୀ, ଦୁର୍ଗା, ସୁଶାନ୍ତ ଓ ଆଶିଷ ଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
