• ମେକିଂ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ଛାଡ, ମାତ୍ର ୧୦% ଟଙ୍କା ଦେଇ ବୁକ୍ କରିପାରିବେ ଗହଣା
ବ୍ରହ୍ମପୁର,୨୪/୧୦(ଅଭିଜିତ୍ କର): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ବ୍ରହ୍ମପୁର ଶୋ’ ରୁମ ଆଲୋକର ପର୍ବ ଦୀପାବଳୀ ଓ ଧନତେରସ୍ ପୂର୍ବରୁ ବ୍ରହ୍ମପୁର ବାସୀଙ୍କ ପାଇଁ ଖୁସି ଖବର ନେଇ ଆସିଛି । ବିଶ୍ୱ ପ୍ରସିଦ୍ଧ ଜୁଏଲାରୀ ବ୍ରାଣ୍ଡ “ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍” ସଂସ୍ଥା ପକ୍ଷରୁ “Celebrate the Light of Togetherness” ଥିମରେ ଏହାର ବହୁ ପ୍ରତୀକ୍ଷିତ “Diwali Campaign 2026” ଏବଂ ଏକ ସ୍ୱତନ୍ତ୍ର “ଡାଇମଣ୍ଡ ଶୋ” ର ଶୁଭାରମ୍ଭ କରାଯାଇଛି। ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମକୁ ବ୍ରହ୍ମପୁରର ସୁପରିଚିତ Miss Teen Universe India ମିସ୍ ପ୍ରାସୁସି ପଣ୍ଡା ମୁଖ୍ୟ ଅତିଥି ବା ଉଦ୍ଗଘାଟକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ମାଲାବାରର ନୂଆ ଫେଷ୍ଟିଭ କଲେକ୍ସନ ଓଡ଼ିଶାର ସଂସ୍କୃତି ଉପରେ ଆଧାରିତ Chitrangi, ଉତ୍ସବ ପାଇଁ ଏକ କଲେକ୍ସନ Manahaari, ଲାଇଟ ୱେଟ ଜୁଏଲାରୀ ZOUL ଏବଂ ଡାଇମଣ୍ଡରେ ERA, PRECIA ଓ MINE କଲେକ୍ସନ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଥିବା ମିସ୍ ପଣ୍ଡା କହିଛନ୍ତି ।

ସେହିପରି ଏହି ପର୍ବରେ ରହିଛି ଧମାକା ଅଫର, ଯାହା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ, ଏହି ଅଫରରେ ଗ୍ରାହକ ମାନେ ସୁନା ଗହଣା ମେକିଂ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ଛାଡ, ହୀରାର ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଛାଡ, ERA, PRECIA ଓ ରୂପା ଗହଣାର ମେକିଁଂ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ଛାଡ ପାଇ ପାରିବେ। ଏହା ସହିତ MINE Diamondsର ସ୍ୱତନ୍ତ୍ର DIAMOND SHOW ନଭେମ୍ବର ୧ ପର୍ଯ୍ୟନ୍ତ ଚାଲିବ, ତେବେ ଧନତେରସ୍ ପାଇଁ ଆଗୁଆ ବୁକିଂ ସୁବିଧା ମଧ୍ୟ ରହିଛି, ମାତ୍ର ୧୦% ଟଙ୍କା ଦେଇ ଗହଣା ବୁକ୍ କଲେ, ବୁକିଂ ଦିନର ଦର ଓ କିଣିବା ଦିନର ଦର ମଧ୍ୟରୁ ଯେଉଁଟି କମ୍ ହେବ ସେହି ଦରରେ ଗହଣା ମିଳିବ । ଏବଂ ପ୍ରତ୍ୟେକ ବୁକିଂରେ ରୂପା ମୁଦ୍ରା ଉପହାର ମିଳିବ ବୋଲି ଷ୍ଟୋର ମ୍ୟାନେଜର ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ମାଲାବାର ଗ୍ରୁପର ଚେୟାରମ୍ୟାନ ଏମ.ପି. ଅହମ୍ମଦଙ୍କ ବାର୍ତ୍ତା ଅନୁସାରେ “ପ୍ରତ୍ୟେକ ଗହଣା ଗୋଟିଏ କାହାଣୀ କହେ, ଦୀପାବଳୀ କେବଳ ଏକ ପର୍ବ ନୁହେଁ, ପ୍ରିୟଜନଙ୍କ ସହ ସ୍ଥାୟୀ ସ୍ମୃତି ତିଆରି କରିବାର ସମୟ, ଆମର ଏହି ଅଫର ଗ୍ରାହକଙ୍କୁ ଏହି ପର୍ବରେ ଅଧିକ ଖୁସି ଓ ଅଧିକ ମୂଲ୍ୟ ଦେବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅନ୍ୟତମ ମ୍ୟାନେଜର ୟୁ ଶ୍ରୀନିବାସ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ, ସହଯୋଗୀ ସଦସ୍ୟ ଶ୍ରୀ ମନୋଜ ମହାରଣାଙ୍କ ଦ୍ଵାରା ପରିଚାଳିତ ହୋଇ ଅନ୍ୟ ମାନେ ସହଯୋଗ କରିଥିଲେ। ଶେଷରେ କେକ୍ କାଟି ଉତ୍ସବ ପାଳନ କରିବା ସହ ପୂର୍ବ ଭଳି ଲଟେରୀ ମାଧ୍ୟମରେ ବିଜୟୀ ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।
