ବ୍ରହ୍ମପୁର,୧୫/୩ (ଅଭିଜିତ କର): ବ୍ରହ୍ମପୁର ସହରର ଜଣେ ଜଣାଶୁଣା ସ୍ୱେଚ୍ଛାସେବୀ ତଥା ଦଳପତି ମହାସଭା କେନ୍ଦ୍ରୀୟ କମିଟି ସମ୍ପାଦକ ଓ ଶୁଭଚିନ୍ତକ ଚାରିଟେବୁଲ ଟ୍ରଷ୍ଟର ପରିଚାଳକ ରବି ସାହାଣୀଙ୍କ ବିବାହ ବନ୍ଧନର ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଏକ ଜନ କଲ୍ୟାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସହରର ଉପଖଣ୍ଡ ବନ୍ଥପଲ୍ଲୀ ଗ୍ରାମ ନିକଟସ୍ଥ ସିରିୟାପୁର ଗ୍ରାମରେ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ଯାତାୟାତ କରୁଥିବା ଲୋକ ମାନଙ୍କ ତୃଷ୍ଣା ନିବାରଣ ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦଳପତି ମହାସଭା କେନ୍ଦ୍ରୀୟ କମିଟିର ଉପଦେଷ୍ଟା ନିରଞ୍ଜନ ଜେନା, ସଂଗଠନ ସମ୍ପାଦକ କୁନା କୁମାର ବିଷୋୟୀ, କମଳ କୁମାର ପାତ୍ର, ଉପ ସଭାପତି ସନ୍ତୋଷ କୁମାର ମହାନ୍ତି, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦ ପ୍ରତିଷ୍ଠାତା ସାଗର କୁମାର ପାତ୍ର, କାହ୍ନା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ରଞ୍ଜନା ମିଶ୍ର, ସ୍ନେକ ହେଲ୍ପଲାଇନ ସଦସ୍ୟ ତଥା ଯୁବ ସାମ୍ବାଦିକ ସ୍ୱାଧୀନ ସାହୁଙ୍କ ସମେତ ବହୁ ସଂଖ୍ୟକ ସମାଜସେବୀ ଯୋଗଦାନ କରି ଜଳଛତ୍ରର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଭୟ ଦମ୍ପତି ସମସ୍ତ ସ୍ୱେଚ୍ଛାସେବୀ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅବଗତ କରାଇ ଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଉଭୟ ଦମ୍ପତିଙ୍କୁ ବିବାହ ବନ୍ଧନର ବାର୍ଷିକ ପୂର୍ତ୍ତି ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହି ନିଃସ୍ଵାର୍ଥ ଜଳସେବା କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ।
