ବ୍ରହ୍ମପୁର,୧୪/୧୧(ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧’ ର ପିଡିଏସ କେନ୍ଦ୍ର ଠାରେ ଆଜି ଚଳିତ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କୁ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ ରିଲିଫ୍ ସହାୟତା ପ୍ରଦାନ କରାଯାଇଛି । ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ଉପସ୍ଥିତ ରହି ନିଜ ହାତରେ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ସ୍ୱରୂପ ୫୦ କେ.ଜି. ଚାଉଳ ବଣ୍ଟନ କରିଥିଲେ। ଚଳିତ ବନ୍ୟାରେ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଯୋଗୁଁ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ, ବିପନ୍ନ ଲୋକଙ୍କୁ ସରକାରୀ ସହାୟତା ପହଞ୍ଚାଇବା ଦିଗରେ ପଦକ୍ଷେପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ରିଲିଫ୍ ନିୟମାବଳୀ ଅନୁସାରେ, ଚାଉଳ ବ୍ୟତୀତ ପ୍ରତ୍ୟେକ ଯୋଗ୍ୟ ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ୨,୫୦୦ ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠା ଯିବାର ବ୍ୟବସ୍ଥା ରହିଛି ବୋଲି ମାନ୍ୟବର ବିଧାୟକ ଅବଗତ କରାଇ ଥିଲେ । ଏଥି ପାଇଁ ୱାର୍ଡ ନଂ ୧’ ରେ ଚାଉଳ ବଣ୍ଟନ ସହିତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଓ ଆକାଉଣ୍ଟ ନମ୍ବର ମଧ୍ୟ ସଂଗ୍ରହ କରାଯାଇଥିଲା।

ଯାହା ଦ୍ୱାରା ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ହିତାଧିକାରୀଙ୍କ ନିଜସ୍ୱ ବ୍ୟାଙ୍କ ଖାତାକୁ ସୁବିଧାରେ ପହଞ୍ଚି ପାରିବ। ରିଲିଫ୍ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ କରିବା ସହ ଯୋଗ୍ୟ ପରିବାର ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆ ଯାଇଥିବା ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ମହାନଗର ନିଗମ ପ୍ରତିନିଧି ଅଶୋକ ଶୁକ୍ଳ ଏବଂ ସ୍ଥାନୀୟ କର୍ପୋରେଟର ଏମ୍ ମିନାକ୍ଷୀଙ୍କ ପ୍ରତିନିଧି ତଥା ସ୍ୱାମୀ ଶ୍ରୀ ଏମ. ଜଗଦୀଶ ରାଓ ଉପସ୍ଥିତ ରହି ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ରିଲିଫ୍ ବଣ୍ଟନ କାର୍ଯ୍ୟରେ ସହଯୋଗ କରିବା ସହ ଅଞ୍ଚଳର ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରିଥିଲେ । ତେବେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇଦେବା ସେମାନଙ୍କ ଜୀବନକୁ ପୁନର୍ବାର ସ୍ୱାଭାବିକ କରିବାରେ ସହାୟକ ହେବ। ଏହି ଦିଗରେ ୱାର୍ଡ ନଂ-୧ରେ ବିଧାୟକଙ୍କ ଉପସ୍ଥିତିରେ ରିଲିଫ୍ ବଣ୍ଟନ ଓ ଆର୍ଥିକ ସହାୟତା ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ କର୍ପୋରେଟର ମାନ୍ୟବର ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ।
