ବ୍ରହ୍ମପୁର,୧୪/୯(ଅଭିଜିତ କର): ସ୍ଥାନୀୟ ଫାଷ୍ଟ ଗେଟ୍ ନିକଟସ୍ଥ ଗଞ୍ଜାମ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ବିଗ୍ରହ ସହିତ ଗଣପତି ପ୍ରାସାଦ ପ୍ରତିଷ୍ଠା ଓ ଅଷ୍ଟ ପ୍ରହର ନାମଯଜ୍ଞ ସମାରୋହ ମହା ଆଡ଼ମ୍ବରରେ ସହକାରେ ଅନୁଷ୍ଠିତ ହୋଯାଇଅଛି । ଗଞ୍ଜାମ ଟ୍ରକ ମାଲିକ ସଂଘ ସଭାପତି ପ୍ରମୋଦ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବ ତିନି ଦିନ ଧରି ଧୁମଧାମରେ ପାଳିତ ହୋଇଥିବା ବେଳେ, କାର୍ଯ୍ୟସୂଚୀ ଅନୁଯାୟୀ ୧୨ ତାରିଖ ଶନିବାର ଜଳଯାତ୍ରା, ଅଙ୍କୁରାରୋପଣ, ମଣ୍ଡଳାବାସ, ପ୍ରତିଷ୍ଠାରମ୍ଭ, ବ୍ରାହ୍ମଣ ବରଣ, ଶାଲା ସଂସ୍କାର, ମଣ୍ଡଳ ପୂଜା, ଅଗ୍ନି ସ୍ଥାପନ, ଘୃତଯଜ୍ଞ, ଦେବତାବାସ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ୧୩ ତାରିଖ ରବିବାର ଦିନ ମହାସ୍ନାନ, ଦେବତା ଶ୍ବସ୍ତିକେ ମଣ୍ଡଳେ ଶୟନ, ଜୀବନ୍ୟାସ ଯଥା ପାର୍ଶ୍ଵ, ଦ୍ବାର, ତ୍ରିଶୂଳ, ଓ ଧ୍ୱଜ ସ୍ଥାପନ ସହ ଦେବତା ପ୍ରବେଶ ଓ ଅଷ୍ଟ ପ୍ରହର ନାମ ଯଜ୍ଞାରମ୍ଭ ହୋଇଥିଲା ।

ସେହିପରି ୧୪ ତାରିଖ ଅର୍ଥାତ୍ ସୋମବାର ଦିନ ବିନାୟକ ଚତୁର୍ଥି ବିହିତ ମନ୍ଦିରରେ ମହାପୂଜା, ବିହ୍ବାର୍ଜନ, ଘୃତଯଜ୍ଞ ଓ ପୂର୍ଣ୍ଣାହୂତି ମାଧ୍ୟମରେ ସମସ୍ତ ମାଙ୍ଗଳିକ କାର୍ଯ୍ୟର ସମାପନ ହୋଇଥିଲା। ସୂଚନା ଅନୁସାରେ ପ୍ରତିଦିନ ଘୃତଯଜ୍ଞ ସହ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କ ପାଇଁ ଅନ୍ନଯଜ୍ଞର ବ୍ୟବସ୍ଥା ରହିଥିଲା । ତେବେ ପ୍ରଥମ ଦିନରେ ସହରର ହରଡ଼ଖଣ୍ଡି ପୋଖରୀରୁ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ପୂଜା ଓ ପ୍ରତିଷ୍ଠା ଉତ୍ସବ ସହ ବିଭିନ୍ନ ଧାର୍ମିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ଦୈବିକ ତଥା ମାଙ୍ଗଳିକ କାର୍ଯ୍ୟରେ ଅତିଥି ରୂପେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଚନ୍ଦ୍ର ଶେଖର ସାହୂ, ପୂର୍ବତନ ବ୍ରହ୍ମପୁର ବିଧାୟକ ରେମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡି ନେତା ସୁବାଷ ମହାରଣା, ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଉପ ମେୟର ଇ ବିବେକ ରେଡ୍ଡୀ, ବରିଷ୍ଠ ନେତା ଭୀମସେନ ଦଳାଇ, ବିଜେପି ନେତା ଅଶୋକ ଶୁକ୍ଲ, ଶିବ ଶାହାଣୀ, କର୍ପୋରେଟର ଅଶ୍ଵିନୀ ପଟ୍ଟନାୟକ, ଦୁର୍ଗା ଲାୟକ୍, ଅଜୟ ମହାରଣାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବହୁ ବ୍ୟବସାୟୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରି ଠାକୁରଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ କାମନା କରିଥିଲେ ।

ଏହି ଅବସରରେ ଅତିଥି ମାନେ ଠାକୁରଙ୍କ ଠାରେ ବିଶ୍ଵ ଶାନ୍ତି, ଲୋକ କଲ୍ୟାଣ ପାଇଁ ସର୍ବ ବାଧା ପ୍ରଶମନ ଓ ସଂସାର ମାୟା ଜାଲରୁ ମୁକ୍ତି ତଥା ଅଭିପ୍ସିତ ଫଳ ପ୍ରାପ୍ତି ନିମନ୍ତେ ଆପଣ ସପରିବାର ଅଗ୍ରପୂଜ୍ୟ ଗଣେଶ ଶୁଭାଶିଷ ପ୍ରଦାନ କରନ୍ତୁ ବୋଲି କାମନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ତଥା ପୂଜା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ବେଳେ, ସମ୍ପାଦକ ରଞ୍ଜିତ କୁମାର ପଣ୍ଡାଙ୍କ ତଦାରଖରେ ଉପ ସଭାପତି କାଲି ଚରଣ ସ୍ୱାଇଁ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ନୀରଞ୍ଜନ ଜେନା, ସହକାରୀ କୋଷାଧ୍ୟକ୍ଷ ମନୋଜ କୁମାର ପାଢୀଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ମାନଙ୍କ ତତ୍ତ୍ଵାବଧାନରେ ସୁଚାରୁ ରୂପେ ସମ୍ପାଦନା ହୋଇଯାଇଛି। ଏହି ଉତ୍ସବରେ ପଣ୍ଡିତ ଅଶୋକ ମିଶ୍ର ଏବଂ ତାଙ୍କ ପଣ୍ଡିତ ମଣ୍ଡଳୀ ତଥା ଶିଷ୍ୟ ଗଣ ମାନେ ପୂଜକ ରୂପେ ସମସ୍ତ ଦାୟିତ୍ବ ସମ୍ପାଦନା କରୁଥିଲେ ।
