{"remix_data":[],"remix_entry_point":"challenges","source_tags":[],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
ବ୍ରହ୍ମପୁର,୧୨/୧୧(ଅଭିଜିତ କର): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଆଜି ଧରାକୋଟ ଓ ସୋରଡ଼ା ବ୍ଲକର ଭରତପଲ୍ଲୀ ଏବଂ ତତାବାଲି ନିକଟସ୍ଥ ଦୁଇଟି ଅନୁସୂଚିତ ଜାତି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ପକ୍ଷରୁ ସଦସ୍ୟ ମାନଙ୍କ ଦ୍ଵାରା, ବନ୍ୟାରେ ସର୍ବସ୍ୱ ହରାଇଥିବା ଅସହାୟ ପରିବାର ବର୍ଗଙ୍କୁ ଶୁଖିଲା ଖାଦ୍ୟ ଯଥା ରନ୍ଧନ ତେଲ, ସାବୁନ, ପଟି, କମ୍ବଳ, ଆଳୁ, ପିଆଜ, ଲୁଣ, ପୋଷାକ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇ ଥିବାସହ ଛୋଟ ପିଲା ମାନଙ୍କୁ ବହି, ଖାତା, କଲମ ଓ ବିସ୍କୁଟ୍ବ ଆଦି ପ୍ରଦାନ କରାଯାଇଛି । ଏହି ସେବା କାର୍ଯ୍ୟରେ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯାଇଥିବା ଶାଖାର ସେବା ସଂଯୋଜକ ପି ଧର୍ମା ରାଓ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶାଖା ସଭାପତି ଶ୍ରୀ ସୀମାଞ୍ଚଳ ଦାଶ, ସମ୍ପାଦକ ଶ୍ରୀ ଶିବରାମ ରେଡ୍ଡୀ ଏବଂ ପୂର୍ବ କ୍ଷେତ୍ରୀୟ ସେବା ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ଛୋଟରାୟ ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଶାଖାର ବରିଷ୍ଠ ପଦାଧିକାରୀ ଓ ସଦସ୍ୟ ଡ.ପ୍ରାଣଚାନ୍ଦ ପଣ୍ଡା, ଅଶୋକ ମହାରଣା, ରୁଦ୍ର ପ୍ରସାଦ ସିଂହଦେଓ, ଶ୍ରୀମତୀ ଜାନକୀ ପାଢ଼ୀ, ମହିଳା ସହଭାଗିତା ସଂଯୋଜିକା ଶ୍ରୀମତୀ ଯାଜ୍ଞସେନୀ ଦେବୀ, ଆରତୀ ପଣ୍ଡା ଓ ପ୍ରଶାନ୍ତ ମହାରଣା ପ୍ରମୁଖ ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ। ତେବେ ଏହି ରିଲିଫ୍ ସେବା କାର୍ଯ୍ୟର ତଦାରଖ କରିବା ପାଇଁ ଭାରତ ବିକାଶ ପରିଷଦ, ଓଡ଼ିଶା ପୂର୍ବ ପ୍ରାନ୍ତର ଅର୍ଥ ସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଓ ପ୍ରାନ୍ତ ସମ୍ପର୍କ ସଂଯୋଜକ ଶ୍ରୀ ଜିତେନ୍ଦ୍ର ଦାଶ ମଧ୍ୟ ରିଲିଫ୍ ଟିମ୍ ସହିତ ଉପସ୍ଥିତ ଥିଲେ। ସେହିପରି ଏହିଭଳି ଆଗାମୀ ୧୪ ତାରିଖରେ ଆସିକା ଓ ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଚତୁର୍ଥ ପର୍ଯ୍ୟାୟ ରିଲିଫ୍ ବଣ୍ଟନ କରାଯିବ ବୋଲି ଶାଖା ସମ୍ପାଦକ ଶ୍ରୀ ଶିବରାମ ରେଡ୍ଡୀ ସୂଚନା ଦେଇଛନ୍ତି। ଏହି ମାନବିକ ସେବା କାର୍ଯ୍ୟରେ ସହଯୋଗ କରିଥିବା ଭାରତ ବିକାଶ ପରିଷଦର ସମସ୍ତ ସଦସ୍ୟ ଏବଂ ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଶାଖା ସଭାପତି ଶ୍ରୀ ସୀମାଞ୍ଚଳ ଦାଶ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ମାନବ ସେବା କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
