ବ୍ରହ୍ମପୁର,୫।୩ (ଅଭିଜିତ କର): ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମହାନ୍ ସଂଘ୍ ପକ୍ଷରୁ ରାମଚନ୍ଦ୍ରପୂର ସ୍ଥିତ ବିଶ୍ଵ ନିକେତନ ଜରା ନିବାସରେ ପବିତ୍ର ହୋଲି ଉତ୍ସବ ଅନ୍ତେବାସୀଙ୍କ ସହ ପାଳନ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ହିଲପାଟଣା ସ୍ଥିତ କାର୍ଯ୍ୟଳୟ ଠାରେ ବ୍ରହ୍ମପୁର ମହୋତ୍ସବ ଆୟୋଜନ ନେଇ ସଦସ୍ୟ ମାନଙ୍କ ସହ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଆସନ୍ତା ପବିତ୍ର ରାମ ନବମୀ ତଥା ୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ୭ ଦିନ ବ୍ୟାପୀ ଉତ୍ସବକୁ ପୂର୍ବ ଅପେକ୍ଷା ଆହୁରି ଆକର୍ଷଣୀୟ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦିଆଯିବ।

ପ୍ରତ୍ୟେକ ଦିନ ଆଲୋଚନା ଚକ୍ର, ପ୍ରତିଭା ସମ୍ମାନ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଯେଉଁଥିରେ ବିଭିନ୍ନ କିସମର ସରକାରୀ ବେସରକାରୀ ଷ୍ଟଲ ଲଗାଯିବ ବୋଲି ସଭାପତି ସୁଶାନ୍ତ କୁମାର ସାବତ ସୂଚନା ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ସୀମାଞ୍ଚଳ ପାଣିଗ୍ରାହି, ଲିପିକା ଜେନା, ଗୋପାଳ ପଟ୍ଟନାୟକ, ଦିଲୀପ ମହାପାତ୍ର, ସସ୍ମିତା ମିଶ୍ର, ଶ୍ରୀକାନ୍ତ ସାବତ, ସୁଶ୍ରୀ ସୁଚେତା ପାଣିଗ୍ରାହୀ, ଡ ସୁରଜିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ଜେ କୋମଲି, ସସ୍ମିତା ସାହୁ, ଡ ସନ୍ଧ୍ୟାରାଣୀ ପଟ୍ଟନାୟକ, ଭି ଚନ୍ଦ୍ରକଳା, ଶୁଭଶ୍ରୀ ସାବତ, ସତ୍ୟ ନାରାୟଣ ପଣ୍ଡା, ସୁନିର ବିଶ୍ୱାସ, ମନରଞ୍ଜନ ପାଢ଼ୀ, ରଞ୍ଜିତ୍ କର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ
