ବ୍ରହ୍ମପୁର,୨୧/୩ (ଅଭିଜିତ କର): ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ତଥା ଶିଶୁ ମାନଙ୍କୁ ନୂତନ ଜୀବନ ପ୍ରଦାନ କରି ଆଶାର ଆଲୋକ ସାଜିଥିବା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଶିଶୁ ନୂଆ ଜୀବନ ପାଇଛନ୍ତି । ସେହିକ୍ରମରେ ୧୯ ତାରିଖରେ ଦିନ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭବାନୀ ଶଙ୍କର ମିଶ୍ରଙ୍କ ତତ୍ତ୍ଵାବଧାନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୧୯ ଜଣ ହୃତ୍ ରୋଗରେ ଜନ୍ମଗତ ତ୍ରୁଟି ଥିବା ଶିଶୁ ମାନେ ଉନ୍ନତମାନର ଚିକିତ୍ସା ପାଇଁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସ୍ଥିତ ଆପୋଲ ଶିଶୁ ହସ୍ପିଟାଲରେ ଏହି ଶିଶୁ ମାନଙ୍କର ହୃତରୋଗର ଅସ୍ତ୍ରୋପଚାର ଆରବିଏସକେ ମାଧ୍ୟମରେ ମାଗଣାରେ ଚିକିତ୍ସା ହେବାକୁ ଥିବା ପରିବାର ବର୍ଗଙ୍କୁ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସିଡିଏମଓ ଡା. ଶ୍ରୀ ମିଶ୍ର ସମସ୍ତ ପିଲା ମାନଙ୍କ ଚିକିତ୍ସା ତଥା ତଦାରଖ କରିବା ପାଇଁ ଡା. କିରଣ କୁମାର ପଣ୍ଡିତ ଓ ଡା. ସତ୍ୟ ନାରାୟଣ ପଲାଇଙ୍କୁ ସେମାନଙ୍କ ସହ ଚେନ୍ନାଇ ଅଭିମୁଖେ ସହଯୋଗ ନିମନ୍ତେ ଯାତ୍ର କରିବା ପାଇଁ ନିର୍ଦ୍ଦେଶ କରିଥିବା ସୂଚନା ମିଳିଛି। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଚିକିତ୍ସାଧିକାରୀ ଡା. କାମେଶ୍ୱର ରାଓ, ଡିଏମଓ ଡା. ବିଷମ୍ବର ବେହେରା, ଶିଶୁ ବିଶେଷଜ୍ଞ ଡ଼ା. ବିଜୟ ପାଣିଗ୍ରାହୀ, ଡା. ଆର ଜଗଦିଶ, ଡିପିଏମ ବୁଲୁନାଥ ସାହୁ, ଡିଏମଆରସିଏଚ ପ୍ରଶାନ୍ତ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆରବିଏସକେ ମ୍ୟାନେଜେର ସୁଶ୍ରୀ ଲୋପାମୁଦ୍ରା ମିଶ୍ର ପରିଚାଳନା କରିଥିଲେ ।
