ବ୍ରହ୍ମପୁରରେ ନୂଆ ‘UV Space Station’ ଶୋ ରୁମ୍ ଉଦ୍ଘାଟିତ
ବ୍ରହ୍ମପୁର,୨୮/୯(ଅଭିଜିତ କର): ସ୍ଥାନୀୟ ଖୋଡ଼ାସିଙ୍ଗି ମେନ୍ ରୋଡ୍ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମଖରେ UV Space Station ନାମକ ଏକ ଶୋ ରୁମର ଶୁଭ ଉଦ୍ଘାଟନ ହୋଇଯାଇଛି । ଦକ୍ଷିଣ ଓଡ଼ିଶାର ଗ୍ରାହକଙ୍କୁ ଏକ ସମ୍ପୂର୍ଣ ଏବଂ ପ୍ରିମିୟମ୍ ଇଲେକ୍ଟ୍ରିକ୍ ମୋଟର ସାଇକେଲ୍ ଅନୁଭୂତି ପ୍ରଦାନ କରିବା ନେଇ ଓଡିଶାରେ Ultraviolette ପାଦ ଥାପିଛି । ଉକ୍ତ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥି ରୂପେ ଶ୍ରୀ ଅନୁରାଗ, ଶ୍ରୀ ଦେବରାଜ, ଶ୍ରୀ ପ୍ରିତମଙ୍କ ଉପସ୍ଥିତିରେ ଷ୍ଟୋରର ମୁଖ୍ୟ ପରିଚାଳକ ବୃନ୍ଦ ଯଥା ପ୍ରଭାକର ପାଢ଼ୀ, ଦୀପକ ନାୟକ ଏବଂ ଦୀପକ ପଟ୍ଟନାୟକ ପ୍ରମୁଖଙ୍କ କର କମଳରେ ଏହି ଷ୍ଟୋରର ଶୁଭ ଉଦ୍ଘାଟନ ହୋଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧିକାରୀ ମାନଙ୍କ ସୂଚନା ଅନୁସାରେ ଏହି କମ୍ପାନୀର ସ୍କୁଟି ମଡେଲ ଆସନ୍ତା ଜାନୁଆରୀ ମାସରେ ମାର୍କେଟ ପ୍ରବେଶ କରିବାକୁ ଥିବା ବେଳେ, ଆଜି ଏହାର ମୋଟର ସାଇକେଲର ଦୁଇଟି ମଡେଲ ଯଥା ‘X47’ ର ୬ଟି ଏବଂ ‘F77’ ର ୪ ଗୋଟିର ମାର୍କେଟ ପ୍ରବେଶ ହୋଇଛି ବୋଲି କହିଥିଲେ।

ସେହିପରି ଷ୍ଟୋରର ମୁଖ୍ୟ ପରିଚାଳକ ଶ୍ରୀ ପାଢ଼ୀ କହିଛନ୍ତି ଯେ, ଭାରତର ପ୍ରମୁଖ ପରଫର୍ମାକ୍ସ ଇଲେକ୍ଟ୍ରିକ୍ ମୋଟର ସାଇକେଲ୍ ନିର୍ମାତା Ultraviolette Automotive ଓଡ଼ିଶାରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରି ବ୍ରହ୍ମପୁରରେ ଏକ ନୂଆ UV Space Station ଆରମ୍ଭ କରିଛି ବୋଲି କହିଥିବା ବେଳେ, ଅନ୍ୟତମ ପରିଚାଳକ ଶ୍ରୀ ନାୟକ କହିଛନ୍ତି ଯେ, ଏହି ଅତ୍ୟାଧୁନିକ କେନ୍ଦ୍ରରେ ପ୍ରମୁଖ ମୋଟର ସାଇକେଲ୍ X-47 Crossover ଏବଂ F77 ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏଠାରେ ଗ୍ରାହକ ମାନେ ଟେଷ୍ଟ ରାଇଡ୍, ଯାନ ପ୍ରଦର୍ଶନ, ବିକ୍ରୟ ପରାମର୍ଶ, ଗ୍ରାହକ ସହାୟତା, ସର୍ଭିସ୍, ଜେନୁଇନ୍ ସ୍ପେୟାର୍ ପାର୍ଚ୍ଚ ଏବଂ ମୋଟର ସାଇକେଲ୍ ଆକ୍ସେସରିଜ୍ ଭଳି ସୁବିଧା ଏକ ସ୍ଥାନରେ ପାଇ ପାରିବେ ବୋଲି କହିଥିଲେ। ପରିଶେଷରେ ଅନ୍ୟତମ ମାଲିକ ତଥା ପରିଚାଳକ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, X-47 Crossover ଏହାର ଉନ୍ନତ ପ୍ରଯୁକ୍ତି ଓ ସୁରକ୍ଷା ବୈଶିଷ୍ଟ୍ୟ ପାଇଁ ବିଶେଷ ଆକର୍ଷଣର କେନ୍ଦ୍ର ଅଟେ। ଏଥିରେ ୭୭ GHz ରାଡାର, Blind-spot Detection, Lane-change Assist, Overtake Alert ଏବଂ Rear-collision Warning ଭଳି ଆଧୁନିକ ସୁବିଧା ରହିଛି। ୧୦.୩ kWh ବ୍ୟାଟେରୀ ପ୍ୟାକ୍ ସହ ଏହା IDC ଅନୁସାରେ ୩୨୩ କି.ମି. ପର୍ଯ୍ୟନ୍ତ ରେଞ୍ଜ୍ ପ୍ରଦାନ କରିଥାଏ ଏବଂ ଏହାର ଶକ୍ତିଶାଳୀ ପରଫର୍ମାନ୍ସ୍ ରାଇଡର ମାନଙ୍କୁ ଏକ ନୂଆ ଅନୁଭୂତି ଦେଇଥାଏ ବୋଲି କହିଥିଲେ।

ତେବେ ଉଲ୍ଟରଭାୟୋଲେଟର ସହ-ପ୍ରତିଷ୍ଠାତା ଓ ସିଇଓ ନାରାୟଣ ସୁବ୍ରମଣ୍ୟମ୍ କହିଛନ୍ତି ଯେ, ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବାଣିଜ୍ୟିକ ଓ ସାଂସ୍କୃତିକ ସହର ହୋଇଥିବାରୁ ଏଠାରେ ଏହା ନୂତନ ପିଢ଼ିର ରାଇଡର ମାନଙ୍କ ନିକଟରେ ପରଫର୍ମାନ୍ସ ଇଲେକ୍ଟ୍ରିକ୍ ମୋବିଲିଟି ପହଞ୍ଚାଇବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିବା କମ୍ପାନୀ ଅଧିକାରୀ ମାନେ ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଷ୍ଟୋର ମ୍ୟାନେଜର ଆଦିତ୍ୟ ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ଆଦିତ୍ୟ ଦୀନେଶ, ମୁକେଶ ଓ ଗାୟତ୍ରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ।
