ବ୍ରହ୍ମପୁର,୨୯/୯(ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୪ ନଂ ୱାର୍ଡ ଅଧିନସ୍ଥ ଗୋଇଲୁଣ୍ଡି ଭାବା ନଗର ବିଦ୍ୟା ନଗର ସ୍ଥିତ ଶ୍ରୀନଗର ଅଙ୍ଗନୱାଡି କେନ୍ଦ୍ର ଠାରେ ଆଜି “ଆଙ୍ଗନ କା ଉତ୍ସବ” ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଟି ତ୍ରିପତି ପାତ୍ର ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏନେଇ ସେ ନିଜ ଅଭିଭାଷଣରେ ଶିଶୁଙ୍କ ପୃଷ୍ଟି ଓ ସୁସ୍ଥତା ସମ୍ପର୍କରେ ଅଭିଭାବକ ମାନଙ୍କ ଠାରେ ସଚେତନତା ସୃଷ୍ଟି କରିବା ନେଇ ବହୁ ବାର୍ତ୍ତା ପ୍ରଦାନ କରିଥିଲେ । ତେବେ ସମ୍ମାନିତ ଅତିଥି ରୂପେ ଯାଞ୍ଚ କମିଟିର ସଭାପତି ପ୍ରଫୁଲ କୁମାର ତ୍ରିପାଠୀ ଯୋଗଦେଇ ପ୍ରତେକ ଅଭଭାବକ ମାନଙ୍କ ପୁଷ୍ଟିକର ଖାଦ୍ୟ ତିଆରି ପ୍ରଦର୍ଶନୀକୁ ଭୁରି ଭୁରି ପ୍ରଶଂସା କରିଥିଲେ । ତେବେ ୩ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ୱାର୍ଡର ବହୁ ଅଭିଭାବକ ମାନେ ସରକାରଙ୍କ ଏହି ଯୋଜନାକୁ ବହୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀର କୃତି ଅଭିଭାବକ ମାନଙ୍କୁ ମାନନୀୟ କର୍ପୋରେଟର ଶ୍ରୀ ପାତ୍ରଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଙ୍ଗନୱାଡି ଦିଦି ଦୀପ୍ତିଲେଖା ମିଶ୍ର, ସଙ୍ଘମିତ୍ରା ପଣ୍ଡା, ଦୀପ୍ତି ପଟ୍ଟନାୟକ, ସ୍ମିତାରାଣୀ ପଣ୍ଡିତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଯାଞ୍ଚ ସଦସ୍ୟ ସୁରେଶ ସାହୁ ଧନ୍ୟବାଦ ଦେଇଥିଲେ ।
