• ବାଳୁଙ୍ଗା ଟୋକା ୨.୦ ଗୀତରେ ମଜଗୁଲ ହୋଇ ଝୁମିଲେ ଟିମ୍ ଓ ଫ୍ୟାନ୍ସ
ବ୍ରହ୍ମପୁର,୧୬/୬(ଅଭିଜିତ କର): ଆଜି ସ୍ଥାନୀୟ ରୁକ୍ମଣୀ ହଲରେ ଓଡ଼ିଆ ସିନେମା ତାରକା ତଥା ସୁପରଷ୍ଟାର ଅନୁଭବ ମହାନ୍ତି ପହଞ୍ଚି ତାଙ୍କ ନୂଆ ସିନେମା “ଛକି ଶୂନ” ଫିଲ୍ମର ପ୍ରମୋଶନ କରିବା ସହ ବ୍ରହ୍ମପୁର ସହରବାସୀଙ୍କୁ ଉକ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ଅନୁରୋଧ କରିଛନ୍ତି। ଏନେଇ ସିନେ ପ୍ରେମୀ ମାନଙ୍କ ଉତ୍ସାହ ଆଜି ଏତେ ମାତ୍ରରେ ଦେଖିବାକୁ ମିଳିଥିଲା ଯେ, ସମ୍ପୂର୍ଣ୍ଣ ଅଞ୍ଚଳଟି ଏକ ପ୍ରକାର ଜନ ସମୁଦ୍ର ଭଳି ପରିଲିଖିତ ହେଉଥିଲା । ଏହି ପରିପ୍ରେକ୍ଷୀରେ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଗଣ ପର୍ବ ରଜ ଆସିଲେ ସପରିବାରକୁ ଓଡ଼ିଆ ଫିଲ୍ମ ଦେଖିବାକୁ ସୁଯୋଗ ମିଳେ । ତେବେ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ରଜ ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଛକି ଶୂନ’ ଓଡ଼ିଆ ଦର୍ଶକଙ୍କୁ ରଜ ଭେଟି ଦେଇଛି ।

ଫିଲ୍ମ ସୁପରହିଟ୍ ବୋଲି ଦର୍ଶକ କହୁଥିବା ବେଳେ, ଦର୍ଶକଙ୍କ ଆଗ୍ରହକୁ ଆଖିରେ ରଖି ଅନୁଭବଙ୍କ ସମେତ ଅଭିନେତ୍ରୀ ଶୀତଲ ପାତ୍ର, ଦିବ୍ୟା ମହାନ୍ତି, ସମ୍ଭାବନା, ଅଭିନେତା ଅଭିଷେକ ପଣ୍ଡା, ଜିତୁ ମଙ୍ଗରାଜ, ବିଘ୍ନେଶ, ଓଡ଼ିଆ ଟୋକା ଆକାଶ ଓ ଶିଶୁ କଳାକାର ଶ୍ରେୟାଂଶୀ ରେଶମ ସହର ବ୍ରହ୍ମପୁରର ଗୌତମ ହଲ ଠାରେ ପହଞ୍ଚି ଦର୍ଶକଙ୍କ ସହିତ ମିଶି ଚଳଚ୍ଚିତ୍ର ଛକି ଶୂନ ଦେଖିଛନ୍ତି । “ଭାଇ ଜାନ”ଙ୍କୁ ଦେଖିବା ପାଇଁ ସାରା ସହରରେ ଦର୍ଶକଙ୍କ ଭିଡ଼ ଅସମ୍ଭାଳ ହୋଇ ପଡିଥିବା ବେଳେ, ଫିଲ୍ମକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆମର ଷ୍ଟୁଡିଓ ଓ ଏସଏମ୍ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ ୨୯ ଟୁ ନାଇନ୍ ଫିଲ୍ମସ୍ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିହାରୀ, ସେ ହିଁ ଏହାର କାହାଣୀ ଲେଖିଥିବା ବେଳେ ଜାଗୃତି, ଅନୁଭବ ମହାନ୍ତି, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।

ଫିଲ୍ମର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ରହିଥିବା ବେଳେ, ଫିଲ୍ମରେ ଅନ୍ୟ ମାନଙ୍କ ମଧ୍ୟରେ ଚୌଧୁରୀ ଜୟ ପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଅନୁଭବ ମହାନ୍ତିଙ୍କୁ ଦେଖିବା ସହ ତାଙ୍କ ସହ ସେଲ୍ଫି ନେବା ପାଇଁ ଶହ ଶହ ସଂଖ୍ୟାରେ ସିନେ ପ୍ରେମୀଙ୍କ ସମାଗମ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଶ୍ରୀ ମହାନ୍ତି ସମସ୍ତ ଫ୍ୟାନ୍ସ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଉକ୍ତ ସିନେମା ଦେଖି ଭଲପାଇବା ଦେବାକୁ ଅନୁରୋଧ କରିଥିଲେ।
