ବ୍ରହ୍ମପୁର,୧୬/୬(ଅଭିଜିତ କର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କଞ୍ଚୁଡୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଠେଇକୁଳି ଗ୍ରାମ ନିବାସୀ ସରସ୍ବତୀ ସାହୁଙ୍କ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଥିଲା । ଏହାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସିତ ହେଉଥିଲେ, ତେବେ ସେଠାରେ ତାଙ୍କରି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ଯାଇଥିଲା। ଏନେଇ ତାଙ୍କ ପରିବାର ଲୋକ ମୃତକ ସରସ୍ବତୀଙ୍କ ଶେଷକୃତ୍ୟ କରିବା ଲାଗି ଆର୍ଥିକ ସ୍ତରରେ ଅସାମର୍ଥ୍ୟତା ପ୍ରକାଶ କରି ବ୍ରହ୍ମପୁର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅଫିସରେ ଯୋଗାଯୋଗ କରି ସାହାଯ୍ୟ ଲୋଡ଼ିଥିଲେ ।

ଏହି ଖବର ପାଇବା ପରେ ବିକ୍ରମ ବାବୁଙ୍କ ଟିମ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ମୃତ ସରସ୍ବତୀଙ୍କ ପୋଷ୍ଟ ମୋଟର୍ମ କରାଇ ନୂଆ ବସ୍ ଷ୍ଟାଣ୍ଡ, ପାୟଲ ହଲ ସ୍ଥିତ ସ୍ମଶାନରେ ଶେଷକୃତ୍ୟର ସମସ୍ତ ବ୍ୟବସ୍ଥା କରାଇ ଥିଲେ । ତେବେ ମୃତ୍ୟ ସମୟରେ ସରସ୍ୱତୀଙ୍କ ବୟସ ପ୍ରାୟ ୭୦ ବର୍ଷ ହୋଇଥିବା କୁହାଯାଇଛି । ଏହି ଦୁଃଖଦ ସମୟରେ ବିକ୍ରମ ପଣ୍ଡାଙ୍କ କାର୍ଯ୍ୟାଳୟ ସହଯୋଗୀ ଜ୍ୟୋତି ରଞ୍ଜନ ସାହୁ, ଶୋଭନ ନାୟକ, ଶୀର୍ଷକ ପାତ୍ର, ସତ୍ୟ ନାରାୟଣ ତ୍ରିପାଠୀ ଏବଂ ଗିରିଜା ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସମସ୍ତ କାର୍ଯ୍ୟକୁ ତ୍ଵରାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ପରିବାର ବର୍ଗ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇ ଥିଲେ ।
