ବ୍ରହ୍ମପୁର,୧୫/୬(ଅଭିଜିତ କର): ସ୍ଥାନୀୟ ରାମଲିଙ୍ଗମ ପାର୍କ ରୋଡ଼ ସ୍ଥିତ ଧର୍ମ ନଗର ମୁଖ୍ୟ ରାସ୍ତା ଠାରେ ଚଳିତ ବର୍ଷ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀଙ୍କୁ ଚଲ୍ହା ପଣା ବଣ୍ଟନ କରାଯାଇଥିଲା । ସୋମବାର ଅପରାହ୍ନରେ “ଶ୍ରୀନିବାସ ଉଡ଼୍ ପଲିସ୍ ୱାର୍କର୍ଶ” ତରଫରୁ ସଂସ୍ଥାର ମାଲିକ ତଥା ସମାଜସେବୀ ଶ୍ରୀନିବାସ ରେଡ୍ଡୀଙ୍କ ନେତୃତ୍ୱରେ ତାଙ୍କର ବହୁ ସହଯୋଗୀଙ୍କ ମିଳିତରେ ଜନ ସାଧାରଣଙ୍କ ତୃଷ୍ଣା ମେଣ୍ଟାଇବା ପ୍ରୟାସ ନେଇ ପଥଚାରୀଙ୍କ ଉଦ୍ଦେଶ୍ୟରେ ଚଲ୍ହା ପଣା ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇ ଥିବା ସମାଜସେବୀ ଶ୍ରୀନିବାସ ରେଡ୍ଡୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଖରାର ପ୍ରଭାବ ଅଧିକ ରହିଥିବା ଦେଖିବାକୁ ମିଳିଛି, ଏଣୁ ତାଙ୍କ ସହଯୋଗୀ ମାନଙ୍କ ମିଳିତରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ମନ ବଳାଇବା ସହ ଆଜି ଭଳି ଏକ ଗଣ ପର୍ବ ରଜ ସଂକ୍ରାନ୍ତି ଅବସରରେ ପ୍ରାୟ ଏକ ହଜାର ଲୋକଙ୍କ ପାଇଁ ପଣା ବଣ୍ଟନର ଆୟୋଜନ କରିବା ନେଇ ନିଷ୍ପତି ନିଆଯାଇଥିଲା। ଆଉ ଆଜି ସ୍ବାମୀ ଶରଣମୟୀ ଆପ୍ପାଙ୍କ ଆଶୀର୍ବାଦରେ ଏହି ସମାଜସେବା କାର୍ଯ୍ୟ କରି ଆମେ ବହୁତ ଖୁସି ଅନୁଭବ କରୁଛୁ ବୋଲି ସମାଜସେବୀ ଆନ୍ନା ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ୟାମ ମହାରଣା, ଦାମୋଦର ମହାରଣା, ଶ୍ରୀମନ୍ତ ମହାରଣା, ବିକ୍ରମ ନାୟକ, ସନ୍ତୋଷ ସାବତ, ରାକେଶ ଚୌଧୁରୀ, କାଳୁ ମହାରଣା ଏବଂ ଏସ୍.କେ ରାଜୁଙ୍କ ସମେତ ଅନ୍ୟ ବହୁ ବନ୍ଧୁ ମାନେ ସାମିଲ ହୋଇ ପଥଚାରୀ ମାନଙ୍କୁ ପଣା ବଣ୍ଟନ କରିଥିଲେ ।
