* ରକ୍ତର ଉପଲବ୍ଧି ଯୋଗୁଁ ରୋଗୀଙ୍କ ମୁହଁରେ ହସ ଫେରିବ, ଏହାହିଁ ମୋ ପାଇଁ ସଫଳତା – ସନ୍ତୁ
ବ୍ରହ୍ମପୁର,୧୦/୬(ଅଭିଜିତ କର): ଅଶୋକ ନଗର ଷଷ୍ଠ ଲାଇନ୍ ଠାରେ ଅଶୋକ ନଗର ଯୁବକ ସଂଘ ଏବଂ ସନ୍ତୁ ଆନ୍ନା ସୋସିଆଲ୍ ଓ୍ୱାକର୍ସ ଗ୍ରୁପ୍ ପକ୍ଷରୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ଅଭାବକୁ ଦୂର କରିବାକୁ ପାଞ୍ଚ ଦିନିଆ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଗତ ୦୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ୩ଘଣ୍ଟା ଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବଡ଼ ମେଡ଼ିକାଲର ରକ୍ତ ଭଣ୍ଡାରର ସହଯୋଗ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ସଂଗୃହିତ କରାଯାଉଥିଲା। ଉକ୍ତ ଶିବିର ଦୀର୍ଘ ପାଞ୍ଚ ଦିନ ଧରି ଚାଲି ରହିଥିବା ବେଳେ, ଏଥିରେ ମୋଟ ୧୩୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ବୋଲି ମୁଖ୍ୟ ପରିଚାଳକ ତଥା ପ୍ରତିଷ୍ଠାତା ସଭାପତି ଯୁବନେତା ଏ ସନ୍ତୋଷ କୁମାର ପାତ୍ର କହିଛନ୍ତି। ତେବେ ପ୍ରକାଶ ଥାଉ କି, ଚଳିତ ଗ୍ରୀଷ୍ମ ଋତୁର ପ୍ରଭାବ ଏତେ ପରିମାଣରେ ରହିଛି ଯେ, ଯାହା ଦ୍ଵାରା ବହୁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଥିବା ଦେଖିବାକୁ ମିଳିଛି।

ଏହି ଅଭାବକୁ ଦୃଷ୍ଟି ଆକର୍ଷଣ କରି ସଭଙ୍କ ପ୍ରିୟ ଯୁବ ସମାଜସେବୀ ସନ୍ତୁ ଆନ୍ନାଙ୍କ ପ୍ରୟାସରେ ୫ଦିନ ବ୍ୟାପୀ ଏହିଭଳି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଥିଲା। ଯାହା ଆଜି ବହୁ ପରିମାଣରେ ସଫଳ ହୋଇଛି, ଏହି ଛୋଟିଆ ପ୍ରୟାସ ଦ୍ବାରା ବହୁ ଥାଲାସେମିଆ ରୋଗୀ ମାନେ ରକ୍ତର ଉପଲବ୍ଧି ଯୋଗୁଁ ସୁସ୍ଥ ହୋଇପାରିବେ ଏବଂ ଏହାହିଁ ମୋ ପାଇଁ ସବୁଠୁ ବଡ଼ ସଫଳତା ବୋଲି ଶ୍ରୀ ପାତ୍ର କହିଛନ୍ତି। ଏନେଇ ଆଜି ତଥା ଶିବିରର ଶେଷ ସନ୍ଧ୍ୟାରେ କିଛି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ଦ୍ଵାରା ଉକ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।

ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଶ୍ରୀ ପାତ୍ରଙ୍କ ଏହି ପ୍ରୟାସକୁ ବହୁ ପ୍ରଶଂସା କରିଥିବା ସହ ରୋଗୀଙ୍କ ପାଇଁ ତୃତୀୟ ଭଗବାନ ରୂପେ ଅର୍ପିତ ପାଇଁ ବୋଲି ବହୁ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଏ.ହରି ପାତ୍ର, କୁମାର ସୁରଜ ମହାରଣା, ଶିବ ଶଙ୍କର ପାଢ଼ି, ଅମ୍ରିତ୍ ରାଜ୍, ଦୀପକ ଗୌଡ଼, ବିକ୍ରମ ଜେନା, କିରଣ ସାହୁ, ପି.ସତ୍ୟ ନାରାୟଣ, ବିକାଶ ପ୍ରଧାନ, କିରଣ ସ୍ବାଇଁ, ସୋନୁ ନାହାକଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଛନ୍ତି। ଡାକ୍ତରଖାନାକୁ ଆସୁଥିବା ଯେକୌଣସି ରୋଗୀର ରକ୍ତଦାନ ଅଭିଯାନକୁ ସଫଳ ରୂପେ ପରିଚାଳନରେ ସହଯୋଗ କରିଥିଲେ।
