• ୧୦ଟି ବିଦେଶ ସହ ଦେଶର ୨୨ଟି ରାଜ୍ୟର ଆକର୍ଷଣୀୟ ସାମଗ୍ରୀ ଷ୍ଟଲ୍ ପ୍ରଦର୍ଶିତ
• ପ୍ରବଳ ଗ୍ରୀଷ୍ମ ମୌସୁମୀର ତାଣ୍ଡବ ଆଶଙ୍କା, ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ?
ବ୍ରହ୍ମପୁର,୨୪/୬(ଅଭିଜିତ କର): ସ୍ଥାନୀୟ ୟୁସିପି ଇଞ୍ଜିନିୟର ସ୍କୁଲ ଖେଳ ପଡିଆ ଠାରେ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରଦର୍ଶନୀ ମେଳା “୪ର୍ଥ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟର” ଆଜି ସନ୍ଧ୍ୟାରେ ଏହାର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ମେଳାକୁ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆୟୋଜନ କରାଯାଉ ଥିବା ବେଳେ, ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମାସ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ସଂସ୍ଥାର ମୁଖ୍ୟ ପରିଚାଳକ ସୁଜିତ୍ କୁମାର ଗୁପ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ମେଳାର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ କାହ୍ନୁ ଚରଣ ପତି ଏବଂ ସୁପରିଚିତ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ ସାବତଙ୍କ ମିଳିତରେ ରିବନ କାଟି ଶୁଭାରମ୍ଭ କରାଯାଇଛି। ତେବେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହେବାର ଆଶା ରଖିଥିବା ନେଇ ଆୟୋଜକଙ୍କ ପକ୍ଷରୁ କୁହାଯାଇଥିବା ବେଳେ, ଅତିଥି ମାନେ ଏହି ମେଳାର ଆୟୋଜନ ପାଇଁ ସଂସ୍ଥାର ମୁଖ୍ୟଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ପରିଚାଳକ ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି ଯେ, ଏହି ମେଳା ପ୍ରାଙ୍ଗଣରେ ଏସି ପେଭିଲିଅନ୍, ବିଭିନ୍ନ ବ୍ୟବସାୟିକ ଷ୍ଟଲ୍ ଓ ଆକର୍ଷଣୀୟ ପ୍ରଦର୍ଶନୀର ବ୍ୟବସ୍ଥା ରହିଛି । ଉକ୍ତ ମେଳାରେ ଖାଦ୍ୟ ସାମଗ୍ରୀ, ହ୍ୟାଣ୍ଡିକ୍ରାଫ୍ଟ, ହୋମ୍ ଡେକର, ଫର୍ଣ୍ଣିଚର, ସୋଫା, କାର୍ପେଟ, ଡ୍ରେସ୍ ଓ ଜୁଏଲେରୀ, ଆୟୁର୍ବେଦିକ ଓ ହର୍ବାଲ୍ ପ୍ରଡକ୍ଟ, କିଚେନ୍ ସାମଗ୍ରୀ, ଘରୋଇ ଉପକରଣ, ବେଡ୍ଶିଟ୍ ଓ ବିଭିନ୍ନ ଘରୋଇ ପ୍ରୟୋଜନୀୟ ସାମଗ୍ରୀ ଉପଲବ୍ଧ ହେବ। ଏଥିସହ ମେଳାରେ ଫୁଡ୍ କୋର୍ଟ, ଗ୍ରାହକଙ୍କ ପାଇଁ ଉପହାର ଓ ଲକି ଡ୍ର, ହୋମ୍ ଲୋନ୍ ଓ ବୀମା ସେବା, ପରିବାର ଓ ଶିଶୁ ମାନଙ୍କ ପାଇଁ ମନୋରଞ୍ଜନ, ପର୍ଯ୍ୟଟନ, ଶିକ୍ଷା, ବ୍ୟାଙ୍କିଂ ଓ ମାଇକ୍ରୋ ଫାଇନାନ୍ସ ସମ୍ପର୍କିତ ସୁବିଧା ମଧ୍ୟ ରହିଛି ବୋଲି କୁହାଯାଇଛି ।

ସେହିପରି ଅନ୍ୟ ପକ୍ଷକୁ ଦୃଷ୍ଟି ଆକର୍ଷଣ କରିବାକୁ ଗଲେ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଯାହା ଫଳରେ ବେଳେବେଳେ ସହରରେ ମୌସୁମୀର କରାଳ ତାଣ୍ଡବ ଲୀଳା ଦେଖିବାକୁ ମିଳୁଛି। ଏହି ସମୟରେ ଶହ ଶହ ଦର୍ଶକ ତଥା ମେଳା ପ୍ରେମୀ ମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ଏହାର ମଜା ଉଠାଇବା ପାଇଁ ଏକାଠି ହେବାକୁ ଥିବା ବେଳେ, ଯଦି ଆଶଙ୍କା କରାଯାଉଥିବା ମୌସୁମୀର କରାଳ ତାଣ୍ଡବ ଲୀଳା ଖେଳେ ତେବେ ଜନ ସାଧାରଣଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ? ଏନେଇ ଆୟୋଜକଙ୍କ ପକ୍ଷରୁ ଜନ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମିତି ସୁହାଇଲା ଭଳି କୌଣସି ପ୍ରସ୍ତୁତିର ସୁବ୍ୟବସ୍ଥା ରହିଥିବା ସୂଚନା ବା ପ୍ରତିକ୍ରିୟା ମିଳିନଥିବା ବେଳେ, ସ୍ବାସ୍ଥ୍ୟ ସେବା ପ୍ରତି ସେତେଟା ଗୁରୁତ୍ଵ ନଥିବା ସମସ୍ୟା ଏହି ମେଳାର ସଫଳ ରୂପାୟନ ପାଇଁ ନେଇ ଉଠୁଚି ବଡ଼ ପ୍ରଶ୍ନ ।

ଏନେଇ ଗତ କାଲି ଆୟୋଜକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା, ଯେଉଁଥିରେ ଏହି ପ୍ରଦର୍ଶନୀ ବ୍ୟବସାୟୀ, ଉଦ୍ୟୋଗପତି ଓ ଗ୍ରାହକ ମାନଙ୍କ ପାଇଁ ଏକ ବଡ଼ ମଞ୍ଚ ସୃଷ୍ଟି କରିବ। ଏଠାରେ ୫ ଦିନ ଓ ୧୨ ଦିନ ଆଧାରରେ ଷ୍ଟଲ୍ ବୁକିଂ ବ୍ୟବସ୍ଥା ରହିଥିବା ବେଳେ, ଆଗ୍ରହୀ ବ୍ୟବସାୟୀ ମାନଙ୍କୁ ଶୀଘ୍ର ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମେଳା ମାଧ୍ୟମରେ ବ୍ୟବସାୟୀ ମାନେ ନିଜ ବ୍ୟବସାୟର ପ୍ରଚାର ପ୍ରସାର କରିବା ସହ ନୂତନ ଗ୍ରାହକଙ୍କ ସହ ସଂଯୋଗ ସୃଷ୍ଟି କରି ପାରିବେ ବୋଲି ମୁଖ୍ୟ ପରିଚାଳକ ଶ୍ରୀ ଗୁପ୍ତା କହିଥିବା ବେଳେ, ପ୍ରାଥମିକ ପ୍ରସ୍ତୁତି ତଥା ନିୟମିତ ଯୋଜନା ଉପଲବ୍ଧି ବିଷୟରେ ସୂଚନା ଦେଇଥିଲେ ହେଲେ, ଯାହାର ଆଶଙ୍କା ରହିଛି ତାହାରି ଉପରେ କୌଣସି ସୂଚନା ପ୍ରଦାନ କରି ନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାର ସହଯୋଗୀ ପରିଚାଳକ ବୀର ବାହାଦୁର ସିଂ ଏବଂ ଅଭିଜିତ ଆନନ୍ଦ ପ୍ରମୁଖଙ୍କ ଦ୍ଵାରା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଥିବା ବେଳେ, ବ୍ରହ୍ମପୁର ସହରର ବହୁ ପ୍ରତିଷ୍ଠିତ ସାମ୍ବାଦିକ ମାନେ ଏହାକୁ ପରିଚାଳନରେ ସହଯୋଗ କରିଥିଲେ।
