ବ୍ରହ୍ମପୁର,୧୨/୮(ଅଭିଜିତ କର): ସ୍ଥାନୀୟ ଗିରି ରୋଡ଼ ସ୍ଥିତ ଓଡିଆ ବାପଟିଷ୍ଟ ଚର୍ଚ୍ଚ ପରିସରରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରେଭେରେଣ୍ଡ ଇନ୍ଦ୍ରମଣି ନାୟକ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତଲୋନ କରିଥିବା ବେଳେ, ଅନ୍ୟତମ ଅତିଥି ରୂପେ ସୌରଭ ହରପାଲ, ରଶ୍ମିରେଖା ମହାନ୍ତି, ଅଶ୍ଵିନୀ ସାହୁ, ଟି ଶାନ୍ତି ନଳିନୀ ଏବଂ ସୌମେନ୍ଦ୍ର ମହାରଣା ପ୍ରମୁଖ ଯୋଗଦାନ କରି ଆଜିର ଦିବସ ବିଷୟରେ ଉପସ୍ଥିତ ଯୁବ ସମାଜକୁ ଉଜ୍ବଳ ଭବିଷ୍ୟତ ଗଠନ କରିବାରେ ବହୁ ଉପଦେଶ ମାନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ସହ ଭାଗିତାର ସଭାପତି ଏନ୍ ପ୍ରଦୀପ ପାତ୍ର ସଭା ଅଧ୍ୟକ୍ଷତା କରିଥିବା ବେଳେ, ସମ୍ପାଦିକା ତାନିଶା ବେହେରାଙ୍କ ସଂଯୋଜନାରେ ସହ ସମ୍ପାଦିକା କୁମାରୀ ଅଙ୍କିତା ନାୟକ, କୋଷାଧ୍ୟକ୍ଷ ଜାୟୁନ ପାଣିଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ସଭା କାର୍ଯ୍ୟ ଶେଷରେ ସମ୍ପାଦିକା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
