ବ୍ରହ୍ମପୁର,୧୫/୮(ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୬ ସ୍ଥିତ ୱାର୍ଡ କାର୍ଯ୍ୟାଳୟ ପରିସରରେ ଦେଶର ୮୦ତମ ସ୍ଵାଧୀନତା ଦିବସ ଉତ୍ସାହ ଓ ଆନନ୍ଦର ପାଳନ କରାଯାଇଥିଲା। ଏହି ଅବସରରେ ୱାର୍ଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସମେତ ୱାର୍ଡ କର୍ପୋରେଟର ଶ୍ରୀମତୀ ଶ୍ୱେତରେଖା ତ୍ରିପାଠୀ ଏକତ୍ରିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅଞ୍ଚଳରେ ଏକ ପ୍ରକାର ଦେଶ ପ୍ରେମର ପରିବେଶ ସୃଷ୍ଟି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୱାର୍ଡର ବହୁ ବରିଷ୍ଠ ନାଗରିକ, ମହିଳା, ବୁଦ୍ଧିଜୀବୀ, ୱାର୍ଡବାସୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଉତ୍ସବରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ଅଞ୍ଚଳର ବହୁ କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଯାହାକୁ ସମସ୍ତଙ୍କ ଉତ୍ସାହ ଓ ସହଭାଗିତାରେ କାର୍ଯ୍ୟକ୍ରମଟି ଆହୁରି ଆକର୍ଷଣୀୟ ହୋଇଥିଲା। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାର୍ଡ ଅଫିସ୍ରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିବାରୁ ୱାର୍ଡ ବାସୀଙ୍କ ମଧ୍ୟରେ ଉତ୍ସାହ ଓ ଏକତାର ଭାବନା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ସହଯୋଗ ଓ ଯୋଗଦାନ ପାଇଁ ସମସ୍ତ ୱାର୍ଡବାସୀନ୍ଦାଙ୍କୁ କର୍ପୋରେଟର ଶ୍ରୀମତୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।
