ବ୍ରହ୍ମପୁର,୧୫/୯(ଅଭିଜିତ କର): ଆସିକା ରୋଡ଼ ଅନ୍ତର୍ଗତ ସ୍ଥାନୀୟ ହନୁମାନ ନଗର ଠାରେ ଅଞ୍ଚଳର ଯୁବକ ସଂଘ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପବିତ୍ର ଗଣେଶ ପୂଜା ଉପଲକ୍ଷେ ହନୁମାନ ନଗର ଗଣେଷ ପୂଜା କମିଟି ପକ୍ଷରୁ ଯୁବ ନେତା ତଥା ସମାଜସେବୀ ରୋହିତ୍ ମାଝୀଙ୍କ ନେତୃତ୍ୱରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଏହି ଶିବିରକୁ ବରିଷ୍ଠ ସମାଜସେବୀ ରାଜେନ୍ଦ୍ର ମାଝୀ ଉଦଘାଟକ ଅତିଥି ରୂପେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ବିଜେଡି ଯୁବ ନେତା ଜ୍ୟୋତି ରଞ୍ଜନ ସାହୁ, ଶୋଭନ ନାୟକ, ଅଜିତ୍ ପାତ୍ର, ସାମ୍ବାଦିକ ସୁଦୀପ କୁମାର ସାହୁ, ନିହାର ଶତପଥୀ, ସୁରେଶ ବେହେରା, ବଳରାମ ବେହେରା, ଦେବାଶିଷ ମାଝୀ, ଶୁଭମ୍ ପଟ୍ଟନାୟକ, ଦୀପକ ନାୟକ, ନିଳାଞ୍ଚଳ ସାମନ୍ତରାୟ, ସୁନୀଲ ନାୟକ, ଶଙ୍କର ସାମଲ, ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଉକ୍ତ ଶିବିରରେ ରକ୍ତ ସଂଗୃହୀତ ଦାୟିତ୍ବରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରର ଡ଼ା ଶ୍ରୀନିଧି, ଅନୁରାଧା ମାଝି, ପ୍ରଦୀପ ସୁବୁଦ୍ଧି, ଅନିତା କୁମାରୀ ସାହୁ, ଦାମହରି ପଣ୍ଡା, ଡି.ବି. କାର୍କିଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ରକ୍ତ ସଂଗୃହୀତରେ ସହଯୋଗ କରିଥିଲେ। ଏହି ଅବସରରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ଓ ସହଧର୍ମିଣୀ ଲକ୍ଷ୍ମୀପ୍ରିୟା ରାଉଳ ଦ୍ଵାରା ସମସ୍ତଙ୍କୁ ପ୍ରମାଣ ପତ୍ର ସହ ସ୍ମୃତି ସ୍ମାରକ ଉପହାର ପ୍ରଦାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଯୁବ ସମାଜସେବୀ ଶ୍ରୀ ମାଝୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ବିଗତ ବର୍ଷକୁ ମିଶାଇ ଚଳିତ ବର୍ଷ ୨ୟ ଥର ପାଇଁ ଏହିଭଳି ଜନହିତକର କାର୍ଯ୍ୟ ଆୟୋଜିତ କରାଯାଇଛି । ଉକ୍ତ ଶିବିରରେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୦୦ ୟୁନିଟ ପାଖାପାଖି ରକ୍ତ ସଂଗ୍ରହ କରାଯାଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ବଡ଼ ମେଡ଼ିକାଲରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏହିଭଳି ଏକ ଅଭିଯାନରେ ହାତକୁ ନେଇ ସଫଳ ରୂପାୟନ କରିବା ଏକ ଛୋଟିଆ ପ୍ରୟାସ । ଆଗାମୀ ଦିନରେ ମଧ୍ୟ ବିଭିନ୍ନ ପର୍ବ ପର୍ବାଣୀରେ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ ସହ ରକ୍ତଦାନ ଓ ଆୟୋଜିତ ହେବ ବୋଲି ରୋହିତ ମାଝୀ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗୀ ରୂପେ ବଳରାମ ବେହେରା, ନୀଳାଚଳ ସାମନ୍ତରାୟ, ଅଜୁ ସେଠୀ, ଶୁଭମ୍ ପଟ୍ଟନାୟକ, ଦେବାଶିଷ ମାଝୀ, ଦୀପକ ନାୟକ, ମୋହନ ରାଓ, ଆଶୁତୋଷ ଦାସ, ବିକାଶ ଜେନା ଓ ରୋଷନ୍ ପାଣିଗ୍ରାହୀଙ୍କ ସମେତ ଅଞ୍ଚଳର ବହୁ ଯୁବ ଗୋଷ୍ଠୀ ଶିବିର ପରିଚାଳନରେ ସହଯୋଗ କରିଥିଲେ। ଶେଷରେ ସମସ୍ତ ସହଯୋଗୀ ଓ ସମର୍ଥକ ମାନଙ୍କୁ ରୋହିତ ସାଧୁବାଦ ଜ୍ଞାପନ କରିଥିଲେ।
