• ପୂଜା ପରେ ନୁହେଁ, ପୂର୍ବରୁ ଜିଲ୍ଲା ପ୍ରଶାସନ ବୈଠକ କରିବା ଜରୁରୀ
ବ୍ରହ୍ମପୁର,୨୯/୯(ଅଭିଜିତ କର): ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ଛକ ଠାରେ ବାରାକ୍ସ ଟ୍ୟାକ୍ସି ଷ୍ଟାଣ୍ଡ ପୂଜା କମିଟି ଦ୍ବାରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତି ଆଡମ୍ବର ସହକାରେ ପାଳନ ହେବ ୬୪ତମ ଶାରଦୀୟ ନବରାତ୍ର ଦୂର୍ଗା ପୂଜା ମହୋତ୍ସବ । ପୂଜା କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ହେବାକୁ ଥିବା ଏହି ଶାରଦୀୟ ନବରାତ୍ର ଦୂର୍ଗା ପୂଜା ପାଳନ ନେଇ ସୋମବାର ସନ୍ଧ୍ୟାରେ ଏହାର ଶୁଭସ୍ତମ୍ବ ବା ଶୁଭଖୁଣ୍ଟ ସ୍ଥାପନ କରାଯାଇଛି । ଏଥିରେ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ସ୍ଥାନୀୟ କର୍ପୋରେଟର ପ୍ରଦୀପ ଶତପଥି, ବିଜେପି ନେତା କାହ୍ନୁ ଚରଣ ପତିଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରି ଅନୁଷ୍ଠିତ ଶୁଭାରମ୍ଭ ପୂଜାର୍ଚ୍ଚନାରେ ସାମିଲ ହୋଇ ମାଙ୍ଗଳିକ କାର୍ଯ୍ୟରେ ଆଶିଷ କାମନା କରି ଶୁଭସ୍ତମ୍ବ ବା ଶୁଭଖୁଣ୍ଟ ସ୍ଥାପନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ପଣ୍ଡା ଉତ୍ସବ ପାଳନ ନେଇ ସମସ୍ତଙ୍କ ସହଯୋଗର କାମନା କରିବା ସହ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ମାଁ ଦୁର୍ଗାଙ୍କ ସ୍ମରଣରେ ଆଶୀର୍ବାଦ କାମନା କରିଥିଲେ। ସେହିପରି ଉକ୍ତ ଉତ୍ସବ ସମୟରେ ବିଗତ ବର୍ଷ ଭଳି ଚଳିତ ବର୍ଷରେ ଅନୁମାନ କରାଯାଉଥିବା ଟ୍ରାଫିକ ସମସ୍ୟା, ସଫେଇ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ମହାନଗର ନିଗମ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦକ ବାବୁଲା ପାତ୍ରଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିବା ବେଳେ, ଉପ ସଭାପତି ସିମଞ୍ଚଳ ପଟ୍ଟନାୟକ, ସହ ସମ୍ପାଦକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସହଯୋଗୀ ରୂପେ ରବୀନ୍ଦ୍ର ସାହୁ, ପ୍ରମୋଦ ପଣ୍ଡା, ଏମ କ୍ରିଷ୍ଣା ରେଡ୍ଡୀ, ସନ୍ତୋଷ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ।
