ବ୍ରହ୍ମପୁର,୨୫/୯(ଅଭିଜିତ କର): ସ୍ଥାନୀୟ ଅନ୍ଧପସରା ରୋଡ଼ ସ୍ଥିତ ରୋୟାଲ କଲେଜ ପରିସରରେ ବିଶ୍ୱ ଫାର୍ମାସି ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ ଏବଂ ବ୍ରହ୍ମପୁର ରୋୟାଲ କଲେଜ ଅଫ୍ ଫାର୍ମାସି ଆଣ୍ଡ ହେଲଥ୍ ସାଇନ୍ସେସର ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟ ସଭାପତି ଶ୍ରୀ ସତ୍ୟ ରଞ୍ଜନ ବେହେରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଯୋଗ ଦେଇଥିବା ବେଳେ, ରୋୟାଲ ଫାର୍ମାସି କଲେଜର ଭାଇସ୍ ପ୍ରିନ୍ସିପାଲ ଶ୍ରୀ ଉମା ଶଙ୍କର ମିଶ୍ର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ କଲେଜର ଫାର୍ମାସିଷ୍ଟ ବନମାଳୀ ପ୍ରଧାନ, ସମାଜସେବୀ ମନୋଜ କୁମାର ମହାପାତ୍ର, ଫାର୍ମାସି ଅଫିସର ଚନ୍ଦନ କୁମାର ପାତ୍ର, ଶିବ ଶଙ୍କର ସ୍ୱାଇଁ ଏବଂ ସିଏଚ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଅଫିସ୍ ଷ୍ଟାଫ୍ ପରିଚାଳନରେ ସହଯୋଗ କରିଥିଲେ। ଏହି ଅବସରରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବୃକ୍ଷକୁ ଏକ ଗଛ ବୋଲି ନୁହେଁ, ଏକ ଅମୂଲ୍ୟ ବନ୍ଧୁ ବୋଲି ମନେ କରି ବନ୍ଧୁତ୍ବର ସମ୍ପର୍କକୁ ବଜାୟ ରଖିବା ନେଇ “ଗଛ ଲଗାଇବା, ପରିବେଶ ବଞ୍ଚାଇବା, ସୁସ୍ଥ ସମାଜ ଗଢ଼ିବା” ପାଇଁ ଆହ୍ବାନ ଜଣାଇଛନ୍ତି।
