ବ୍ରହ୍ମପୁର,୨୨/୧୧(ଅଭିଜିତ୍ କର): ସ୍ଥାନୀୟ ଖାସ୍ପା ସାହି ସ୍ଥିତ ମହୂରୀ ରାଜାଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀଶ୍ରୀ ଗଡ ଜଗନ୍ନାଥ ମନ୍ଦିରରେ ଶନିବାର ଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥି ଅବସରରେ ଠାକୁରଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ସୂଚନା ଅନୁସାରେ, ଏହାକୁ ତ୍ରିସ୍ପୃଶା ଏକାଦଶୀ କୁହାଯାଉଥିଲା, କାରଣ ଗୋଟେ ଦିନରେ ୩ ଟା ତିଥି ପଡ଼ି ଯାଉଥିଲା ଯଥା ଏକାଦଶୀ, ଦ୍ୱାଦଶୀ ଓ ତ୍ରୟୋଦଶୀ । ତେବେ ଦ୍ୱାଦଶୀ ୨୨ ତାରିଖ ସକାଳ ୪:୫୭ ରେ ସରି ଯାଉଥିଲା, ସୂର୍ଯ୍ୟୋଦୟ ଆଗରୁ। ସେଥିପାଇଁ ଏଥର ପଞ୍ଚୁକ ୫ ଦିନ ବଦଳରେ ୪ ଦିନ ହେଇଥିଲା। ସେହିପରି ଦେବ ଉଠଣି / ପ୍ରବୋଧିନୀ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ଏହି ଦିନ ଭଗବାନ ବିଷ୍ଣୁ / ମହାପ୍ରଭୁ ଜଗନ୍ନାଥ ୪ ମାସର ଚାତୁର୍ମାସ୍ୟ ନିଦ୍ରାରୁ ଉଠନ୍ତି ବୋଲି ବିଶ୍ୱାସ ରହିଛି। ସେହିପରି ଏହି ଦିନ ହିଁ ତୁଳସୀ ଆଉ ଶାଳଗ୍ରାମଙ୍କ ବିବାହ ହୋଇଥିଲା । ୨୧ ତାରିଖରୁ ହିଁ ପଞ୍ଚୁକ ଆରମ୍ଭ ହେଇଥିବା ବେଳେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେଇଥିଲା ।

ଏବଂ ସନ୍ଧ୍ୟାରେ ସ୍ୱତନ୍ତ୍ର ରୂପେ ମନ୍ଦିର ଶ୍ରୀ ଚକ୍ରରେ ୧୦୮ ପତାକା ଲାଗି କରାଯାଇଥିଲା। ପ୍ରାୟ ବହୁ ଭକ୍ତ ମାନଙ୍କ ଦ୍ୱାରା ମାନସିକ ହୋଇ ଠାକୁରଙ୍କ ଠାରେ ଅର୍ପଣ ହୋଇଥିବା ପତାକା ସବୁକୁ ସନ୍ଧ୍ୟା ଆଳତି ପରେ ମନ୍ଦିର ଉପରେ ଚଢ଼ା ଯାଇ ପତାକା ଲାଗି କରାଯାଇଥିଲା। ଏହି ସମୟରେ ସମ୍ପୂର୍ଣ୍ଣ ମନ୍ଦିର ଭକ୍ତିମୟ ପରିବେଶରେ ପରିବର୍ତ୍ତନ ହୋଇ ହୁଳୁହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଉତ୍ସବକୁ କମିଟି ପକ୍ଷରୁ ଜି ଉମା ପତି ଆଚାରୀ, ସୁରେନ୍ଦ୍ର ସେନାପତି, ରମେଶ ସେନାପତି, ରମେଶ ପାତ୍ର, ଲାଲୁ ବେହେରା, ଗୋପୀ ସେଠି, ଶ୍ରୀନିବାସ, ବାବୁଲି, ସୁଦାମ, ପ୍ରସାଦ, ଲକ୍ଷ୍ମୀ ନାରାୟଣ, କୈଳାଶ, ପବିତ୍ର, ରାମ କୃଷ୍ଣ, ଶିବ ଶଙ୍କର, ଚନ୍ଦ୍ର ଶେଖର, କୋରା, ଗଦାଧର, ମଙ୍ଗଳ, ମହେନ୍ଦ୍ର ଓ ଭଗବାନଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।
