ବ୍ରହ୍ମପୁର, ୨୮/୧୨ (ଅଭିଜିତ କର): ଗଞ୍ଜାମ ଜିଲ୍ଲାର ଆରଧ୍ୟାଦେବବୀ ମାଁ ମହୁରୀ କାଳୁଆ ମନ୍ଦିର ନିକଟସ୍ଥ ପଡିଆ ଠାରେ ତାରାତାରିଣୀ ହିଲ୍, ଭାୟା ପୁରୁଷୋତ୍ତମପୁର ତରଫରୁ ରବିବାର ଗଞ୍ଜାମ ଜିଲ୍ଲା ଦଣ୍ଡାସି କୁଳ ମହାସଂଘର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବରାଜ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ହୀନ ନାୟକ, ଉପ ସଭାପତି ମାନଗୋବିନ୍ଦ ନାୟକ, ସମ୍ପାଦକ ଖୋଲି ନାୟକ, ସହ ସମ୍ପାଦକ ବିଭୁ ପ୍ରସାଦ ନାୟକ, ସାଙ୍ଗଠନିକ ସମ୍ପାଦକ ପଦ୍ମ ଚରଣ ନାୟକ ପ୍ରମୁଖ ଯୋଗଦାନ କରି ମଞ୍ଚାସିନ ଥିଲେ । ଏହି ଅବସରରେ କୁଳର ମୁଖ୍ୟ ତଥା ସ୍ବର୍ଗତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିବା ବେଳେ, ଏନେଇ ସଂଘର ଏକତା ଓ ଉନ୍ନତି ମୂଳକ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ମହାସଂଘ ପକ୍ଷରୁ ଏକ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ ହୋଇ ସଦସ୍ୟ ମାନଙ୍କୁ କୁଳର ପରିଚୟ ପତ୍ର ପ୍ରଦାନ କରାଯାଇଥିବା ସଭାପତି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ କୃଷ୍ଣ ନାୟକ, ନିରଞ୍ଜନ ନାୟକ, ବନମାଳୀ ନାୟକ, ଭୀମସେନ ନାୟକ, ସିମାଞ୍ଚଳ ନାୟକ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ତାଲୁକା ରୁ ଶତାଧିକ ସଦସ୍ୟ ଓ ସଦସ୍ୟା ମନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଘର ଅନ୍ୟ ବହୁ କାର୍ଯ୍ୟକର୍ତ୍ତା ମାନେ ପରିଚାଳନରେ ସହଯୋଗ କରିଥିଲେ ।
