ବ୍ରହ୍ମପୁର,୨/୩(ଅଭିଜିତ କର): ଅଧିଷ୍ଠାତ୍ରୀ ଦେବୀ ମା କାଳୁଆଙ୍କ ପୀଠରେ ରବିବାର ବ୍ରହ୍ମପୁର ଫର୍ମାସିଟିକାଲ ୱାର୍କସ ୟୁନିଅନର ୧୮ତମ ବର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ସିଟୁ ଜିଲ୍ଲା ସଭାପତି ପ୍ରତାପ ଚୌଧୁରୀ, ଓଏସଆର୍ ୟୁର ନୃସିଂହ ବ୍ରହ୍ମା, ଇଶ୍ୱର ରାଓ, ସମ୍ପାଦକ ଭାବେ କେ ମୋହନ ସ୍ୱାମୀ, ସନ୍ତୋଷ ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୱାର୍କସ ମାନଙ୍କ ପାଇଁ ଶ୍ରମ କୋଡ଼, ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବହୁ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ଆଗାମୀ ଦିନରେ ସଂଘ ପକ୍ଷରୁ କିଭଳି ୱାର୍କସ ମାନଙ୍କୁ ମଜୁରୀ, ଵୋନସ, ଇଏସଆଇ, ପ୍ରୋଭିଡେଣ୍ଟ ଫଣ୍ଡ, ପେନସନ, ଦୁର୍ଘଟଣା ଜନିତ କ୍ଷତି ପୂରଣ ଭଳି ବିଭିନ୍ନ ସୁବିଧା ପାଇବେ ସେନେଇ ସଂଘ ପକ୍ଷରୁ କାର୍ଯ୍ୟକାରୀ ହେବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା ସଦସ୍ୟ ମାନେ ସୂଚନା ଦେଇଛନ୍ତି ।

ଏହି ସମ୍ମିଳନୀରେ ଆଗାମୀ ଏକ ବର୍ଷ ପାଇଁ ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଥିବା ବେଳେ, ଏହି କମିଟିରେ ଯୁଧିଷ୍ଠିର ବେହେରା ସଭାପତି, ମୋହନ ସ୍ୱାମୀ ସମ୍ପାଦକ, ପ୍ରଶାନ୍ତ ଶତପଥୀ କାର୍ଯ୍ୟକାରୀ ସଭାପତି ଓ ସନ୍ତୋଷ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା କୁହାଯାଇଛି । ଏହି ସମ୍ମିଳନୀକୁ ସଂଘର ସମସ୍ତ ସଦସ୍ୟ ମାନେ ପରିଚାଲନରେ ସହଯୋଗ କରିଥିଲେ।
