ବ୍ରହ୍ମପୁର,୮/୩ (ଅଭିଜିତ କର): ମହାନଗର ନିଗମ ୬ନଂ ୱାର୍ଡ ଅନ୍ତର୍ଗତ ଶ୍ରୀରାମ ନଗର ୩ୟ ଲେନ୍ ସ୍ଥିତ ଶିଶୁ ଉଦ୍ୟାନ ପାର୍ଶ୍ଵ ୱାର୍ଡ ଅଫିସ ପରିସରରେ ରବିବାର ଅପରାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଶ୍ୱେତରେଖା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାର୍ଡର ବହୁ ମହିଳା ମାନଙ୍କ ଗହଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ତ୍ରିପାଠୀ ନିଜ ଅଭିଭାଷଣରେ ମହିଳା ମାନଙ୍କ ମନବଳ ବଢ଼ାଇବା ସହ ସେମାନେ କିଭଳି ସମାଜର ବାଧାବିଘ୍ନ ଗୁଡ଼ିକୁ ଆଡେଇ ନିଜ ନିଜ ପାଇଁ ସକ୍ଷମ ଓ ସଶକ୍ତ ହୋଇପାରିବେ ସେନେଇ ବହୁ ଉତ୍ସାହ ପୂର୍ଣ୍ଣ ଉଦବୋଧନ ଦେଇଥିଲେ। ଏହାସହ ସେ ଜଣେ ନାରୀନେତ୍ରୀ ରୂପେ ପରିଚିତ ହୋଇଥିବା ରାଜନୈତିକ ଦଳ ବିଜୁ ଜନତା ଦଳ ସର୍ବୋଚ୍ଚ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ସେ କିଭଳି ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଆଣି ଥିଲେ ।

ଯେଉଁଥି ଆଜି ନାରୀ ମାନେ ମଧ୍ୟ ଦେଶ ତଥା ରାଜ୍ୟ ସର୍ବୋଚ୍ଚ ଗଣତନ୍ତ୍ରର ମନ୍ଦିରରେ ଯାଇ ଜନ ସାଧାରଣଙ୍କ ସେବା କରି ପାରୁଛନ୍ତି ସେ ବିଷୟରେ ଅଭିଭାଷଣ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି, ଆଶା, ସ୍ୱଚ୍ଛ ସାଥୀ, ଜଳ ସାଥୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅଞ୍ଚଳର ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ମହିଳା ମାନେ ସାମିଲ ହୋଇ ଅଂଶଗ୍ରହଣ କରିଥିବା ସହ ମାନନୀୟ କର୍ପୋରେଟରଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ । ଶେଷରେ ସମସ୍ତେ ମିଳିମିଶି କେକ୍ କାଟି ଏହି ଦିବସକୁ ଉତ୍ସହିତର ସହ ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ନେତା ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା ।
