ବ୍ରହ୍ମପୁର,୧୭/୩ (ଅଭିଜିତ କର): ସ୍ଥାନୀୟ ଅନ୍ଧପସରା ରୋଡ଼ ସ୍ଥିତ ରୋୟାଲ କଲେଜ ଅଫ ଫାର୍ମାସ ଏବଂ ହେଲ୍ଥ ସାଇନ୍ସେସର ବାର୍ଷିକ ଉତ୍ସବ “ରୋୟାର ଭାଇବ୍ରେସନ୍ସ” ଆଡମ୍ବର ସହକାରେ ପାଳନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ କଲେଜ ପ୍ରାଙ୍ଗଣରେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏମକେସିଜି ମେଡିକାର କଲେଜ ଏବଂ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରୋଫେସର ଦୁର୍ଗା ମାଧବ ସତପଥୀ, ମୁଖ୍ୟବକ୍ତା ରୂପେ ଓୟୁଏଚଏସ, ଭୁବନେଶ୍ୱରର କଣ୍ଟ୍ରୋଲର ଅଫ ଏଗ୍ଜାମିନେସନ୍, ପ୍ରୋଫେସର ୱାଇ, ରୋଜା ରମାଣୀ ଏବଂ ସମ୍ମାନିତ ଅତିଥି ରୂପେ ପ୍ରୋଫେସର ବି. ନାଗେଶ୍ବର ରାଓ ସୁବୁଦ୍ଧି, ଚେୟାରମ୍ୟାନ୍ ରୁବି ଆଇ ହସ୍ପିଟାଲ, ବ୍ରହ୍ମପୁର ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୋୟାଲ ଏକ୍ୟୁକେସନାଲ ଏଣ୍ଡ ରିସର୍ଚ୍ଚ ସୋସାଇଟି ଅଧ୍ୟକ୍ଷ ଡା. ଟି. ପ୍ରକାଶ ରାଓ, କଲେଜର ଉପ-ପ୍ରାଚାର୍ଯ୍ୟ ପ୍ରୋଫେସର ଇ.ସି. ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟର ପ୍ରାରମ୍ଭରେ କଲେଜର ପ୍ରାଚାର୍ଯ୍ୟା ତଥା ଅନୁଷ୍ଠାନର ଅଧ୍ୟକ୍ଷା ପ୍ରୋଫେସର ଏନ୍. ଉଷା ରାଣୀ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ ବାର୍ଷିକ ବିବରଣୀ ପାଠ କରି ବର୍ଷ ତମାମ ଅନୁଷ୍ଠାନ ଲାଭ କରିଥିବା ବହୁ ଗୌରବମୟ ଗାଥା ଗୁଡ଼ିକୁ ପରିପ୍ରକାଶ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟକ୍ରମ ଭବିଷ୍ୟତ ସହ ଫାର୍ମାସି ପେଶାର ସାମାଜିକ ସେବାରେ ଭୂମିକାକୁ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କୁ ଔଷଧର ଅନ୍ତିମ ବ୍ୟବହାରକାରୀଙ୍କ ପାଖକୁ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଲକ୍ଷ୍ୟ ପ୍ରାପ୍ତିରେ ଶିଷ୍ଟାଚାରର ଗୁରୁତ୍ବକୁ ଉପସ୍ଥାପନ କରିବା ସହ ଅନୁଷ୍ଠାନରେ ସମସ୍ତ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗିଦାରିକୁ ପ୍ରଶଂସା କରିଥିବା ସହ “ରୋୟାଲ ଭାଇବ୍ରେସନ୍ସ -୨୦୨୬”ର କାର୍ଯ୍ୟକଳାପ ଉପରେ ଏକ ପ୍ରତିବେଦନ ପ୍ରଦାନ କରିଥିଲେ ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ତଥା ଶ୍ରେଷ୍ଠ ଛାତ୍ରଛାତ୍ରୀ ରୂପେ ବାଦଲ ଗୌଡ଼, ସୁଶ୍ରୀତା ପଣ୍ଡା, ଦେବଦିପ ରାଏ, ସମୀକ୍ଷା ସୌମ୍ୟାଶ୍ରୀ ଏବଂ ଦେବ ଆନନ୍ଦ ପାଢ଼ୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମଞ୍ଚରେ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ, ଏହା ଦୁଇ ଦିନ ବ୍ୟାପୀ ଜାରି ରହିଥିବା କଲେଜର ଅଧ୍ୟକ୍ଷ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶେଷରେ ପ୍ରୋଫେସର ଆଶିଷ ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ, ଶୁଭମ ପାଣିଗ୍ରାହୀ ସହାୟକ ରୂପେ ସହଯୋଗ କରିଥିଲେ ଯାହାକୁ କଲେଜର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
