• “ଯୁବ ସ୍ୱର, ସମାନ ଅଧିକାର ଓ ସମାନ ଜଳ” ଉପରେ ଆଲୋଚନା
ବ୍ରହ୍ମପୁର,୨୨/୩(ଅଭିଜିତ କର): ସ୍ଥାନୀୟ ଗୋଷାଣୀନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମିର ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ “ଯୁବ ସ୍ୱର, ସମାନ ଅଧିକାର ଓ ସମାନ ଜଳ” ବିଷୟକୁ ଆଧାର କରି ଏକ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଜଳ ଦିବସ ଅବସରରେ ଆଇଏସଆରଡି, ୟୁଥ ଫୋର ୱାଟର ପ୍ଲସ, ଭୁବନେଶ୍ବର, ବ୍ଲୁ କମ୍ୟୁନିଟି ଗ୍ଲୋବାଲ ନେଟୱର୍କ ଏବଂ ୱୋନ ସ୍ଟପ ସେଣ୍ଟର, ବ୍ରହ୍ମପୁର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଡ଼ା.ନାରାୟଣ ତିଆଡ଼ି, ଡ଼ା ସୁଧୀର ରାଉତ, ଡ଼ା.ସଙ୍କର୍ଷଣ ବେଜ, ମହେଶ୍ୱର ବରାଡ଼, ବିଜୟ କୁମାର ବିଶ୍ୱାଳ, ଦେବେଶ ସାମନ୍ତରାୟ ନିର୍ଦ୍ଧେଶକ ସାମନ୍ତରାୟ ଏକାଡେମି, ସଚିଦାନନ୍ଦ ନାୟକ ଅଧ୍ୟକ୍ଷ ଆଇଏସଆରଡି ଓ ଶ୍ରୀମତୀ ମହେଶ୍ଵତା ପାଢୀ କେନ୍ଦ୍ର ପ୍ରଶାସକ ୱୋନ ସ୍ଟପ ସେଣ୍ଟର ପ୍ରମୁଖ ଯୋଗଦେଇ ଯୁବ ଗୋଷ୍ଠୀଙ୍କୁ ଜଳ ସଂରକ୍ଷଣ ଓ ସମାନ ବଣ୍ଟନ ପାଇଁ ଆହ୍ୱାନ ଜଣାଯାଇଥିଲା । ଉକ୍ତ ଅବସରରେ ଜଳ ସଙ୍କଟ, ଜଳବାୟୁ ପରିବର୍ତ୍ତନ ଓ ସମାଜରେ ଜଳର ସମାନ ବଣ୍ଟନର ଆବଶ୍ୟକତା ଉପରେ ଗଭୀର ଆଲୋଚନା କରାଯାଇଥିଲା । ବିଶେଷ କରି ଯୁବ ପିଢ଼ୀଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଏବଂ ଜଳ ପରିଚାଳନାରେ ମହିଳା ମାନଙ୍କ ସକ୍ରିୟ ନେତୃତ୍ୱକୁ ଆଗକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମରେ ଆହ୍ବାନ କରାଯାଇଥିଲା । ଆଇଏସଆରଡିର ନିର୍ଦ୍ଧେଶକ ଶ୍ରୀ ସୁଧୀର ସାବତ କାର୍ଯକ୍ରମକୁ ପରିଚାଳନା କରିଥିବା ସହ ସଭାକାର୍ଯ୍ୟ ଶେଷରେ ସମସ୍ତେ ଏକତ୍ର ହୋଇ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବ ଗୋଷ୍ଠୀ ଓ ବୁଦ୍ଧିଜୀବୀ ମାନଙ୍କ ଉତ୍ସାହଭରା ସହଭାଗୀତା ଦେଖିବାକୁ ମିଳିଥିବା ବେଳେ, ଗୋପାଳ କୃଷ୍ଣ ଦଳବେହେରା ଓ ବଲରାମ ମଲ୍ଲିକ ପ୍ରମୁଖ ପରିଚାଳନରେ କରିଥିଲେ ।
