ବ୍ରହ୍ମପୁର,୨୮/୩(ଅଭିଜିତ କର): ସ୍ଥାନୀୟ ଉତ୍କଳ ଆଶ୍ରମ ରୋଡ୍ ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଶନିବାର ସନ୍ଧ୍ୟାରେ ପଦାର୍ଥ ବିଜ୍ଞାନ ୱାଲାର ସଂଯୋଜନାରେ ସହରର ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସେମାନଙ୍କ ସୁଚିନ୍ତିତ ଶିକ୍ଷାଗତ ଏବଂ କ୍ୟାରିଅର ନିଷ୍ପତ୍ତି ନେବା ପାଇଁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଏକ ଛାତ୍ର କ୍ୟାରିଅର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ‘ଆଗାଜ୍’ ଆୟୋଜନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାପୀଠ ପାଠଶାଳା ତଥା ଫିଜିକ୍ସ ୱାଲାର ଷ୍ଟାର ଅଧ୍ୟାପକ ଶୁଭମ ଶର୍ମା ଏଥିରେ ଯୋଗଦାନ କରି ଉପସ୍ଥିତି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ସହ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରି ସେମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ରୂପେ ବିବେଚିତ ହୋଇଛନ୍ତି। ପଦାର୍ଥ ବିଜ୍ଞାନ ୱାଲାର ମୁଖ ପରିଚାଳକ ଶ୍ରୀ ଭବାନୀ କାନ୍ତ ସାହୁଙ୍କ ଉତ୍କୃଷ୍ଟ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଓ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଭବାନୀ ପ୍ରସାଦ ରଥ ଯୋଗଦାନ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଶିକ୍ଷା କ୍ଷେତ୍ର ସେମାନଙ୍କ ପାଇଁ ସ୍ମରଣୀୟ ଏବଂ ପ୍ରେରଣାଦାୟକ ବୋଲି ଉପଦେଶ ପ୍ରଦାନ କରିଥିଲେ ।

ଏହି ଅବସରରେ ସହରର ବହୁ ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଞ୍ଚରେ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମାଲିକ ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି ଯେ, ଫିଜିକ୍ସ ୱାଲାର ମୁଖ୍ୟ ତଥା ସୁପ୍ରତିଷ୍ଠିତ ପ୍ରଶିକ୍ଷକ ଶ୍ରୀ ଅଲଖ ପାଣ୍ଡେଙ୍କ ଦ୍ବାରା JEE ଏବଂ NEET ପ୍ରସ୍ତୁତି ପାଇଁ ଏକ ପ୍ରସିଦ୍ଧ ପ୍ରତିଷ୍ଠାନ ରୂପେ ପରିଚିତ । ତାଙ୍କର ଦୃଷ୍ଟିକୋଣ ସର୍ବଦା ସମସ୍ତ ପଷ୍ଟଭୂମିର ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ କରି ଅଥାକ ସମସ୍ୟାର ସମ୍ମୁଖୀନ ହେଉଥିବା, ଛାତ୍ରଛାତ୍ରୀ ମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କୁ ଶୈକ୍ଷିକ ସଫଳତା ହାସଲ କରିବାରେ ସାହାଯ୍ୟ କରୁଥିବା ଶିକ୍ଷାବିତ୍ ଙ୍କ ନିର୍ଦ୍ଦେଶନାରେ ଅଧ୍ୟାପକ ଶୁଭମ ଶର୍ମା ବ୍ରହ୍ମପୁରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି, ଯାହା ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅନିର୍ବାଣ ପାଣିଗ୍ରାହୀ, ଅମ୍ଳାନ ଐଶ୍ୱରୀୟା ରଥ, ଲୋକେଶ ମୋହନ ଏବଂ ଏମଡି ରିଆଜ୍ ଅନ୍ସାରୀ ତଦାରଖ କରିଥିବା ବେଳେ, ଆକାଶ ଜେନା, ସାର୍ଥକ ଜେନା, ମନୀଷା ବାଡ଼ାତ୍ୟା, ଜ୍ୟୋତି ମାଳା ଗୌଡ଼ ଏବଂ ବିଶ୍ୱଜିତ୍ ବେହେରା ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ।
