• ୨୯ ପର୍ଯ୍ୟନ୍ତ ମାଗଣା ଚକ୍ଷୁ ପରୀକ୍ଷା ଓ ‘ବାଏ ୱାନ ଗେଟ୍ ୱାନ’ ଅଫର୍
ବ୍ରହ୍ମପୁର,୨୯/୩(ଅଭିଜିତ କର): ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟସ୍ଥ ଆପୋଲୋର ପ୍ରଥମ ମହଲାରେ ରବିବାର ଅପରାହ୍ନରେ ଅଗ୍ରୱାଲ୍ସ ଚକ୍ଷୁ ଚିକିତ୍ସାଳୟର ନୂତନ ତଥା ଏକ ଅତ୍ୟାଧୁନିକ ଚକ୍ଷୁ କ୍ଲିନିକର ଶୁଭ ଉଦଘାଟନ ହୋଇଛି । ଏଥିରେ ଅତିଥି ରୂପେ ଡକ୍ଟର ନବରତ୍ନ ଧନୁକା ଆଞ୍ଚଳିକ ମୁଖ୍ୟ କ୍ଲିନିକାଲ୍ ସେବା କଟକ, ଡକ୍ଟର ବିଜୟ କୁମାର ମହାନ୍ତି ବରିଷ୍ଠ ପରାମର୍ଶଦାତା ଚକ୍ଷୁ ବିଶେଷଜ୍ଞ, ଭୁବନେଶ୍ୱର, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କିଶୋର ମହାନ୍ତି ଡିଜିଏମ୍ ଅପରେସନ୍ସ ଏବଂ ଶ୍ରୀ ଜ୍ୟୋତି ରଞ୍ଜନ ପଣ୍ଡା ଡିଏମ୍ – ଅପରେସନ୍ସ ପ୍ରମୁଖ ଯୋଗଦେଇ ରିବନ୍ କାଟି କ୍ଲିନିକ୍ ର ଶୁଭ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ କ୍ଲିନିକ୍ ପକ୍ଷରୁ କୁହାଯାଇଛି ଯେ, ଏହି ଡକ୍ଟର ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲ ବ୍ରହ୍ମପୁରକୁ ମିଶାଇ ଓଡ଼ିଶାରେ ଏହାର ଅଷ୍ଟମ ଚକ୍ଷୁ କ୍ଲିନିକ୍ ଖୋଲି ସେବା ପ୍ରଦାନ କରୁଛି ।

ତେବେ ଏଠାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟାରେ ସଜ୍ଜିତ ଏବଂ ସଠିକ୍ ଚକ୍ଷୁ ଚାପ ମାପ, ପ୍ରତିସରଣ ପରୀକ୍ଷା, ଦୃଶ୍ୟ ତୀକ୍ଷ୍ଣତା ଯାଞ୍ଚ ଏବଂ ପ୍ରାରମ୍ଭିକ ମୋତିଆବିନ୍ଦୁ ଚିକିତ୍ସା ସମେତ ବ୍ୟାପକ ଚକ୍ଷୁ ସେବା ପ୍ରଦାନ କରାଯିବ। ଉଦଘାଟନ ଉତ୍ସବକୁ ପାଳନ କରାଯିବା ଉପଲକ୍ଷେ ଆସନ୍ତା ୨୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଜନ ସାଧାରଣଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କରାଯିବା ସହ କିଛି ଫ୍ରେମରେ ସ୍ୱତନ୍ତ୍ର ରୂପେ ‘ଗୋଟିଏ କିଣିଲେ ଗୋଟିଏ ମାଗଣା’ ଅଫର ରହିବ । ତେବେ ଏହି ନୂତନ ସୁବିଧାର ଲକ୍ଷ୍ୟ ସ୍ଥାନୀୟ ବାସିନ୍ଦା ମାନଙ୍କ ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସାକୁ ନିକଟତର କରିବା, ସୁଲଭ ଏବଂ ବ୍ୟାପକ ଚକ୍ଷୁ ସ୍ୱାସ୍ଥ୍ୟ ସେବାର ଉନ୍ନତ ପ୍ରଦାନ କରିବା ହିଁ ଲକ୍ଷ ବୋଲି କହିଥିଲେ । ଏଣୁ ମାଗଣା ଚକ୍ଷୁ ପରୀକ୍ଷା ପାଇଁ ଯେ କୌଣସି ବ୍ୟକ୍ତି ଏହି କେନ୍ଦ୍ରକୁ ଆସି ପାରିବେ ବୋଲି କ୍ଲିନିକ୍ ମୁଖ୍ୟ ଅନୁରୋଧ କରିଛନ୍ତି ।
