ବ୍ରହ୍ମପୁର,୩/୪(ଅଭିଜିତ କର): ସ୍ଥାନୀୟ କମାପଲ୍ଲୀ ଛକ ନିକଟସ୍ଥ ଜିଲ୍ଲା କୋର୍ଟର ଅସ୍ଥାୟୀ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅପରାହ୍ନରେ ସଂଘ ପକ୍ଷରୁ ନିକଟରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଦାଧିକାରୀ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚୟନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନବ ନିର୍ବାଚିତ ସଭାପତି ଶ୍ରୀ ସୀତାଂଶୁ ଶେଖର ପଣ୍ଡା, ଉପ ସଭାପତି ସତ୍ୟ ଶ୍ରୀ ନାରାୟଣ ବସନ୍ତିଆ, ସମ୍ପାଦକ ଶ୍ରୀ ଜଗନ୍ନାଥ ମିଶ୍ର ଏବଂ ସହ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ସାମନ୍ତରାୟଙ୍କ ବିଧିବଦ୍ଧ ଭାବେ ସଂଘର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତିରେ ଶପଥ ପାଠ କରାଇଥିଲେ।
ଏହି ଅବସରରେ ପୂର୍ବ କାର୍ଯ୍ୟକର୍ତ୍ତା ବୃନ୍ଦଙ୍କ ଦ୍ଵାରା ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ କାର୍ଯ୍ୟଭାର ବା ଆସବାବ ପତ୍ର ହସ୍ତାନ୍ତର କରି ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ସଂଘର ସ୍ବାର୍ଥ ଓ ସଦସ୍ୟ ମାନଙ୍କ ବିକାଶରେ କାର୍ଯ୍ୟ କରିବା ପାଇଁ ଆଶା ପ୍ରକଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବ ସଭାପତି ମନୋଜ ପଟ୍ଟନାୟକ, ଉପ ସଭାପତି ଟି ତିରୁମାଲା, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଅସିତ ସାବତ ପ୍ରମୁଖ ମଞ୍ଚାସୀନ ଥିବା ବେଳେ, ଗଞ୍ଜାମ ଓକିଲ ସଂଘର ସମସ୍ତ ସଦସ୍ୟ ମାନେଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଭାକାର୍ଯ୍ୟ ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
