• ୫୦% ରିହାତି ସହ “ବାଏ ୱାନ – ଗେଟ୍ ୱାନ” ଅଫର୍
ବ୍ରହ୍ମପୁର,୩୦/୩ (ଅଭିଜିତ କର): ସ୍ଥାନୀୟ ରାମଲିଙ୍ଗେଶ୍ଵର ରୋଡ଼ ଠାରେ ଭାରତର ଅଗ୍ରଣୀ କମ୍ପାନୀ ଟାଟା ଲିମିଟେଡର ଖୁଚୁରା ଚଷମା ଦୋକାନ ଟାଇଟନ୍ ଆଇ, ବ୍ରହ୍ମପୁରରେ ଏହାର ପ୍ରଥମ ଫ୍ଲାଗସିପ୍ ଷ୍ଟୋରକୁ ଭବ୍ୟ ଓ ଆଡମ୍ବରର ସହ ଉଦଘାଟନ କରିଛି । ସୋମବାର ସନ୍ଧ୍ୟାରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଟାଇଟନ ଆଇର ସିଇଓ ରାଘବନ ଏନଏସ, ରିଟେଲ୍ ହେଡ୍ ଜ୍ୟୋତି ସ୍ୱରୂପ, ବ୍ୟବସାୟ ସହଭାଗୀ ପ୍ରତୀକ ଜେନା, କୁଶଳ ଦାସ ଆରବିଏମ୍ ପୂର୍ବ, ନିକେଶ ଗୁପ୍ତା ଏବିଏମ୍ ପୂର୍ବ ପ୍ରମୁଖ ଏହି ଭବ୍ୟ ଶୁଭାରମ୍ଭ ଉତ୍ସବର ଯୋଗଦାନ କରି ଷ୍ଟୋରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥି ମାନେ ରିବନ୍ କାଟି ଷ୍ଟୋରକୁ ଉଦ୍ଘାଟନ କରିବା ସହ ପ୍ରଦ୍ଵୀପ ପ୍ରଜ୍ବଳନ କରି ବ୍ୟବସାୟର ଶୁଭାରମ୍ଭ କରିଥିଲେ ଏବଂ ସମସ୍ତଙ୍କ ମିଳିତରେ ଉତ୍ସବର ମହୋଲ୍ କୁ କେକ୍ କାଟି ପାଳନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସିଇଓ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ଏହି ଅଞ୍ଚଳରେ ବିଶ୍ୱସ୍ତରୀୟ ଚଷମା ଏବଂ ଚକ୍ଷୁର ଯତ୍ନ ଉପରେ ସମାଧାନ ପ୍ରଦାନ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ ଟାଇଟନ୍ ଆଇ ପ୍ଲସ । ଏହି ଷ୍ଟୋରରେ ଉକ୍ତ ବ୍ରାଣ୍ଡ ପ୍ରତ୍ୟେକ ଜୀବନଶୈଳୀ ପାଇଁ ଉପଯୁକ୍ତ ସଠିକ୍ ଚକ୍ଷୁ ପରୀକ୍ଷା, ପ୍ରମାଣିତ ଅପ୍ଟୋମେଟ୍ରି ସେବା, ପ୍ରିମିୟମ୍ ଲେନ୍ସ, ସନଗ୍ଲାସ୍ ଏବଂ ଫ୍ୟାଶନେବଲ୍ ଚଷମା ସଂଗ୍ରହ ପ୍ରଦାନ କରିବ। ତେବେ ଏଠାରେ ବର୍ତ୍ତମାନ ପାଇଁ ପ୍ରାୟ ୧୫ରୁ ଅଧିକ ପ୍ରମୁଖ ଜାତୀୟ ଏବଂ ଆନ୍ତର୍ଜାତୀୟ ଚଷମା ବ୍ରାଣ୍ଡ ଉପଲବ୍ଧ ରହିଥିବା ବେଳେ, ପ୍ରିମିୟମ୍ ଏବଂ ବିଳାସପୂର୍ଣ୍ଣ ଚକ୍ଷୁ ସଂଗ୍ରହ, ଉନ୍ନତ ଡିଜିଟାଲ୍ ଚକ୍ଷୁ-ପରୀକ୍ଷଣ ପ୍ରଯୁକ୍ତିବିଦ୍ୟା, କଣ୍ଟାକ୍ଟ ଲେନ୍ସ ଏବଂ ସ୍ୱତନ୍ତ୍ର ଦୃଷ୍ଟି ଯତ୍ନ ସମାଧାନ, ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟକ୍ତିଗତ ଷ୍ଟାଇଲିଂ ସହାୟତା କରାଯିବ । ଏହି ଷ୍ଟୋରଟି ବ୍ରହ୍ମପୁର ଏବଂ ଆଖପାଖ ଜିଲ୍ଲାର ଗ୍ରାହକ ମାନଙ୍କ ନିକଟରେ ବିଶ୍ୱସ୍ତରୀୟ ଚଷମା ଫ୍ୟାଶନକୁ ପହଞ୍ଚାଇବା ସହିତ ଚକ୍ଷୁ ଯତ୍ନର ମାନକୁ ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ସହରର ବହୁ ଡାକ୍ତର, ଶିଳ୍ପପତି, ବ୍ୟବସାୟୀ, ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଏବଂ ବିଶିଷ୍ଟ ଅତିଥି ମାନଙ୍କର ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଗ୍ରାହକ ମାନଙ୍କୁ ବ୍ରହ୍ମପୁରର ଟାଇଟାନ୍ ଆଇ ଫ୍ଲାଗସିପ୍ ଷ୍ଟୋର୍ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରାଯାଉଛି, ସେମାନେ ସ୍ୱତନ୍ତ୍ର ଲଞ୍ଚ ଅଫର ରୂପେ କିଛି ଚଷମା ୫୦% ରିହାତି ସହ କିଛିରେ “ବାଏ ୱାନ – ଗେଟ୍ ୱାନ” ଅଫର୍ ପାଇବେ ଏବଂ ପ୍ରିମିୟମ୍ ଚଷମା ସଂଗ୍ରହ କରିପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।
