ବ୍ରହ୍ମପୁର,୩/୪ (ଅଭିଜିତ କର): ଗୋଷାଣୀନୂଆଗାଁ ରୋଡ଼ ସ୍ଥିତ ଗୋକୁଳଧାମ ପାର୍ଶ୍ଵ କୋଠାର ତେଜାସ୍ ହଲ୍ ୨ୟ ମହଲା ଠାରେ କଳାଞ୍ଜଳି ଆର୍ଟିଷ୍ଟ୍ରୀ ଟ୍ରଷ୍ଟ ତରଫରୁ ଏକ ୟୁନିସେକ୍ସ ଜିମ୍ ର ଶୁଭ ଉଦ୍ଘାଟନ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଶ୍ରୀ ବାଇଲଡୁ ପାଣିଗ୍ରାହୀ ଉଦ୍ଘାଟକ ଅତିଥି ରୂପେ ଯୋଗଦେଇ ପ୍ରତିଷ୍ଠାନର ରିବନ କାଟି ଉଦ୍ଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ କେ ଅନିଲ କୁମାର, ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ବରିଷ୍ଠ ନେତା ଦୁର୍ଗା ପ୍ରସାଦ ପଣ୍ଡା ଏବଂ ଯୁବ ନେତା ଧନଞ୍ଜୟ ରାଓ ପ୍ରମୁଖ ଏହି ଶୁଭ ଉଦ୍ଘାଟନରେ ଯୋଗଦାନ କରି ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରି ରାମେଶ୍ୱରୀ ନନ୍ଦ ଓ ମୁଖ୍ୟ ପରିଚାଳକ ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ ଉଭୟ ଦମ୍ପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ସହ ଶୁଭକାମନା ଜଣାଇଥିଲେ ।

ଏହି ଅବସରରେ ଉଭୟ ଦମ୍ପତି ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିମ୍ ର ବିଶିଷ୍ଟତା ଉପରେ ଅବଗତ କରାଇ, ଏହା ଜୀମ ପ୍ରେମୀ ମାନଙ୍କ ପାଇଁ ଏକ ଅନ୍ୟାନ୍ୟ ଶିକ୍ଷାର ସ୍ଥାନ ରହିଛି ବୋଲି କହିଥିଲେ। ସେହିପରି ଶ୍ରୀମତୀ ନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଏହି ଜିମରେ ଅନ୍ୟ ସେବା ଗୁଡିକ ମଧ୍ୟରୁ ବ୍ୟକ୍ତିଗତ ତାଲିମ, କ୍ରସ୍ ଫିଟ୍ ବ୍ୟାୟାମ, ଶକ୍ତିଶାଳୀ ପ୍ରଶିକ୍ଷଣ, ଜୁମ୍ବା, ଏରୋବିକ୍ସ, ଯୋଗ, ମ୍ୟାଟ୍ କ୍ଲାସ, ଆଜିଲିଟି ଟ୍ରେନିଂ ଭଳି ବହୁ ଅତ୍ୟାଧୁନିକ ଯନ୍ତ୍ର ଦ୍ବାରା ସଶକ୍ତ ତଥା ଏକ୍ସପ୍ରିଏନ୍ସ ଟ୍ରେନର୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରିବେ, ଏଣୁ ଜିମ ପ୍ରେମୀ ମାନେ ଏହି ପ୍ରିମିୟମ ଜିମରେ ଯୋଡ଼ି ହୋଇ ନିଜ ସ୍ବାସ୍ଥ୍ୟକୁ ଆହୁତି ଅଧିକ ସୋନ୍ଦର୍ଯ୍ୟ ପୂର୍ଣ୍ଣ କରି ପାରିବେ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୁଭ ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମରେ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି କତୃପକ୍ଷଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ, ବିଭୁ, ସ୍ଵପ୍ନା, ଅଭିଶିକ୍ତା, ତାରିଣୀ ଏବଂ ରାଜ କୁମାରଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଓ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ ।
