• ୩୫% ପର୍ଯ୍ୟନ୍ତ ରିହାତି ସହ ୨ ମି.ଗ୍ରା. ସ୍ୱର୍ଣ୍ଣମୁଦ୍ରା ଉପହାର
ବ୍ରହ୍ମପୁର,୧୧/୪(ଅଭିଜିତ କର): ସ୍ଥାନୀୟ ରାମଲିଙ୍ଗମ୍ ଟ୍ୟାଙ୍କ ରୋଡ୍ ସ୍ଥିତ ରାମଲିଙ୍ଗମ୍ ପାର୍କ ସମ୍ମୁଖରେ ଭାରତର ସର୍ବ ବୃହତ ଗ୍ରୁପ ଅଫ କମ୍ପାନୀ ଆଦିତ୍ୟ ବିର୍ଲ୍ଲାର ଖୁଚୁରା ଗହଣା ଶୋ ରୁମ୍ ‘ଇନ୍ଦ୍ରିୟା’ର ପ୍ରଥମ ଷ୍ଟୋର ଉନ୍ମୋଚନ ହେଇଛି । ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ କେ ଅନିଲ କୁମାର ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଶିଳ୍ପପତି ତଥା କ୍ରେଡାଇର ଉପ ସଭାପତି ଲୋହିତ ମଙ୍ଗରାଜ, ଗୋପାଳପୁର ମିଲିଟାରୀ ଷ୍ଟେସନର ଏଫ୍ ଡବ୍ଲୁ ଓ ଅଧ୍ୟକ୍ଷା ଶ୍ରୀମତୀ ଅସୀମା ଶ୍ରୀକାନ୍ତ, କମ୍ପାନୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିଷ୍ଠାନର ପ୍ରମୁଖ ପରିଚାଳକ ବୃନ୍ଦ ଯଥା କେ ଶିବ ପ୍ରସାଦ ରାଓ, ଡ କେ ପ୍ରେମ ସାଗର, କେ. ଉତ୍ତମ କୁମାର, କେ ଶ୍ରୀ ଲକ୍ଷ୍ମୀ, ଡବ୍ଲୁ. ଧନ୍ୱନ୍ତରୀ ରାଓ ଏବଂ ଡବ୍ଲୁ. ଭାନୋଜା ଉଭୟ କମ୍ପାନୀ ଲୋଗୋକୁ ରିବନ୍ ରୂପେ ଉନ୍ମୋଚନ କରି ଶୋ ରୁମର ଶୁଭ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ପରିଚାଳକ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ଇନ୍ଦ୍ରିୟା ଷ୍ଟୋରରେ ସୁନା, ହୀରା ଏବଂ ପୋଲ୍କିର ୨୮,୦୦୦ ରୁ ଅଧିକ ନୂତନ ଡିଜାଇନ୍ ସହିତ ଅସରନ୍ତି ପ୍ରେମର ଅନୁଭବ ରହିବ ଏବଂ ପ୍ରତ୍ୟେକ ଅବସର ପାଇଁ ଅଦ୍ଭୁତ ଡିଜାଇନ୍ ଗୁଡ଼ିକ ମଧ୍ୟ ଉପଲବ୍ଧ ରହିଛି। ତେବେ ସ୍ବତନ୍ତ୍ର ରୂପେ ଉଦ୍ଘାଟନ ଉପଲକ୍ଷେ ଗ୍ରାହକ ମାନଙ୍କ ପାଇଁ ସୁନା ଗହଣାର ଗଢ଼ା ମଜୁରି ଏବଂ ଡାଇମଣ୍ଡର ମୂଲ୍ୟ ଉପରେ ୩୫% ପର୍ଯ୍ୟନ୍ତ ରିହାତି ରହିଥିବା ସହ ଡବଲ୍ ଗୋଲ୍ଡ ରେଟ୍ ପ୍ରୋଟେକ୍ଶନ୍ ଯୋଜନା ଉପରେ ୨୫% ଆଡଭାନ୍ସ ପେମେଣ୍ଟରେ ବୁକିଙ୍ଗ୍ ଏବଂ ବିଲିଙ୍ଗ୍ ତାରିଖ ମଧ୍ୟରେ କମ ଗୋଲ୍ଡ ରେଟ୍ ପାଇବାର ସୁଯୋଗ ପାଆନ୍ତୁ । ସେହିପରି କମ୍ପାନୀର ନୂତନ ଶୋ ରୁମର ଉଦ୍ଘାଟନ ଉପଲକ୍ଷେ ଉପହାର ରୂପେ ଷ୍ଟୋରର ପ୍ରଥମ ୫୦ଜଣ ଗ୍ରାହକଙ୍କ ପାଇଁ ପ୍ରଥମ ୫୦ଟି ସ୍ଵର୍ଣ୍ଣମୁଦ୍ରା ରହିଛି ଯାହା ୨ଲକ୍ଷ୍ୟ ତାଙ୍କର କ୍ରୟ ଉପରେ ୨ଶହ ମିଲିଗ୍ରାମ ର ଏକ କଇନ ଉପହାର ରୂପେ ମିଳିବ, ଏଣୁ ଗହଣା ପ୍ରେମୀ ତଥା ବ୍ରହ୍ମପୁର ସହରବାସୀ ଏଠାକୁ ଆସି ପରିଦର୍ଶନ କରନ୍ତୁ ବୋଲି କତୃପକ୍ଷ ନିବେଦନ କରିଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କେ ଶ୍ରାବଣୀ, କେ ଉଷା ରାଣୀଙ୍କ ସମେତ ବହୁ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିବା ବେଳେ, ବହୁ ଶୁଭେଚ୍ଛୁ ମାନେ ଉପସ୍ଥିତ ରହି ଉଭୟ ପରିଚାଳକ ମାନଙ୍କୁ ଅଭିନନ୍ଦନ ସହ ଶୁଭକାମନା ଜଣାଇଥିଲେ । କାର୍ଯ୍ୟକ୍ରମକୁ ଷ୍ଟୋର ମେନେଜାର ପରିଚାଳନା କରିଥିବା ବେଳେ, ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
