ବ୍ରହ୍ମପୁର,୧୧/୪(ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୩’ନଂ ୱାର୍ଡ ଶଙ୍କରପୁର ସାହି ମାର୍କେଟ ଛକ ଠାରେ ଶନିବାର ଅପରାହ୍ନରେ ଏକ ଜଳଛତ୍ର ଷ୍ଟଲର ଶୁଭାରମ୍ଭ ହୋଇଛି। ସୁମନ ଏସଏଚଜି ଦ୍ଵାରା ପରିଚାଳିତ ଏହି ଜଳଛତ୍ରର ଶୁଭାରମ୍ଭ କାର୍ଯ୍ୟକ୍ରମରେ ୱାର୍ଡ କର୍ପୋରେଟର ଶ୍ରୀମତୀ ସବିତା ସାହୁ ଅତିଥି ରୂପେ ଯୋଗଦେଇ ରୀବନ କାଟି ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ସାହୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ଚଳିତ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ସୁବିଧା ଆରମ୍ଭ ହୋଇଥିବା ବେଳେ, ନିଗମ ଅନ୍ତର୍ଗତ ୪୨ଟି ୱାର୍ଡରେ ଏହାର ଶୁଭାରମ୍ଭ କରାଯାଇଛି । ସେଥି ମଧ୍ୟରେ ୩ନଂ ୱାର୍ଡରେ ପୂର୍ବରୁ ବାଲୁଙ୍କେଶ୍ୱର ମନ୍ଦିର ଛକ ଥରେ ଏକ ଜଳଛତ୍ର ଷ୍ଟଲର ଶୁଭାରମ୍ଭ ହୋଇଥିବା ବେଳେ, ଦ୍ଵିତୀୟ ଗୋଟି ଆଜି ଶଙ୍କରପୁର ସାହି ଠାରେ ଶୁଭାରମ୍ଭ ହୋଇଛି ।

ଯାହାକୁ ସୁମନ ଏସ ଏଚ ଜି ଦ୍ଵାରା ପରିଚାଳିତ ହେବା ସହ ଏହାର ରକ୍ଷଣା ବେକ୍ଷଣ ମଧ୍ୟ କରାଯିବ, ଦୈନିକ ଯାତ୍ରୀ ମାନଙ୍କୁ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଥିଲେ। ଏହି ଅବସରରେ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି କର୍ପୋରେଟର ଶ୍ରୀମତୀ ସାହୁଙ୍କ ସାଧୁବାଦ ଜଣାଇଥିଲେ । ଏହି ଜଳଛତ୍ର ଶୁଭାରମ୍ଭ ଦ୍ଵାରା ବହୁ ଦିନ ମଜୁରିଆ, ଶ୍ରମିକ, ମୂଲିଆ, ମିସ୍ତ୍ରୀ ଏବଂ ବହୁ ଆର୍ଥିକ ଅସମ୍ବଳ ଜନ ସାଧାରଣଙ୍କ ପାଇଁ ଏକ ସୁବିଧା ହେବ, ପୂର୍ବରୁ ପାଣି ପିଇବା ପାଇଁ ହେଲେ କିଣି ପିଇବାକୁ ହେଉଥିବା ଯାହା ବର୍ତ୍ତମାନ ଏହା ନିଶୁଳ୍କ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଟୁନା ପାତ୍ର, ଶସ୍ମିତା ପାତ୍ର, ରିଙ୍କି ପାତ୍ର, ଶଙ୍କର ଗୌଡ଼, ନରସିଂହ ଡାକୁଆ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ।
