• ପ୍ରତିଟି କ୍ରୟ ଉପରେ ଏକ ସ୍ବତନ୍ତ୍ର ଉପହାର ଉପଲବ୍ଧ ରହିଛି – ଲତିଫ୍
ବ୍ରହ୍ମପୁର,୨୩/୪(ଅଭିଜିତ କର): ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ସ୍ପେକ୍ଟ୍ରମ ସେଣ୍ଟର୍ ବିଲ୍ଡିଂରେ ଥିବା ବ୍ରହ୍ମପୁର ସହରର ଅଗ୍ରଣୀ ତଥା ସୁପରିଚିତ ବ୍ରାଣ୍ଡିଂ ଘଣ୍ଟା ଶୋ ରୁମ୍ ‘ଟାଇମ୍ ସ୍କୁଆର୍’ ଠାରେ ଆଜି ଟାଇଟନ ପକ୍ଷରୁ ନୂତନ ହାତ ଘଣ୍ଟା ‘ଟାଇଟାନ୍ ଜିରୋ ଆୱାର୍’ ୧୨ଟି ମଡେଲର ଶୁଭ ଉନ୍ମୋଚନ ହୋଇଥିଲା। ଶୋ ରୁମର ମୁଖ୍ୟ ପରିଚାଳକ ଏମ.ଏ. ଲତିଫଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶୁଭ ଉନ୍ମୋଚନ ଉତ୍ସବରେ ଅତିଥି ରୂପେ ରବି ନାରାୟଣ ପଣ୍ଡା, ଶାନ୍ତନୁ ଦାସ, ବିଶ୍ୱରଞ୍ଜନ ପଟ୍ଟନାୟକ, ଟାଇଟନ କମ୍ପାନୀର ପୂର୍ବ ଭାରତର ଓଡ଼ିଶା ମାର୍କେଟିଙ୍ଗ ମ୍ୟାନେଜର ସୁଦୀପ ଚାଟାର୍ଜୀ, ଅବଦୁଲ ସତ୍ତର, ଆଦିବ ସତ୍ତର୍, ପାର୍ଥ ପାଢ଼ୀ ପ୍ରମୁଖ ଯୋଗଦେଇ ନୂତନ ଲଞ୍ଚିଂ ମଡେଲର ଶୁଭ ମହୁରତ କରିଥିଲେ । ଏହି ଅବସରରେ ଅତିଥି ମାନେ ଏମ.ଏ. ଲତିଫଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ସହ ଶୁଭକାମନା ଜଣାଇଥିଲେ ।

ଏନେଇ ଏମ.ଏ. ଲତିଫ ଉକ୍ତ ଲଞ୍ଚିଂର ବିଷୟରେ ସୂଚନା ଦେଇଛନ୍ତି ଯେ, ଆଜି ବ୍ରହ୍ମପୁରରେ ଟାଇଟାନ୍ ଜିରୋ ଆୱାର୍ ର ପ୍ରଥମ ଲଞ୍ଚିଂ ହୋଇଛି, ଏହା ଡାଇଭରଙ୍କ (ପାଣିରେ ପହଁରିବା) ଘଣ୍ଟା ବୋଲି କୁହାଯାଏ । କାରଣ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିମ୍ବା ମିଶନ୍ ଯେପରି କି, ଗଭୀର ସମୁଦ୍ରରେ ଡାଇଭ୍ – ଆରମ୍ଭ ହେବା ସମୟରେ ଗୁରୁତ୍ୱପୂର୍ଣ୍ଣ, ସଠିକ୍ ମୁହୂର୍ତ୍ତକୁ ପ୍ରତିନିଧିତ୍ୱ କରେ। ଏହା ପ୍ରସ୍ତୁତି ଏବଂ କାର୍ଯ୍ୟ ମଧ୍ୟରେ ସଠିକ୍ ବିନ୍ଦୁକୁ ସୂଚିତ କରେ, ଯେଉଁଠାରେ ତ୍ରୁଟି ପାଇଁ ଶୂନ୍ୟ ସୀମା ରହିଛି। ତେବେ ଆଜି ମୁଖ୍ୟତଃ ୪ଟି ପ୍ରକାରର ଯଥା ୧୦୦, ୨୦୦, ୩୦୦ ଓ ୫୦୦ ମିଟର ଭଳି ଗଭୀର ପର୍ଯ୍ୟନ୍ତ ଯିବା ପରେ ବି ସଠିକ୍ କାମ କରିବା ସହ ଉଚିତ୍ ପରିଚାଳିତ ହୋଇଥାଏ ବୋଲି କହିଥିଲେ। ସେହିପରି ଡିଜାଇନ୍ ପାଇଁ ଦେଖିବାକୁ ଗଲେ ସମୁଦ୍ର ତରଙ୍ଗ ଅନୁପ୍ରାଣିତ ଗ୍ରେଡିଏଣ୍ଟ ଡାଏଲ୍, ଲେଜର-ଏଚ୍ଡ୍ ଡାଇଭରଙ୍କ ମାସ୍କ କେସବ୍ୟାକ୍, ପଲିସ୍ ହୋଇଥିବା ବେଭେଲ୍ ସହିତ ଭର୍ଟିକାଲ୍ ସାଟିନ୍ ଫିନିସ୍ ରହିଛି ।

ବିଶେଷ କରି ଏହି ଗୁଡ଼ିକରେ ମାରିନ୍ ଗ୍ରେଡ୍ SS316L କେସ୍ ଏବଂ ଷ୍ଟ୍ରାପ୍ ରହିଥିବା ବେଳେ, ୫୦୦ ମିଟରରେ ଟାଇଟାନିୟମ୍ ଗ୍ରେଡ୍ ୨ କେସ୍ ଏବଂ ଷ୍ଟ୍ରାପ୍ ରହିଛି। ସମସ୍ତ ପ୍ରକାର ସହିତ FKM ଷ୍ଟ୍ରାପ୍ ଉପଲବ୍ଧ। ଲୁଣିଆ ପାଣି ଯୋଗୁଁ କୌଣସି କ୍ଷୟ କ୍ଷତି ହେବ ନାହିଁ ବୋଲି କହିଥିଲେ। ତେବେ ୧୦୦ ଓ ୨୦୦ ମିଟର ହେଉଛି କ୍ୱାର୍ଟଜ୍, ୩୦୦ ଏବଂ ୫୦୦ ମିଟର ହେଉଛି ସ୍ୱୟଂଚାଳିତ ଅଟେ, ମୋଟ ୧୨ଟି ପ୍ରକାରର ମଡେଲ ପ୍ରଥମ ପର୍ଯ୍ୟାୟରେ ଉନ୍ମୋଚିତ ହୋଇଥିବା ବେଳେ, ଏହାର ମୂଲ୍ୟ ୧୫,୭୯୫ ରୁ ୭୭,୯୯୫ ଟଙ୍କା ମଧ୍ୟରେ ରହିଛି । X1-C3 ଉଚ୍ଚ ଗ୍ରେଡ୍ ସ୍ୱିସ୍ ସୁପରଲୁମିନୋଭା, ୧୨୦ କ୍ଲିକ୍ ୟୁନିଡାଇରେକ୍ସନାଲ ବେଜେଲ୍, ସୁରକ୍ଷା ଲକ୍ ସହିତ ଡାଇଭରଙ୍କ ଫୋଲ୍ଡ ବକଲ୍ ଦ୍ଵାରା ନଦୀ, ପୋଖରୀ, ସମୁଦ୍ରରେ ମଧ୍ୟ ପହଁରିବାରେ ଅସୁବିଧା ନାହିଁ, କାରଣ ଏହା ISO 6425 ଡାଇଭ୍ ଘଣ୍ଟା ମାନକ ଅନୁପାଳନ ଦ୍ଵାରା ଜଳ, ଚୁମ୍ବକୀୟ ଏବଂ ତାପଜ ପ୍ରତିରୋଧ, ଲୁଣିଆ ପାଣି, ସ୍ଥାୟୀତ୍ୱ ଏବଂ ଘନୀଭୂତକରଣ ପରୀକ୍ଷଣ ହୋଇ ଗ୍ଲୋବାଲ୍ ଡାଇଭିଂ ବଡି ରହିଛି ବୋଲି କମ୍ପାନୀ ମ୍ୟାନେଜର କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଶୋ ରୁମର ମ୍ୟାନେଜର ବସନ୍ତ କୁମାର ନାୟକ ଓ ପ୍ରିୟା ରାଣୀ ପରିଚାଳନା କରିଥିବା ବେଳେ, ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
