ବ୍ରହ୍ମପୁର,୨୩/୪(ଅଭିଜିତ କର): ସ୍ଥାନୀୟ ଗିରିଜା ଛକ ଠାରେ ଗୁରୁବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଦ୍ଵାରା ବିରୋଧୀଙ୍କୁ ବିରୋଧ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏକ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଗତ ପାର୍ଲିଆମେଣ୍ଟରେ ଶାସକ ଦଳ ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ପାରିତ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସ୍ବତନ୍ତ୍ର ଅଧିବେଶନ ବସିଥିଲା, ଯେଉଁଥିରେ ମହିଳା ମାନଙ୍କ ୩୩% ଆରକ୍ଷଣ ବିଲ୍ କୁ ପାରିତ କରିବା ପାଇଁ ପ୍ରସ୍ତାବ ରହିଥିଲା । ଯାହାକୁ କଂଗ୍ରେସ ଓ ବିଜେଡି ସହ ଅନ୍ୟ ବିରୋଧୀ ଦଳ ମାନଙ୍କ ମେଣ୍ଟ ଦ୍ଵାରା ବିରୋଧ କରି ଖାରଜ କରିଥିଲେ, ତାହାର ବିରୋଧରେ ଆଜି ମହିଳା ମୋର୍ଚ୍ଚା ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନେଇ ଆଜି ମହିଳା ଆରଂକ୍ଷଣ ବିଲ ଯେଉଁ ଭାବରେ ପ୍ରତ୍ୟାଖାନ ହେଲା ତା’ ବିରୁଦ୍ଧରେ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବୋଲି କର୍ପୋରେଟର ସବିତା ସାହୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦଳର ଅନ୍ୟାନ୍ୟ ପଦାଧିକାରୀ ଓ ବହୁ ମହିଳା କର୍ମୀ ମାନେ ସାମିଲ ହୋଇଥିଲେ।
