• ନବୀନ ବାବୁଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ
ବ୍ରହ୍ମପୁର,୫/୫(ଅଭିଜିତ କର): ବିଜୁ ଜନତା ଦଳର ପକ୍ଷରୁ ସୁପ୍ରିମୋ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଦଳର ବରିଷ୍ଠ ନେତୃତ୍ୱଙ୍କୁ ରାଜ୍ୟ କମିଟିରେ ନିଯୁକ୍ତି ଦେଇଥିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୂଚନା ଅନୁସାରେ ରାଜ୍ୟ କମିଟିରେ ଉପ ସଭାପତି, ବରିଷ୍ଠ ସମ୍ପାଦକ, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ଭଳି ପଦବୀରେ ରାଜ୍ୟର ସମେତ ଜିଲ୍ଲାର ନେତ୍ରୁ ବୃନ୍ଦ ମାନଙ୍କୁ ସ୍ଥାନ ଦେଇଛନ୍ତି । ସେଥି ମଧ୍ୟରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଦଳର ଯୁବ ନେତା ତଥା ଅର୍ବାନ ବ୍ୟାଙ୍କ ସଭାପତି ଶ୍ରୀ ଆର୍ ମୁରଲୀ ମୋହନ ରାଓଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ୱ ପ୍ରଦାନ କରିଥିବା ଉଲ୍ଲେଖ ରହିଛି। ତେବେ ଏନେଇ ଶ୍ରୀ ରାଓ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବରେ ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ଓଡ଼ିଶା ବିଧାନସଭାର ମାନ୍ୟବର ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଓ ଆନ୍ତରିକ କୃତଜ୍ଞତା ଜଣାଉଛି। ଦୀର୍ଘ ଦିନ ଧରି ଦଳ ପ୍ରତି ନିଷ୍ଠା, ସମର୍ପଣ ଓ ଅଦମ୍ୟ ପରିଶ୍ରମ ଦ୍ୱାରା ସମସ୍ତଙ୍କର ବିଶ୍ୱାସ ଜୟ କରି ପାରିଛି। ମୁଁ ଦଳ ପାଇଁ ସଦା ସର୍ବଦା ଦଳର ଶୃଙ୍ଖଳ କର୍ମୀ ଭାବେ ଦାୟିତ୍ୱ ନିର୍ବାହ କରି ଆସିଛି, ମୋତେ ଯେକୌଣସି ସମୟରେ ଯାହାବି ଦାୟିତ୍ଵ ବହନ ନିମନ୍ତେ ନିର୍ଦ୍ଦେଶ ରହିଛି ମୁଁ ତାହାକୁ ଗୁରୁତ୍ୱର ସହ ସମ୍ପନ୍ନ କରିଛି । ଏହା ପୂର୍ବରୁ ଯାହାବି ପଦବୀ ମିଳିଛି ମୁଁ ନିଷ୍ଟାରେ ସହ କାମ କରିଛି କିନ୍ତୁ ଦଳ ପ୍ରତି ମୋର ଅଟୁଟ ସମର୍ପଣ ଓ କର୍ମନିଷ୍ଠା ଆଜି ମୋତେ ଏହି ଉଚ୍ଚ ଦାୟିତ୍ୱରେ ଆସୀନ କରିଥିବାରୁ କୃତଜ୍ଞତା ଜଣାଉଛି। ମୋର ଏହି ନେତୃତ୍ୱ ଓ ସଂଗଠନ ଦକ୍ଷତା ଦଳକୁ ଆଗକୁ ନେବାରେ ନିଶ୍ଚିତ ଭାବେ ନୂଆ ଶକ୍ତି ଓ ପ୍ରେରଣା ଦେବ ବୋଲି ମୁଁ ଆଶା ପ୍ରକଟ କରୁଛି। ମୋତେ ମିଳିଥିବା ଏହି ନୂତନ ଦାୟିତ୍ୱ ମୋ ଲୋକପ୍ରିୟତାର ପ୍ରତିଫଳ ହେବ ବୋଲି ଆଶା କରୁଛି। ମୁଁ ଦଳ ପାଇଁ ଦଳର ଆଦର୍ଶକୁ ଅତୁଟ ରଖି ଜନ ସାଧାରଣଙ୍କ ସେବାରେ ନିରନ୍ତର ନିୟୋଜିତ ରହିବି ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ବୋଲି କହିଥିଲେ । ତେବେ ଶ୍ରୀ ରାଓ ଏହି ପଦବୀ ପାଇବା ପରେ ତାଙ୍କୁ ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଆସୁଥିବା ବେଳେ, ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ମାହୋଲ୍ ଜମିଛି ।(ଜିଲ୍ଲା ପ୍ରତିନିଧି, ମନ୍ଥନ)।
