• ଯୋଗଦେଲେ ଜିଲ୍ଲା ସଭାପତି ଓ ମାନ୍ୟବର ବିଧାୟକ ବ୍ରହ୍ମପୁର
• ଅଧର୍ମ ଉପରେ ଧର୍ମର ବିଜୟ ହାସଲ ହୋଇଛି – ଚିତ୍ତ ରଞ୍ଜନ
ବ୍ରହ୍ମପୁର, ୪/୫(ଅଭିଜିତ କର): ସ୍ଥାନୀୟ ଆସ୍କା ରୋଡ ପୁରୁଣା ତାଳୁକା ସ୍ଥିତ ହନୁମାନ ମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟି, ଆସ୍କା ରୋଡ ମଣ୍ଡଳ ତରଫରୁ ଆଜି ସନ୍ଧ୍ୟା ସମୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ମଣ୍ଡଳ ସଭାପତି ଜଗନ୍ନାଥ ଜେନାଙ୍କ ନେତୃତ୍ୱରେ ତଥା ଯୁବ ନେତା ଚିତ୍ତ ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଏବଂ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହ ଜନ ସାଧାରଣଙ୍କ ସହ ସାମିଲ ହୋଇ ଉତ୍ସବକୁ ବାଜା ବାଣ ଫୁଟାଇ ବିଜୟ ଉତ୍ସବକୁ ପାଳନ କରିଥିଲେ। ଏହି ଅବସରରେ ପଶ୍ଚିମବଙ୍ଗରେ ମୋଦିଙ୍କ ଝାଲ ମୁଡି କିଣି ଖାଇବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ମାନ୍ୟବର ବିଧାୟକ ଓ ଜିଲ୍ଲା ସଭାପତି ଅଞ୍ଚଳର ଜନ ସାଧାରଣ ମାନଙ୍କୁ ଝାଲ ମୁଡି ଓ ମିଷ୍ଟାନ ବଣ୍ଟନ କରି ବିଜୟ ଉତ୍ସବକୁ ଦ୍ବିଗୁଣିତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମଣ୍ଡଳ କାର୍ଯ୍ୟକର୍ତ୍ତା ମାନେ ପ୍ରତିକ୍ରିୟା ରଖିଛନ୍ତି ଯେ, ପଶ୍ଚିମବଙ୍ଗ, ଆସାମ, ଓ ପୁଡ଼ୁଚେରୀରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ହୋଇଛି ଏହି ସଫଳତା ହାସଲକୁ ବାଜା ବଜେଇ ଓ ବାଣ ଫୁଟାଇ ଉତ୍ସବ ରୂପେ ପାଳନ କରାଯାଇଛି ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳର ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ସମେତ ଅଞ୍ଚଳର ଜନ ସାଧାରଣ ମାନେ ଯୋଗ ଦେଇ ଏହି ଉତ୍ସବକୁ ମିଳିମିଶି ପାଳନ କରିଥିଲେ।
ଯୁବ ନେତା ତଥା ସଂଗଠକ ମଦନ ସାହୁଙ୍କ ପରିଚାଳନରେ ଅନ୍ୟ ମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ବଦ୍ରି ନାରାୟଣ ନାୟକ, ପୂର୍ବତନ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାସ, ମଣ୍ଡଳ ପ୍ରଭାରୀ ଜି.ରାଜେନ୍ଦ୍ର ପ୍ରସାଦ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଫୁଲ ସାହୁ, ମଣ୍ଡଳ ଉପ ସଭାପତି ରୁନି ସାହୁ, ସୁଦର୍ଶନ ସାହୁ, ଟୁନା ପାତ୍ର, ଶଙ୍କର ପ୍ରସାଦ ମହାରଣା, ସୁରେଶ ସାହୁ, ବିଜୟ ଗୋପାଳ, ସଞ୍ଜୟ ଜେନା, ସାଗର ମୁଖି, ମନୋଜ ମହାରଣା, ସୁଶାନ୍ତ ସାହୁ, ରମେଶ ସେଠୀ, ଅର୍ଜୁନ ପଣ୍ଡା, ତ୍ରିନାଥ ନାୟକ, ପ୍ରଶାନ୍ତ ସାହୁଙ୍କ ସହ ବହୁ ମହିଳା ଏବଂ ପୁରୁଷ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
