ବ୍ରହ୍ମପୁର,୫/୫(ଅଭିଜିତ କର): ସ୍ଥାନୀୟ ଆଙ୍କୁଲି ଅଞ୍ଚଳ ହାଇସ୍କୁଲ ମୁଖ୍ୟ ରୋଡ଼ ସ୍ଥିତ ଆର.ଡି. କମ୍ପ୍ଲେକ୍ସ ଉପର ମହଲା ଠାରେ ଏସ୍.ଏଫ୍ ଓରଫ ‘ଶ୍ରୀ ଫିଟନେସ’ ନାମକ ଏକ ନ୍ୟୂ ଆଡଭାନ୍ସ ଜିମ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସର୍ବ ପୁରାତନ ଆଥେଲୀଟ୍ ତଥା ବରିଷ୍ଠ ଖେଳାଳି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଯୋଗଦାନ କରି ଜିମ୍ ର ରିବନ୍ କାଟି ଶୁଭାରମ୍ଭ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଶ୍ରୀ ଉତ୍ତମ ଚୌଧୁରୀ, ଶ୍ରୀ ଗଣେଷ ଚନ୍ଦ୍ର ଦାସ, ଶ୍ରୀ ପ୍ରଭାତ ପୋଇ ଶ୍ରୀ ଏନ୍ ଶେଖର ବାବୁ ପ୍ରମୁଖ ଯୋଗଦେଇ କେକ କାଟି ଶୁଭାରମ୍ଭ ଉତ୍ସବକୁ ପାଳନ କରିଥିଲେ। ଏହି ଅବସରରେ ଜିମ୍ ପରିଚାଳକ ବୃନ୍ଦ ଶ୍ରୀ ଆର୍ ଗଣେଶ ଦୋରା, ଶ୍ରୀ ଚିଣ୍ଟୁ ପାତ୍ର ଏବଂ ମୁଖ୍ୟ ପ୍ରଶିକ୍ଷକ ତଥା ପ୍ରତିଷ୍ଠିତ ଖେଳାଳି ଶ୍ରୀ ଏହି ଜିମ୍ ର ଆଭିମୁଖ୍ୟ, ଲକ୍ଷ୍ୟ ତଥା ସୁବିଧା ଓ ଆଧୁନିକତା ଏବଂ ସରଳତା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନେ ଉଭୟ ପରିଚାଳକ ମାନଙ୍କୁ ଅଭିନନ୍ଦନ ସହ ଶୁଭକାମନା ଓ ଆର୍ଶୀବାଦ ପ୍ରଦାନ କରି ପ୍ରତିଷ୍ଠାନର ଉତ୍ତରାଉତ୍ତର କାମନା କରିଥିଲେ।

ଏହି ପରିପ୍ରେକ୍ଷୀରେ ଜିମର ମୁଖ୍ୟ ପ୍ରଶିକ୍ଷକ ତଥା ଟ୍ରେନର ଶ୍ରୀ କହିଛନ୍ତି ଯେ, ଏହି ଜିମ୍ କେବଳ ଏକ ଜିମ୍ ରୂପେ ନୁହେଁ, ବରଂ ଯୁବକ ମାନଙ୍କୁ ତଥା ଜିମ୍ ପ୍ରେମୀ ମାନଙ୍କୁ ଏହା ଏକ ସ୍ବତନ୍ତ୍ର ସୁଯୋଗ ଦେବ। ଯାହା ଦ୍ଵାରା ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ନାମକୁ ଗୌରବ ଅର୍ଜନ କରିବାରେ ସଫଳ ହେବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କହିଥିଲେ। ସେହିପରି ଏହି ଜିମ୍ ରେ ପ୍ରାୟ ୨୦ରୁ ଅଧିକ ଅତ୍ୟାଧୁନିକ ପ୍ରଣାଳୀର ଦ୍ଵାରା ନିର୍ମିତ ମେଶିନାରି ତଥା ଜିମ୍ ଉପକରଣ ଉପଲବ୍ଧ ରହିଛି, ଯାହା ଜିମ୍ ପ୍ରେମୀ ମାନଙ୍କୁ ନିଜର ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବାରେ ବେଶ୍ ସହଜ ଓ ସୁବିଧା ହେବ ବୋଲି କହିଥିଲେ। ପରେ ଅତିଥି ମାନେ ସମ୍ପୂର୍ଣ୍ଣ ଜିମ୍ ପରିସରକୁ ବୁଲି ସମସ୍ତ ଉପକରଣ ଗୁଡିକୁ ଦେଖିବା ସହ ସମସ୍ତ ଯନ୍ତ୍ରର ବ୍ୟବହାର କରି ଖୁସି ବ୍ୟକ୍ତ କରିଥିଲେ। ଏହି ସମୟରେ ସହରର ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଏହି ଉତ୍ସବରେ ଯୋଗଦାନ କରି ଜିମ୍ ର ମାଲିକ ତଥା ପରିଚାଳକ ମାନଙ୍କୁ ଅଭିନନ୍ଦନ ସହ ଶୁଭକାମନା ଜଣାଇ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଚନ୍ଦନ, ପିଣ୍ଟୁ, ସୌମ୍ୟ, ଶେଖର, ବାବୁ ଏବଂ ଶୁଭମଙ୍କ ଅନ୍ୟ ସହଯୋଗୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
