ବ୍ରହ୍ମପୁର,୨୫/୪(ଅଭିଜିତ କର): ଭୁବନେଶ୍ୱର ଠାରେ ଅନୁଷ୍ଠିତ କେଭିଏସ୍ ଆଞ୍ଚଳିକ ତାଇକ୍ୱାଣ୍ଡୋ ପ୍ରତିଯୋଗିତାରେ ତାଇକ୍ୱାଣ୍ଡୋ ଆସୋସିଏସନ ଅଫ ବ୍ରହ୍ମପୁର, ଗଞ୍ଜାମର ଛାତ୍ରଛାତ୍ରୀ ମାନେ ଚମତ୍କାର ସଫଳତା ଅର୍ଜନ କରିଛନ୍ତି। ଗତ ୨୧ ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ କେଭି ନମ୍ବର ୫ ରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ଖେଳାଳି ମାନେ ଯୋଗଦାନ କରି ଅଂଶ ଗ୍ରହଣ କରିଥିବା ବେଳେ, ଗଞ୍ଜାମ ଜିଲ୍ଲାର ମଧ୍ୟ ମୋଟ ୭ ଜଣ ଖେଳାଳି ଅଂଶଗ୍ରହଣ କରି ଅଦ୍ଭୁତ କୌଶଳ ପ୍ରଦର୍ଶନ କରିଥିଲେ । ଉକ୍ତ ଅଂଶଗ୍ରହୀ ମାନଙ୍କ ମଧ୍ୟରୁ ୪ ଜଣ ଯଥା ଶ୍ୟାମ ସୁନ୍ଦର ପାତ୍ର, ଆଇଶା ସେଠୀ, ମହେସନା ସେଖ୍ ଓ ପ୍ରତ୍ୟୁଷ ପାତ୍ର ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ, ୩ ଜଣ ଅର୍ଥାତ୍ ନିତେଶ କୁମାର ଚୌଧୁରୀ, ଅନିଶ କୁମାର ଭୁୟାନ ଓ ବୈଭବ ଗୌଡ଼ ପ୍ରମୁଖ କାଂସ୍ୟ ପଦକ ହାସଲ କରିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ମାନେ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଚୟନିତ ହୋଇଛନ୍ତି ବୋଲି ସଂଘର ସଚିବ ତଥା ମୁଖ୍ୟ ପ୍ରଶିକ୍ଷକ ଇଂ. ସତ୍ୟ ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ସଫଳତା ହାସଲ ହୋଇଥିବା ନେଇ ଅଭିଭାବକ ଓ ଶିକ୍ଷକ ମାନେ ଆନନ୍ଦ ପ୍ରକାଶ କରି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଥିବାବେଳେ, ଏହି ସଫଳତାର ଶ୍ରେୟକୁ ଛାତ୍ରଛାତ୍ରୀ ମାନେ ନିଜ ନିଜ ମାତାପିତା ଓ ପ୍ରଶିକ୍ଷକଙ୍କୁ ପ୍ରଦାନ କରିଥିଲେ।
