ବ୍ରହ୍ମପୁର,୨୪/୪(ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗୋଷାଣୀନୂଆଗାଁ ମଣ୍ଡଳ, ୱାର୍ଡ଼ ନଂ ୨୬ ସ୍ଥିତ ଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମହା ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ସୁପରିଚିତ ସମାଜସେବୀ ତଥା ଯୁବନେତା ରବୀନ୍ଦ୍ର ସାହୁ ଓ ତାଙ୍କ ସୁପୁତ୍ର ଛାତ୍ର ନେତା ଶକ୍ତି ରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକ ମାନଙ୍କୁ ନେଇ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ସରୋଜ ସାବତ ଓ ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ୱରେ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଅଞ୍ଚଳବାସୀଙ୍କୁ ଦଳ ପକ୍ଷରୁ ଦଳର ସର୍ବୋଚ୍ଚ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓଡ଼ିଶା ଓ ବିକାଶଶୀଳ ପ୍ରଗତି ପାଇଁ ବହୁ ପ୍ରତିଶୃତି ପୂରଣ କରିବା ଉପରେ ଘୋଷଣା କରିଥିବା ବେଳେ, ମାନ୍ୟବର ବିଧାୟକ କେ ଅନିଲ କୁମାର ମଧ୍ୟ ନିଜ ଅଭଭାଷଣରେ କହିଥିଲେ ଯେ, ଜନ ସାଧାରଣଙ୍କ ସ୍ୱାର୍ଥରେ ଏହି ଲୋକଙ୍କ ହିତରେ ଲୋକଙ୍କ ସରକାର ରୂପେ ଅଞ୍ଚଳର ଯୁବ ନେତା ଶ୍ରୀ ସାହୁଙ୍କ ଜରିଆରେ ସମସ୍ତଙ୍କ ସୁଖ ଦୁଃଖରେ ଜଡ଼ିତ ହୋଇ ବିକାଶ କାର୍ଯ୍ୟ କରିବେ ବୋଲି କହିଥିଲେ। ସେହିପରି ଅଞ୍ଚଳର ବହୁ ବରିଷ୍ଠ ନେତୃବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଉଭୟ ବରିଷ୍ଠ ନେତୃବୃନ୍ଦଙ୍କ ଠାରୁ ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ଆଶା କରିଥିଲେ।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ୱାର୍ଡର ଆବାଳ ବୃଦ୍ଧଙ୍କ ସମତେ ସମସ୍ତ ମହିଳା ଯୁବ ଓ ଛାତ୍ର ମାନଙ୍କ ଠାରେ ନିଜ ନିଜର ସୁବିଧା ଅସୁବିଧା ବିଷୟରେ ଅବଗତ କରାଇବା ପାଇଁ ଅନୁରୋଧ କରିଥିଲେ । ଯାହାକୁ ସେ ମାନ୍ୟବର ବିଧାୟକଙ୍କ ଦୃଷ୍ଟିରେ ରଖିବେ ଯାହା ଫଳରେ ସମସ୍ତ ଅସୁବିଧାର ସମାଧାନ କରିବା ପାଇଁ ସେ ଆପ୍ରାଣ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନ୍ୟତମ ସମାଜସେବୀ ତଥା ବ୍ୟବସାୟୀ ଲଳିତ ମଙ୍ଗରାଜ, ମହିଳା ନେତ୍ରୀ ବର୍ଷା ବିଦୁସ୍ମିତା, ମନିତା ଦାସ, ଜିଲ୍ଲା ସାଧାରଣ ସମ୍ପାଦିକା ସ୍ମିତାଲି ସ୍ମୃତିସ୍ନିଗ୍ଧା, ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ଶଙ୍କର ସାମନ୍ତରାୟ, ପୂର୍ବତନ କାଉନସିଲର ଜୟନ୍ତ କୁମାର ପାତ୍ରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଓ ବିଧାୟକ ନୂତନ ରୂପେ ପାର୍ଟିରେ ଯୋଗଦାନ କରିଥିବା କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ।
