• ସନ୍ତୁ ଆନ୍ନାଙ୍କ ‘ଜୟ ରକ୍ତଦାନ’ ସ୍ଲୋଗାନରେ ୭୮ରୁ ଉର୍ଦ୍ଧ୍ବ ରକ୍ତ ସଂଗୃହୀତ
ବ୍ରହ୍ମପୁର,୮/୬(ଅଭିଜିତ କର): ଅଶୋକ ନଗର ଯୁବକ ସଂଘ ଓ ସନ୍ତୁ ଆନ୍ନା ସୋସିଆଲ ୱାର୍କର୍ସ ଗ୍ରୁପର ମିଲିତରେ ଗତ ୬ ତାରିଖ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିର ଆଜି ୪ର୍ଥ ଦିନରେ ପହଞ୍ଚିଯାଇଛି। ସ୍ଥାନୀୟ ଅଶୋକ ନଗର ଷଷ୍ଠ ଗଳି ସ୍ଥିତ ଶିଶୁ ପଡ଼ିଆ ଠାରେ ଅଞ୍ଚକର ଯୁବ ନେତା ଏ.ସନ୍ତୋଷ କୁମାର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ହେଉଥିବା ଏହି ରକ୍ତଦାନ ଶିବିର ସୋମବାର ଦିନ ତୃତୀୟ ସନ୍ଧ୍ୟାରେ ପହଞ୍ଚି ଯାଇଥିବା ବେଳେ, ସାନ୍ତୁ ଆନ୍ନାଙ୍କ ସ୍ଲୋଗାନ “ଦିଅନ୍ତୁ ରକ୍ତ – ବଞ୍ଚାନ୍ତୁ ଜୀବନ – ଜୟ ଜୀବନ – ଜୟ ରକ୍ତଦାନ” ବାର୍ତ୍ତାରେ ଅନୁପ୍ରାଣିତ ହୋଇ ସହରର ଶତାଧିକ ଯୁବଗୋଷ୍ଠୀ ଅଂଶ ଗ୍ରହଣ କରି ଏଯାବତ୍ ୭୮ରୁ ଅଧିକ ସଂଖ୍ୟାରେ ରକ୍ତଦାନ କରିଛନ୍ତି । ଦୀର୍ଘ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିର ଏମକେସିଜି ମେଡିକାଲର ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଭାମ୍ୟମାଣ ରକ୍ତ ସଂଗୃହିତ ଯାନ ଦ୍ଵାରା ଏହି ରକ୍ତ ସଂଗୃହିତ ହେଉଛି। ତେବେ ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ଜନହିତକର କାର୍ଯ୍ୟ କରିବା ଉଦ୍ଦେଶ୍ୟ ଯଥା ଏହି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମେଡ଼ିକାଲର ରକ୍ତ ଭଣ୍ଡାରରେ, ରକ୍ତର ସଂଖ୍ୟା କମ୍ ରହିଛି । ଯାହା ଫଳରେ ଅସହାୟ ନିରୀହ ରୋଗୀ ତଥା ଥାଲାସେମିଆ ରୋଗରେ ପୀଡିତ ମାନେ ଠିକ୍ ସମୟରେ ରକ୍ତ ପାଇ ପାରୁ ନଥିବା ସମସ୍ୟା ଦେଖିବାକୁ ମିଳିଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ଆମ୍ଭ ଅଶୋକ ନଗର ଯୁବ ସଂଘ ବା “ସନ୍ତୁ ଆନ୍ନା ସୋସିଆଲ ୱାର୍କର୍ସ ଗ୍ରୁପ୍” ମିଳିତରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।
ଏହି ଶିବିର ଆଜିକୁ ତୃତୀୟ ଦିନ ପୂରଣ କରି ୪ର୍ଥ ଦିନରେ ପହଞ୍ଚି ଥିବା ବେଳେ, ଏହି ଅଭିଯାନକୁ ଅଧିକ ତ୍ବରାନ୍ବିତ କରିବା ନେଇ ସେ ଆହ୍ବାନ ଦେଇଛନ୍ତି ଯେ, ଯେଉଁ ଭାଇ ଓ ଭଉଣୀ ମାନେ ସ୍ଵେଚ୍ଛାକୃତ ଭାବେ ଏହି ମହାନ ଅଭିଯାନରେ ଅଂଶ ଗ୍ରହଣ କରି ରକ୍ତଦାନ କରିବା ପାଇଁ ଚାହାନ୍ତି ସେମାନେ ଉକ୍ତ ନମ୍ବର ଗୁଡ଼ିକରେ 7008623499, 7894349417, 8117988008, 8637280871 ଯୋଗାଯୋଗ କରି ପାରିବେ ବୋଲି କହିଛନ୍ତି । ତେବେ ପ୍ରକାଶ ଥାଉ କି, ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଶୋକ ନଗରରେ ମୋବାଇଲ୍ ଭ୍ୟାନ୍ ଦ୍ୱାରା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଦୈନିକ ଅପରାହ୍ନ ୩ ଟା ଠାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବ୍ଲଡ କ୍ୟାମ୍ପ ଜାରି ରହିବ। ଏଣୁ ଏହି ଅଭିଯାନରେ ବହୁ ମାତ୍ରାରେ ଅଂଶ ଗ୍ରହଣ କରି ଦୈନିକ ୩୦ ଗୋଟି ରକ୍ତ ସଂଗୃହୀତ କରିବା ପାଇଁ ଯେଉଁ ସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ଏହାକୁ ତାଠାରୁ ଅଧିକ ସଂଖ୍ୟାରେ ପରିବର୍ତ୍ତନ କରି ଏହାକୁ ସଫଳ କରନ୍ତୁ ବୋଲି ଯୁବକ ସଂଘ ସଦସ୍ୟ ମାନେ ନିବେଦନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅଶୋକ ନଗର ଯୁବକ ସଂଘ ଓ ସନ୍ତୁ ଆନ୍ନା ସୋସିଆଲ ୱାର୍କର୍ସ ଗ୍ରୁପର ସଦସ୍ୟ ମାନଙ୍କ ଦ୍ଵାରା ପରିଚାଳିତ ହେଉଛି।
