• ମାଲିକ ଓ ଶିକ୍ଷକଙ୍କ ଫଳାଫଳ ପ୍ରକାଶରେ ଖାଉନି ତାଳ ମେଳ !
• ଛାତ୍ରଛାତ୍ରୀଙ୍କ ପାଇଁ ଶୋଭାଯାତ୍ରା ନା ନିର୍ଯାତନା ଯାତ୍ରା – ଅଭିଭାବକ
ବ୍ରହ୍ମପୁର,୧୩/୭(ଅଭିଜିତ କର): ନିକଟରେ ନିଟ୍ ୟୁକି ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି, ଏନେଇ ବ୍ରହ୍ମପୁର ସହରର ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ନିଜ ନିଜ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେହିପରି ନୂତନ ଭାବେ ବ୍ରହ୍ମପୁର ସହରରେ ସ୍ଥାନ ପାଇଥିବା “ଫିଜିକ୍ସ ୱାଲା” ବା ପିଡବ୍ଲୁ ନାମରେ ପରିଚିତ ଶିକ୍ଷାନୁଷ୍ଠାନ ମଧ୍ୟ ନିଜ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଶୋଭାଯାତ୍ରା ଆୟୋଜିତ କରିଥିଲା । ଏହି ଶୋଭାଯାତ୍ରା ଏକ ପ୍ରକାରର ଶୋଭାଯାତ୍ରା କମ୍ ନିର୍ଯାତନା ଯାତ୍ରା ଭଳି ପରିଲକ୍ଷିତ ହେଉଥିଲା, କାରଣ ସମୟର ସୀମା ମଧ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ନ ହୋଇ, ପ୍ରବଳ ବର୍ଷା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଶୋଭାଯାତ୍ରାରେ ସାମିଲ ହେବାକୁ ବାଧ୍ୟ କରାଯାଇଥିଲା । ଏମିତିକି ଛୋଟ ବଡ଼ ସମସ୍ତଙ୍କୁ ଏଥିରେ ସାମିଲ ହୋଇ ସମାଗମର ମହୋଲ୍ ଦେଖାଇବା ପାଇଁ ପ୍ରଚେଷ୍ଟା କରିଥିଲେ କତୃପକ୍ଷ । ତେବେ ଏହି ଶୋଭାଯାତ୍ରାରେ ଏକ ଅଭାବନୀୟ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକି ଉକ୍ତ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପରିଚିତ କରିବା ପାଇଁ ଅନ୍ୟ ବହୁ ସୁବିଧା ବା ବ୍ୟବସ୍ଥା କରିବା ବଦଳରେ ଏକ ମିନି ଟ୍ରକ ବା ଖୋଲା ଟେମ୍ପୁ ଭଳି ଗାଡ଼ିର ପଛପଟେ ବସାଇ ସେମାନଙ୍କୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯାହା ଏକ ପ୍ରକାର ନିର୍ଯାତନା ଯାତ୍ରା ଭଳି ଦେଖାଯାଉଥିଲା ।
ସୂଚନା ଯୋଗ୍ୟ ଯେ, ଉକ୍ତ ସମୟରେ ବର୍ଷା ପ୍ରବଳ ପ୍ରବାହ ରହିଥିବା ସତ୍ତ୍ବେ ପିଲା ମାନଙ୍କୁ ଗାଈ ଗୋରୁ ବୁହା ହେବା ଭଳି ମିନି ଟ୍ରକର ପଛ ପଟେ ଠିଆ କରି ସହର ପରିକ୍ରମା କରିଥିଲେ। ଯାହା ଫଳରେ ଉକ୍ତ ଶୋଭାଯାତ୍ରା ଶେଷ ହେବା ବେଳେ ସମସ୍ତ ଛାତ୍ରଛାତ୍ରୀ ବର୍ଷାରେ ସମ୍ପୂର୍ଣ ଭିଜି ଯାଇଥିବା ଦେଖି ଉପସ୍ଥିତ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମକୁ ନିନ୍ଦା କରିବା ସହ କତୃପକ୍ଷଙ୍କ ଅନଭିଜ୍ଞତା ବାରି ହେଉଛି ବୋଲି ଅଭିଯୋଗ କରିଥିଲେ। ନିକଟରେ ଋତୁର ପରିବର୍ତ୍ତନ ହୋଇଥିବା ବେଳେ, ପିଲା ମାନେ ଏହି ବର୍ଷାରେ ଭିଜି ନିଜ ଦେଖା ଖରାପ କରିବା ଛଡ଼ା ଆଉ କିଛି ନାହିଁ ବୋଲି ନିନ୍ଦା କରିଥିଲେ ।ସେହିପରି ଏହି ପରୀକ୍ଷାରେ ଅନୁଷ୍ଠାନର କେତେ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ କେତେ ଜଣ ଛାତ୍ରଛାତ୍ରୀ କେତେ ମାର୍କ ରଖି କେଉଁ ସ୍ଥାନ ଅଧିକାର କରିଛନ୍ତି ତାହାର ସୂଚନା ମଧ୍ୟ କତୃପକ୍ଷଙ୍କ ପାଖରେ ନଥିବା ଶିକ୍ଷକ ମାନେ କହିଥିଲେ ।

ତେବେ ଫ୍ରାଞ୍ଚାଇଯ ଆଣିଥିବା ମାଲିକ ଏବଂ ଶିକ୍ଷକ ମାନଙ୍କ ଫଳାଫଳ ତାଲିକାରେ ତାଳମେଳ ଖାଉ ନଥିବ ଦେଖିବାକୁ ମିଳିଥିଲା। ମାଲିକ ୬ଜଣ ଛାତ୍ରଛାତ୍ରୀ କହିଥିବା ବେଳେ, ଶିକ୍ଷକ ମାନେ ୧୫ ଜଣ ହୋଇପାରନ୍ତି ବୋଲି ସୂଚନା ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଏକ ଶିକ୍ଷାନୁଷ୍ଠାନକୁ ପରିଚାଳନା କରୁଥିବା କତୃପକ୍ଷ ମାନଙ୍କ ମଧ୍ୟରେ କୌଣସି ତାଳ ମେଳ ନଥିବା ବାରି ହେଉଛି। ଏମିତି କି ଉକ୍ତ କୃତିତ୍ୱ ଅର୍ଜିତ ଛାତ୍ରଛାତ୍ରୀ ମାନଙ୍କ କେତେ ମାର୍କ ରହିବ ସହ କେତେ ରେଙ୍କ ରହିଛନ୍ତି ତାହା ମଧ୍ୟ କତୃପକ୍ଷଙ୍କ ଅଗୋଚର ଥିବା ଜଣାପଡିଥିଲା। ଏଇ ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ଅଭିଭାବକ ମାନେ ଅଭିଯୋଗ ଆଣିଥିଲେ ଯେ, ଉତ୍ସବ ପାଳନ ଆଳରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦେଇଛି ପି ଡବ୍ଲୁ । ଅଭିଭାବକ ମାନେ ଯଥେଷ୍ଟ ଅର୍ଥ ବିନିଯୋଗ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇ ଥିବା ବେଳେ, ଏଠାରେ ସେମାନଙ୍କୁ ଗାଈ ଗୋରୁ ଭଳି ବ୍ୟବହାର କରି ମିନି ଟ୍ରକ ପଛପଟେ ଖୋଲାରେ ବର୍ଷାର ପ୍ରକୋପରେ ଶୋଭାଯାତ୍ରା କରାଯିବା ଏହା ଏକ ନିର୍ଯାତନା ଯାତ୍ରା ବୋଲି କହିଥିଲେ।
