ବ୍ରହ୍ମପୁର,୨୬/୭(ଅଭିଜିତ କର): ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ୨୭ତମ କାରିଗିଲ ଦିବସ ପାଳନ କରାଯାଇଛି। ଏହି ଅବସରରେ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ସଂଘର ବହୁ ମାନ୍ୟଗଣ୍ୟ ସଦସ୍ୟ ମାନେ ସାମିଲ ହୋଇ କାରିଗିଲ ଯୁଦ୍ଧରେ ସହିଦ ହୋଇଥିବା ସ୍ବର୍ଗତ ଯବାନ ମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ସାବତ ଯବାନ ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରି ବକ୍ତବ୍ୟ ରଖିଥିଲେ ଯେ, ଯବାନ ମାନେ ସାରା ଦେଶବାସୀଙ୍କ ସମ୍ମାନର ପାତ୍ର ଓ ଆମ ସମସ୍ତଙ୍କ ପ୍ରକୃତ ହିରୋ । ସେମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସମସ୍ତେ ସୁରକ୍ଷିତ। ଏଣୁ ସେନା ଓ ତାଙ୍କ ପରିବାର ପ୍ରତି ସହଯୋଗ ଓ ସମ୍ମାନ ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ରଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖି ସହିଦ ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ ।
